Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁଶାନ୍ତଙ୍କ ଉପରେ ନିର୍ମାଣ ହେବ ନାହିଁ କୌଣସି ବାୟୋପିକ୍, ଫିଲ୍ମକୁ ପରିବାର ଲୋକଙ୍କ ବିରୋଧ

11/10/2020 at 3:15 PM

ମୁମ୍ବାଇ ୧୧/୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଚାନକ ବିୟୋଗରେ ପୂରା ବଲିଉଡ ସ୍ତବ୍ଧ ହୋଇ ଯାଇଥିଲା। ଏବେ ବି ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରି ନାହାନ୍ତି ତାଙ୍କ ପ୍ରଶଂସକ। ଏହାରି ଭିତରେ ସୁଶାନ୍ତଙ୍କ ଜୀବନକୁ ନେଇ ବାୟୋପିକ ନିର୍ମାଣ ହେବ କୁହାଯାଉଥିଲା। ଏପରିକି ଦୁଇଟି ବାୟୋପିକ ଘୋଷଣା ମଧ୍ୟ କରାଯାଇ ଥିଲା। ସୁଶାନ୍ତଙ୍କ ବାୟୋପିକ ଉପରେ ଆପତ୍ତି ଆଣିଛନ୍ତି ତାଙ୍କ ପରିବାର ଲୋକ। ସେମାନେ ଏସବୁକୁ ବିରୋଧ କରୁଛନ୍ତି। ଏବେ କୁହାଯାଉଛି ଏ ଦୁଇଟିରୁ ଗୋଟିଏ ବି ଫିଲ୍ମ ନିର୍ମାଣ ହୋଇପାରିବ ନାହିଁ।

ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଓକିଲ କହିଛନ୍ତି ପରିବାର ବିନା ଅନୁମତିରେ କୌଣସି ବି ଫିଲ୍ମ ସୁଶାନ୍ତଙ୍କ ଉପରେ ନିର୍ମାଣ ହେବ ନାହିଁ। କେବଳ ଏତିକି ନୁହେଁ କୌଣସି ଓ୍ବେବ ସିରିଜ କି ବହି ମଧ୍ୟ ଲେଖା ଯାଇପାରିବ ନାହିଁ। ଏ ପାଇଁ ସୁଶାନ୍ତଙ୍କ ବାପା ଓ ଭଉଣୀଙ୍କ ଅନୁମତି ଦରକାର।

ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରାଯାଇ ଥିଲା। ଯାହାର ନାଁ ଥିଲା ‘ଶଶାଙ୍କ’। ଏଥିରେ ସୁଶାନ୍ତଙ୍କ ଭଳି ଦେଖାଯାଉ ଥିବା ଅଭିନେତା ସଚିନ ତିଓ୍ବାରି ନଜର ଆସିଥାନ୍ତେ। ଫିଲ୍ମର ଫାଷ୍ଟ ଲୁକ୍ ଜାରି ହେବା ପରେ ସୁଶାନ୍ତଙ୍କ ଭଉଣୀ ସୋସିଆଲ ମିଡ଼ିଆରେ କ୍ରୋଧ ବ୍ୟକ୍ତ କରିଥିଲେ। ଏହା ବାଦ୍ ‘ସୁଇସାଇଡ ମର୍ଡର’ ନାଁରେ ଅନ୍ୟ ଏକ ଫିଲ୍ମର ଘୋଷଣା କରାଯାଇଥିଲା। ଏହାର ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା। ଏବେ କିନ୍ତୁ କୁହାଯାଉଛି ସୁଶାନ୍ତଙ୍କ ବାୟୋପିକ ପାଇଁ ପ୍ରଶଂସକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ହେବ।

   Related Posts