Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୀନରେ ଦ୍ରୁତ ବେଗରେ ବ୍ୟାପିଲା କରୋନାର ଡେଲ୍‌ଟା ଭାରିଏଣ୍ଟ, ବେଜିଂ ସହ ୧୫ ସହରରେ ଆତଙ୍କ, ଉଡାଣ ବାତିଲ୍
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୭୬ ଡିସଚାର୍ଜ
  • ||
  • ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା କେବେ ସମାପ୍ତ ହେବ ? ଡ୍ରାଗନ ସହ ୧୨ତମ ବୈଠକ ଆସନ୍ତାକାଲି
  • ||
  • ବାଂଶପାଳ : ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା, କାନ୍ଥ ପଡି ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ରାଉରକେଲା : ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର
  • ||
  • ରାଇରଙ୍ଗପୁର : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ରାସ୍ତା କଡକୁ ଛିଟିକି ପଡିଲେ ୨ ଚାଳକ : ମେଡିକାଲରେ ହେଲା ମୃତ୍ୟୁ
  • ||
  • କଟକ : ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ୍‌ ସହ ୧୦ହଜାର ଜରିମନା : ପୀଡିତାଙ୍କୁ ଦେବେ ୨ଲକ୍ଷ ଟଙ୍କାର କ୍ଷତିପୂରଣ
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ OSSC ସଦସ୍ୟଙ୍କ ପିଏସ୍ : ଜବତ ହେଲାଣି ନଗଦ ଲକ୍ଷାଧିକ ଟଙ୍କା ସହ ଫ୍ଲାଟ୍ ଆଉ ପ୍ଲଟ୍
  • ||
  • ରାୟଗଡା : ଆନ୍ଧ୍ରପ୍ରଦେଶ ଚିଙ୍ଗୁଡି ବନ୍ଧରେ ଅଘଟଣ : ବିଦ୍ୟୁତ ଆଘାତରେ ୬ ଓଡିଆ ଶ୍ରମିକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ବଦଳିଲା ନିୟମ : ୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି, ରେସିଡେନ୍ସି ପିରିୟଡ୍ କମାଇଲେ ରାଜ୍ୟ ସରକାର
  • ||

‘ସୁଶାନ୍ତଙ୍କ ଆକାଉଣ୍ଟରୁ ୧୪ କୋଟି ଟଙ୍କା ଗାଏବ କରିଛନ୍ତି ରିୟା, ପରିବାରଠାରୁ କରିଥିଲେ ଅଲଗା’- ଅଭିନେତାଙ୍କ ବାପା ଆଣିଲେ ସଙ୍ଗୀନ ଅଭିଯୋଗ

28/07/2020 at 9:51 PM

ପାଟନା ୨୮।୦୭: ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆସିଛି ନୂତନ ମୋଡ। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସହିତ ଛଅ ଜଣଙ୍କ  ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହାରି ଆଧାରରେ ରାଜୀବ ନଗର ଥାନାରେ କେସ୍ ସଂଖ୍ୟା ୨୪୧/୨୦ ଅନୁଯାୟୀ ରୁଜୁ ଏଫଆଇଆରରେ ରିୟାଙ୍କ ଉପରେ ସୁଶାନ୍ତଙ୍କ ପ୍ରେମରେ ଫସାଇ ତାଙ୍କ ଅର୍ଥ କାଢିବା ଓ ଆତ୍ମହତ୍ୟା ପାଇଁ ଉସୁକାଇବାର ଅଭିଯୋଗ ହୋଇଛି।

ଆଇପିସିର ସେକ୍ସନ ୩୪୧, ୩୪୨, ୩୮୦, ୪୦୬, ୪୨୦,୩୦୬ ଆଧାରରେ ରୁଜୁ ଏଫଆଇଆରରେ ରିୟା ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରଣ୍ଡା ଓ ଶ୍ରୁତି ମୋଦୀଙ୍କ ନାମ ଉଲ୍ଲେଖ ରହିଛି। ଏସଏସପି ପାଟନା ରାଜୀବ ନଗରର ଥାନା ଅଧିକାରୀ  ନିଶାନ୍ତ ସିଂହଙ୍କୁ ଏହି କେସ୍‌ର ତଦନ୍ତକାରୀ ଅଫିସର କରିଛନ୍ତି। କେସ୍‌ର ଯାଞ୍ଚ ପାଇଁ ମୁମ୍ବାଇ ଯାତ୍ରା କରିଥିବା ଟିମ୍‌ରେ କେସ୍‌ର ଆଇଓ ସହିତ ଇନ୍ସପେକ୍ଟର ମହମ୍ମଦ କେସର ଆଲମ, ରଞ୍ଜନ ଭାରତୀ ଓ ଅନ୍ୟ ଜଣେ ଇନ୍ସପେକ୍ଟର ସାମିଲ।

ଗତ ରବିବାର ଅର୍ଥାତ ଜୁଲାଇ ୨୬ରେ ରୁଜୁ ଏଫଆଇଆରରେ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂହ ପାଟନା ପୋଲିସରେ ଲିଖିତ ଅଭିଯୋଗ କରି ରାଜୀବ ନଗର ଥାନାରେ ମାମଲା ରୁଜୁ କରାଇଛନ୍ତି। ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ ହୋଇଛି। ପୋଲିସ ସାମ୍ନାରେ ସୁଶାନ୍ତଙ୍କ ପିତା କେକେ ସିଂହ କହିଛନ୍ତି ତାଙ୍କୁ ମୁମ୍ବାଇ ପୋଲିସର ତଦନ୍ତ ଉପରେ ଭରସା ନଥିଲା। ବୟସ ଅଧିକ ହେବା କାରଣରୁ ଏବେ ସେ ଅଧିକ ଦୌଡାଦୌଡି କରି ପାରିବେ ନାହିଁ। ଏହି କାରଣରୁ ସେ ପାଟନା ପୋଲିସଠାରେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି।

ପାଟନା ପୋଲିସର ଅଧିକାରୀ ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସୁଶାନ୍ତଙ୍କ ପିତା ଗୁରୁତର ଅଭିଯୋଗ ଲଗାଇଛନ୍ତି। ଅଭିଯୋଗ ହୋଇଛି ରିୟା ସୁଶାନ୍ତଙ୍କୁ ନିଜ ପରିବାରଠୁ ଅଲଗା କରି ରଖିଥିଲା। ସୁଶାନ୍ତଙ୍କୁ ସେ ପୂରା ନିଜ କବ୍‌ଜାରେ ରଖିଥିଲା। ତାର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ରିୟା ସଞ୍ଚାଳନ କରୁଥିଲା। ପିତା ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ, ରିୟା ସୁଶାନ୍ତଙ୍କ ଅର୍ଥ ଗାଏବ କରିଛି।

ରିୟାଙ୍କ ପରିଜନ ବର୍ଷେ ଭିତରେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୪ କୋଟି ଟଙ୍କା କାଢି ନେଇଥିବା ଅଭିଯୋଗ ହୋଇଛି। ଏହି ସବୁ ଅର୍ଥ ଅନଲାଇନ୍‌ ଜରିଆରେ ନେଣଦେଣ ହୋଇଥିବା କୁହାଯାଉଛି। ସମସ୍ତ ରେକର୍ଡ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାର ତଦନ୍ତ ପାଇଁ ପାଟନା ପୋଲିସ ମୁମ୍ବାଇ ପହଞ୍ଚି ସାରିଛି। ଏହି ମାମଲାରେ ଏବେ କେଉଁ ମୋଡ ଆସୁଛି ତାହା ଦେଖିବା ବାକି ରହିଲା।

   Related Posts