କିଲର ଡାଡି : ମହେଶ ଭଟ୍ଟ ଓ ରିୟାଙ୍କ ବାପା ସୁଶାନ୍ତ ସିଂଙ୍କ ହତ୍ୟାର ଦୁଇ ଭିଲିୟାନ୍, ଅଭିନେତାଙ୍କ ଜିମ୍ ପାର୍ଟନର୍ ଦେଲେ ସଙ୍ଗୀନ ତଥ୍ୟ

Published By : Prameya-News7 Bureau | August 24, 2020 IST

ମୁମ୍ବାଇ, ୨୪|୦୮: ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ରିୟା ଚକ୍ରବର୍ତ୍ତୀଙ୍କ ବନ୍ଧୁ ତଥା ଜିମ୍ ପାର୍ଟନର୍ ସୁନିଲ ଶୁକ୍ଲା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ ରିୟାଙ୍କ ପିତା ଏବଂ ଗଡ୍ ଫାଦର୍ ମହେଶ ଭଟ୍ଟଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ।

ସୁନିଲ କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟାଙ୍କ ବାପା  ଓ ମହେଶ ଭଟ୍ଟଙ୍କ ହାତ ରହିଛି । ରିୟା ସୁଶାନ୍ତଙ୍କୁ ତାଙ୍କ ବାପାଙ୍କ କହିବାନୁସାରେ କିଛି ଔଷଧ ଦେଉଥିଲେ । ଏହାପରେ ରିୟା ସୁଶାନ୍ତଙ୍କୁ ଛାଡି ଦେଇଥିଲେ । ସୁଶାନ୍ତଙ୍କ ଘରେ ଥିବା କେହିଜଣେ ଏହି ମେଡିସିନ୍ ତାଙ୍କୁ ଲଗାତାର ଭାବେ ଦେଉଥିଲେ । ସୁଶାନ୍ତଙ୍କ ମାନସିକ ସ୍ଥିତି ଆଦୌ ଖରାପ ନଥିଲା । ସେ ଜିମ୍ ଯାଉଥିଲେ । ତାଙ୍କ ସହ ଦେଖା ମଧ୍ୟ କରୁଥିଲେ । ଏହାସହ ସୁଶାନ୍ତ ମଲ୍ଟିଭିଟାମିନ୍ ବାବଦରେ ତାଙ୍କ ସହ ଆଲୋଚନା କରିଥିଲେ ।

ସେ ଆହୁରି କହିଛନ୍ତି ଯେ, ମୃତ୍ୟୁକୁ ୬୬ ଦିନ ବିତିଯାଇଥିଲେ ମଧ୍ୟ କିଛି ସୁରାକ ମିଳିନାହିଁ । ତାଙ୍କ ସହ ଘରେ ଆଉ ୩ଜଣ ରହୁଥିଲେ । ଏହି ୩ଜଣ ନିଜ ବୟାନ ବଦଳାଉଛନ୍ତି । ସେମାନଙ୍କ ବୟାନରେ ତାଳମେଳ ରହୁନାହିଁ । ସେମାନେ ହିଁ ସୁଶାନ୍ତଙ୍କୁ ହତ୍ୟା କରି ଟାଙ୍ଗି ଦେଇପାରନ୍ତି । ସିବିଆଇ ରିୟାଙ୍କ ବିଷୟରେ ଅନେକ ସୁରାକ ପାଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.