ସୁଶାନ୍ତ ସିଂହ ମାମଲା: ଚାରି ଦିନିଆ ରିମାଣ୍ଡରେ ସୌଭିକ ଓ ମିରାଣ୍ଡା, ସିବିଆଇ ପରେ ଏବେ ରିୟାଙ୍କୁ ଜେରା କରିବ ଏନସିବି

Published By : Prameya-News7 Bureau | September 05, 2020 IST

ମୁମ୍ବାଇ ୦୫।୦୮: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଗିରଫ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମୁମ୍ବାଇ କୋର୍ଟ ସେପ୍ଟେମ୍ବର ୯  ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ଚାରି ଦିନିଆ ରିମାଣ୍ଡରେ ପଠାଇଛି। ଅପରପକ୍ଷେ ଡ୍ରଗ୍ସ ମାଫିଆ କୈଜାନ ଇବ୍ରାହିମଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ କେସରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି କୈଜାନଙ୍କୁ ଗିରଫ କରିଥିଲା ଏବଂ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଯାଇଥିଲା।

ସାଉଥ-ଓ୍ଵେଷ୍ଟର୍ଣ୍ଣ କ୍ଷେତ୍ରର ଏନସିବିର ଡେପୁଟୀ ଡିଜି ଏମ. ଅଶୋକ ଜୈନ କହିଛନ୍ତି ଆଜି ଆହୁରି ଦୁଇ ଜଣଙ୍କୁ ପୋଲିସ ରିମାଣ୍ଡରେ ପଠାଯାଇଛି। ଏବେ ଏନସିବି ହେପାଜତରେ ୪ ଜଣ ଅଛନ୍ତି। ଏବେ ସୌଭିକ ଓ ମିରାଣ୍ଡାଙ୍କ ସହିତ ରିୟାଙ୍କୁ ଜେରା କରାଯିବ ବୋଲି ଜୈନ କହିଛନ୍ତି। ଏହା ସହିତ ଆଉ କିଛି ଲୋକଙ୍କୁ ମଧ୍ୟ ଏନସିବି ଜେରା କରିବ।

wp:html /wp:html

ସୁଶାନ୍ତ କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଯାଞ୍ଚରେ ହ୍ଵାଟ୍ସଆପ୍‌ ଚାଟରୁ ଡ୍ରଗ୍ସ କାରବାର ସମ୍ବନ୍ଧିତ ସୂଚନା ସାମ୍ନାକୁ ଆସିବା ପରେ ଏନସିବି ତଦନ୍ତ ଆରମ୍ଭ କରିଥିଲା। ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଦ୍ଵାରା ଜୁଲାଇ ୩୧ରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନାରେ ଏଫଆଇଆର ରୁଜୁ ହୋଇଥିଲା। ଏହା ପରେ ତଦନ୍ତ ଦାୟିତ୍ଵ ସିବିଆଇ ହାତକୁ ଯାଇଥିଲା।

ସାମୁଏଲ ମିରାଣ୍ଡା ଓ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନସିବି ଶୁକ୍ରବାର ଗିରଫ କରିଛି। ସୂଚନା ଅନୁଯାୟୀ ଉଭୟଙ୍କ ବିରୋଧରେ ଆଣ୍ଟି ନାର୍କୋଟିକ୍ସ ଆଇନ ଆଧାରରେ ଅନେକ ଧାରା ରୁଜୁ ହୋଇଛି। ଏହା ପୂର୍ବରୁ ଶୁକ୍ରବାର ଏନସିବିର ଅଧିକାରୀ ଓ ପୋଲିସର ଏକ ମିଳିତ ଟିମ୍‌ ତାଙ୍କ ଘରେ ଚଢାଉ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.