ଡକା ହେଲା ନାହିଁ ବୋଲି ସୁଶାନ୍ତଙ୍କ ଶେଷକୃତ୍ୟରେ ଆସିଲେନି,ଫୋନ୍ କରି ପ୍ରଶ୍ନ କଲେ : ଅନ୍ତରଙ୍ଗ ବନ୍ଧୁ ସନ୍ଦୀପ ଖୋଲିଲେ ରହସ୍ୟ,ବଢ଼ିଲା ସନ୍ଦେହ

Published By : Prameya-News7 Bureau | June 27, 2020 IST

ମୁମ୍ବାଇ ୨୭/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରଠୁ ଇଣ୍ଡଷ୍ଟ୍ରିର କଳା କାରନାମା ସାମନାକୁ ଆସିଛି। ଇଣ୍ଡଷ୍ଟ୍ରିରେ ପୁଣି ଥରେ ନେପୋଟିଜମର ମୁଦ୍ଦା ଗରମ ହୋଇଯାଇଛି। ଏହି ମାମଲାରେ ଅନେକ ଶକ୍ତିଶାଳୀ ଅଭିନେତା ଏବଂ ପ୍ରଡ୍ୟୁସରଙ୍କ ନାଁ ମଧ୍ୟ ସାମନାକୁ ଆସିଛି,ଯେଉଁମାନେ ଏହାକୁ ଗୁରୁତ୍ବ ଦେଇଥିଲେ। ସୁଶାନ୍ତଙ୍କ ପ୍ରଶଂସକ ଏପରି ଲୋକଙ୍କୁ ସୋସିଆଲ୍ ମିଡିଆରେ ଜୋରସୋରରେ ଟ୍ରୋଲ୍ କରିଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ପ୍ରିୟ ବନ୍ଧୁ ଏବଂ ପ୍ରଡ୍ୟୁସର ସନ୍ଦୀପ ସିଂହ ଏକ ସାକ୍ଷାତକାରରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଲୋକଙ୍କ ପ୍ରତିକ୍ରିୟା ବିଷୟରେ ସନ୍ଦୀପ କହିଛନ୍ତି।

{"id":292292,"width":590,"height":489,"sizeSlug":"large"}

ସନ୍ଦୀପ କହିଛନ୍ତି ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଦିନ ତାଙ୍କ ପାଖକୁ ଅନେକ ଶକ୍ତିଶାଳୀ ଲୋକଙ୍କ ମ୍ୟାସେଜ ଏବଂ କଲ୍ ଆସିଥିଲା ,ଯେଉଁଥିରେ ସେମାନେ ପଚାରୁଥିଲେ ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କ୍ରିୟାରେ ତାଙ୍କୁ କ’ଣ ପାଇଁ ନିମନ୍ତ୍ରଣ କରାଯାଇନାହିଁ? ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ପ୍ରକାରର ଡ୍ରାମା କରୁଛନ୍ତି। ତାଙ୍କୁ ମିଳିଥିବା ମ୍ୟାସେଜରେ ଲେଖା ହୋଇଥିଲା- ‘ଆମେ ବହୁତ ଶକ୍ତିଶାଳୀ। ଆମକୁ କାହିଁକି ନିୟନ୍ତ୍ରଣ କରାଯାଇନାହିଁ?’ ସନ୍ଦୀପ ଏପରି ଲୋକଙ୍କୁ କହିବାକୁ ଚାହୁଁଛନ୍ତି ଯେ ଏମାନଙ୍କ ମନରେ କ’ଣ ଚାଲିଛି?ଏହା ସବୁ ସତରେ ଆଶ୍ଚର୍ଯ୍ୟକର ଘଟଣା।

