ଜ୍ୟୋତିଷ ବେଶରେ ଯାଇ ତଦନ୍ତ କରିଥିଲା ବିହାର ପୋଲିସ ଟିମ୍, ଖୋଜିଖୋଜି ନୟାନ୍ତ ହୋଇଥିଲେ ମୁମ୍ବାଇ ପୋଲିସ : ସୁଶାନ୍ତ ସିଂ ମାମଲାରେ ଚମକଦାର ଖୁଲାସା

Published By : Prameya-News7 Bureau | August 08, 2020 IST

ମୁମ୍ବାଇ,୦୮|୦୮ :  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରୁ ଧିରେଧିରେ ପରଦା ହଟିବାକୁ ଯାଉଛି । ତେବେ ତଦନ୍ତକୁ ନେଇ ଉଭୟ ବିହାର ଓ ମୁମ୍ବାଇ ପୋଲିସ ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି । ତେବେ ସାଧାରଣ ଲୋକେ ବିହାର ପୋଲିସକୁ ପ୍ରଶଂସା କରୁଛନ୍ତି । ବିହାର ପୋଲିସ ଶୀଘ୍ର ତଦନ୍ତ କରୁଛି ବୋଲି ସୁଶାନ୍ତଙ୍କ ଫ୍ୟାନ୍ କହିଛନ୍ତି । ଏହା ମଧ୍ୟରେ ତଦନ୍ତକାରୀ ଅଧିକାରୀ କ୍ୱାସର୍ ୟାସିନ୍ ଏକ ସାକ୍ଷାତକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ୟାସିନ୍ ହେଉଛନ୍ତି ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରୁ ଜଣେ ଯାହାଙ୍କୁ ମୁମ୍ବାଇ ପଠାଯାଇଥିଲା ।

ସେ କହିଛନ୍ତି ଯେ, ତାଙ୍କ ଟିମ୍ ଜ୍ୟୋତିଷ ବେଶରେ ସହରରେ ବୁଲିଥିଲେ । ଟିମରେ ୪ଜଣ ସଦସ୍ୟ ରହିଥିଲେ । ଜୁଲାଇ ୨୮ରେ ପହଁଚିବା ପରେ ମୁମ୍ବାଇ ପୋଲିସ ସେମାନଙ୍କୁ କୌଣସି ପ୍ରକାର ସହଯୋଗ କରିବ ନାହିଁ ବୋଲି ଅନୁଭବ ହୋଇଥିଲା । ତେଣୁ ସେମାନେ ଜ୍ୟୋତିଷ ବେଶପେ ଅନେକ ବଲିଉଡ କଳାକାର, ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ । ମୁମ୍ବାଇ ପୋଲିସ ସେମାନଙ୍କ ମୋବାଇଲ ଫୋନ୍ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲା ।ସେମାନେ ମୁମ୍ବାଇ ପୋଲିସକୁ ନମ୍ବର ଟ୍ରେସ୍ କରିବା ସହ କ୍ୱାରେଣ୍ଟାଇନରେ ରଖିବାକୁ ଚ୍ୟାଲେଞ୍ଜ ଦେଇଥିଲେ । କିନ୍ତୁ ମୁମ୍ବାଇ ପୋଲିସ ବିଫଳ ହୋଇଥିଲା ।

ବିହାର ପୋଲିସ ରିୟା ଚକ୍ରବର୍ତ୍ତୀଙ୍କ ବାବଦରେ ଅନେକ ତଥ୍ୟ ହାସଲ କରିଥିଲା । ବାନ୍ଦ୍ରା ପୋଲିସ ସହାୟତାରେ ରିୟା ଓ ତାଙ୍କ ପରିବାର ଫେରାର ହୋଇଯାଇଥିଲେ ଷ  ଏବେ ସବୁ ମାମଲା ସିବିଆଇ ହାତରେ ରହିଛି । ଅତିଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.