ରିୟାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ସୁଶାନ୍ତ ସିଂହଙ୍କ ବାପା : ସୁଶାନ୍ତଙ୍କୁ ପାଗଳ ପ୍ରମାଣିତ କରିବାକୁ ଦେଉଥିଲେ ଧମକ୍

Published By : Prameya-News7 Bureau | July 29, 2020 IST

ମୁମ୍ବାଇ ୨୯/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି | ସୁଶାନ୍ତ ସିଂହଙ୍କ ପରିବାର ତାଙ୍କ ମୃତ୍ୟୁ ମାମଲାରେ ପ୍ରତିକ୍ରିୟା ରଖିବା ପରେ ମାମଲାରେ ନୂଆ ମୋଡ଼ ଆସିଛି | ମୁମ୍ବାଇ ପୋଲିସ ତଦନ୍ତରେ ସୁଶାନ୍ତ ସିଂହଙ୍କ ବାପା ଖୁସି ନଥିବାବେଳେ ସେ ପାଟଣା ରାଜୀବନଗର ଥାନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି | ସୁଶାନ୍ତ ସିଂହଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାହା ଆଶ୍ଚର୍ଯ୍ୟଜନକ | ସୁଶାନ୍ତ ସିଂହଙ୍କ ବାପା କେ.କେ ସିଂହ କହିଛନ୍ତି ରିୟା ସୁଶାନ୍ତଙ୍କ କ୍ୟାରିଅର ବରବାଦ କରିବାକୁ ଚାହୁଁଥିଲେ | ରିୟା ସୁଶାନ୍ତଙ୍କୁ ଧମକ ଦେଉଥିବା ମଧ୍ୟ ସେ କହିଛନ୍ତି | ରିୟା ଧମକ ଦେଉଥିଲେ ଯେ ଯଦି ସୁଶାନ୍ତ ତାଙ୍କ କଥା ନ ଶୁଅନାନ୍ତି ତାହେଲେ ସୁଶାନ୍ତଙ୍କ ମେଡିକାଲ ରିପୋର୍ଟ ମିଡ଼ିଆକୁ ଦେଇଦେବେ ଏବଂ ସମସ୍ତଙ୍କୁ କହିଦେବେ ଯେ ସେ ପାଗଳ | 

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କ ବାପା ଅଭିଯୋଗ କରିଛନ୍ତି ଯେ ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇଥିଲେ | ସେ ରିୟାଙ୍କ ପରିବାରଲୋକଙ୍କୁ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି | ସୁଶାନ୍ତଙ୍କ ପିତା ନିଜ ଷ୍ଟେଟମେଣ୍ଟରେ କହିଛନ୍ତି ଯେ, ସୁଶାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି କେରଳରେ ଅର୍ଗାନିକ ଫର୍ମ କରିବାକୁ ଚାହୁଁଥିଲେ | ତାଙ୍କ ବନ୍ଧୁ ମହେଶ ମଧ୍ୟ ସୁଶାନ୍ତଙ୍କ ସହିତ ଯିବା ପାଇଁ ପ୍ରସ୍ତୁତ ଥିଲେ | କିନ୍ତୁ ସେତେବେଳେ ରିୟା ଏହାକୁ ବିରୋଧ କରିଥିଲେ | ତାଙ୍କ କଥା ନ ମାନିଲେ ସେ ମିଡ଼ିଆରେ ତାଙ୍କ ମେଡିକାଲ ରିପୋର୍ଟ ଦେଇଦେବେ ବୋଲି କହି ସୁଶାନ୍ତଙ୍କୁ ଧମକ ଦେଇଥିଲେ | 

ସୁଶାନ୍ତ ସିଂହଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ରିୟା ନିଜର ସବୁ ଜିନିଷ, ସୁଶାନ୍ତଙ୍କ କ୍ରେଡିଟ କାର୍ଡ ଓ କିଛି ଜରୁରୀ କାଗଜପତ୍ର ନେଇ ତାଙ୍କ ଘରୁ ଚାଲି ଯାଇଥିଲେ | ସୁଶାନ୍ତଙ୍କ ନମ୍ବର ମଧ୍ୟ ବ୍ଲକ କରିଦେଇଥିଲେ | ସୁଶାନ୍ତଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଜୁନ ୮ ତାରିଖରେ ରିୟା ସୁଶାନ୍ତଙ୍କ ଘରୁ ନଗଦ ଟଙ୍କା, ଗହଣା, ଲାପଟପ, କ୍ରେଡିଟ କାର୍ଡ ଓ ସୁଶାନ୍ତଙ୍କ ଜରୁରୀ କାଗଜପତ୍ର ଓ ତାଙ୍କ ମେଡିକାଲ ରିପୋର୍ଟ ନେଇ ଚାଲି ଯାଇଥିଲେ | ରିୟାଙ୍କ ଧମକ ଯୋଗୁଁ ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ଅତ୍ୟନ୍ତ ଚିନ୍ତିତ ଥିଲେ ଏବଂ ସେଥିପାଇଁ ସେ ନିଜ ଭଉଣୀଙ୍କୁ ମଧ୍ୟ ନିଜ ପାଖକୁ ଡାକିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.