{"id":292293,"width":590,"height":332,"sizeSlug":"large"}

ସନ୍ଦୀପ ସିଂହ ଆଗକୁ କହିଥିଲେ ଯେ ଏକତା କପୁର ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ କାରଣରୁ ବିବାଦରେ ଥିଲେ କିନ୍ତୁ ତଥାପି ସେ ଅନ୍ତିମ ସଂସ୍କାର ଦିନ ନିଜ ଇଚ୍ଛାରେ ସେଠାକୁ ପହଞ୍ଚିଥିଲେ। ଏହା ବ୍ୟତୀତ ଶ୍ରଦ୍ଧା କପୁର,ବରୁଣ ଶର୍ମା,କୃତି ସାନନ,ବିବେକ ଓବରୟ,ରଣଦୀପ ହୁଡା ଭଳି ଷ୍ଟାର ଆସି ସେଠାରେ ବର୍ଷାରେ ଛିଡ଼ା ହୋଇ କାନ୍ଦୁଥିଲେ। ସେମାନେ ବି ତ ନିଜ ଇଚ୍ଛାରେ ସେଠାରେ ପହଞ୍ଚିଥିଲେ। ଏବେ ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁଠାରୁ ଅଧିକ ଲୋକଙ୍କ କାର୍ଯ୍ୟକଳାପ ଯୋଗୁଁ ଦୁଃଖ ଲାଗୁଛି। ସନ୍ଦୀପ ,ସୁଶାନ୍ତଙ୍କ ମୃତ୍ୟୁର କାରଣରେ କମେଣ୍ଟ କରିଥିବା ଲୋକଙ୍କ ପାଇଁ ମଧ୍ୟ ଟିପ୍ପଣୀ ଦେଇଛନ୍ତି।

{"id":292294,"sizeSlug":"large"}

ସନ୍ଦୀପ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ କହୁଛନ୍ତି ସୁଶାନ୍ତଙ୍କଠୁ ୭ଟି ଫିଲ୍ମ ଛଡ଼ାଇ ନିଆଯାଇଛି ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି,କେତେକ ଲୋକ ତାଙ୍କ ରିଲେସନଶିପ୍ ଷ୍ଟାଟସକୁ ନେଇ କହୁଛନ୍ତି ତ କେତେକ କହୁଛନ୍ତି ତାଙ୍କ ପାଖରେ ଟଙ୍କା ନଥିଲା ଏଥିପାଇଁ ଏସବୁ ହୋଇଛି। ସେମାନଙ୍କୁ ସନ୍ଦୀପ କହିଛନ୍ତି ଯେ ତାଙ୍କ ଆତ୍ମହତ୍ୟା କରିବା ପଛରେ କୌଣସି ଠୋସ୍ ପ୍ରମାଣ ନାହିଁ। ଏଗୁଡ଼ିକ ଲୋକଙ୍କ କଳ୍ପନା ବ୍ୟତୀତ ଆଉ କିଛି ନୁହେଁ। ସନ୍ଦୀପ କହିଥିଲେ ଯେ ସୁଶାନ୍ତ ଜଣେ ଆଉଟସାଇଡର ଥିଲେ ମଧ୍ୟ ସେ ୟଶରାଜ ଫିଲ୍ମସ,ଧର୍ମା ପ୍ରଡକ୍ସନ ସହ ଅନେକ ବଡ଼ ମେକର୍ସ ଏବଂ ପ୍ରଡ୍ୟୁସରଙ୍କ ସହ କାମ କରିଛନ୍ତି।

{"id":292296,"sizeSlug":"large"}

ଯେଉଁମାନେ ଏସବୁ ଗୁଜବ କରୁଛନ୍ତି ସେମାନେ ସୁଶାନ୍ତଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରନ୍ତୁ। ସେ କହିଛନ୍ତି-‘ସୁଶାନ୍ତଙ୍କ ପରିବାରକୁ ଏକୁଟିଆ ଛାଡ଼ି ଦିଅନ୍ତୁ,ପରିବାର ପାଇଁ କେତେ ଦୁଃଖର ସମୟ ଯେ ତାଙ୍କ ପରିଶ୍ରମୀ ପୁଅ ଚାଲିଯାଇଛି। ’

{"id":292298,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.