ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୁଶାନ୍ତ ସିଂହଙ୍କ ପରିବାର, ରିୟାଙ୍କ ବିରୋଧରେ ମାମଲାର ଶୁଣାଣି କରିବାକୁ ଦାବି

Published By : Prameya-News7 Bureau | July 30, 2020 IST

ମୁମ୍ବାଇ ୩୦/୦୭ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ବିହାର ପୋଲିସ ତଦନ୍ତ ଜାରି ରଖିଛି | ସୁଶାନ୍ତ ସିଂହ ମାମଲାରେ ସିବିଆଇ ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ଜନହିତ ଆବେଦନ ଖାରଜ ହୋଇଯାଇଛି | ଏହାପରେ ସୁଶାନ୍ତଙ୍କ ପରିବାର ସର୍ବୋଚ୍ଚ ନ୍ୟାୟାଳୟରେ କେବିଏଟ ଦାଖଲ କରିଛନ୍ତି | ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି କରିବାକୁ ସୁଶାନ୍ତଙ୍କ ପରିବାର ଅପିଲ କରିଛନ୍ତି |

ଏହାପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବିରେ ଅଲଖ ପ୍ରିୟ ନାମକ ଜଣେ ମହିଳା ଆବେଦନ କରିଥିଲେ | ଏହାକୁ ଖାରଜ କରି ସୁପ୍ରିମକୋର୍ଟ କହିଥିଲେ ଯେ ପୋଲିସକୁ ତାଙ୍କ କାମ କରିବାକୁ ଦିଆଯାଉ | ଆବେଦନକାରୀଙ୍କ ଏହି ମାମଲା ସହିତ କିଛି ଲେନାଦେନା ନାହିଁ ବୋଲି କୋର୍ଟ କହିଥିଲେ | କୋର୍ଟ ତାଙ୍କୁ ବମ୍ବେ ହାଇକୋର୍ଟ ଯିବାକୁ କହିଥିଲେ |

ଏପଟେ ବିହାର ପୋଲିସ ସୁଶାନ୍ତଙ୍କ ଭଉଣୀ ମିଟୁ ସିଂହ ଓ ତାଙ୍କ ବନ୍ଧୁ ମହେଶ ସେଟ୍ଟୀଙ୍କ ବୟାନ ରେକର୍ଡ କରିଛି | ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଭଉଣୀ କହିଛନ୍ତି ଯେ, ରିୟା ତାଙ୍କ ଭାଇକୁ ପୁରା କଣ୍ଟ୍ରୋଲ କରି ରଖିଥିଲେ | ଭୁତ ପ୍ରେତ କାହାଣୀ କହି ଘର ମଧ୍ୟ ବଦଳାଇ ଦେଇଥିଲେ | ବିହାର ପୋଲିସ ବରାତ୍ତମାନ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଚେକ କରିବ | ଏହାସହ ସେହି ଡାକ୍ତରଙ୍କୁ ମଧ୍ୟ ପଚରାଉଚୁରା କରିବ ଯିଏ ସୁଶାନ୍ତଙ୍କ ଚିକିତ୍ସା କରୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.