ଶିବସେନା ନେତାଙ୍କ ଦାବି- ସମ୍ପତ୍ତି ହାତେଇବା ପାଇଁ ଘରଲୋକେ ଦେଉଥିଲେ ସୁଶାନ୍ତଙ୍କୁ ଡ୍ରଗ୍ସ

Published By : Prameya-News7 Bureau | October 06, 2020 IST

ମୁମ୍ବାଇ ୦୬/୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ରାଜନୀତି ଥମୁ ନାହିଁ। ଏବେ ଶିବସେନା ନେତା ପ୍ରତାପ ସରନାଇକ ସୁଶାନ୍ତ ପରିବାର ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସୁଶାନ୍ତଙ୍କ ପରିବାର ଦ୍ବାରା ସମ୍ପତି ହାତେଇବା ପାଇଁ ତାଙ୍କୁ ଡ୍ରଗ୍ସ ଦିଆଯାଉ ଥିଲା।

ପ୍ରତାପ ସରନାଇକ ଅଭିଯୋଗ କରିଛନ୍ତି ଯେ ସୁଶାନ୍ତଙ୍କ ଭଉଣୀ ଓ ପରିବାରର କିଛି ସଦସ୍ୟ ଦିଲ୍ଲୀର ଜଣେ ଡାକ୍ତରଙ୍କ ମାଧ୍ୟମରେ ଫେକ୍‌ ପେସକ୍ରିପସନ ତିଆରି କରିଥିଲେ। ସେ କହିଛନ୍ତି ସୁଶାନ୍ତଙ୍କୁ ବେହାସ ଔଷଧ ଓ ଡ୍ରଗ୍ସ ଦିଆଯାଉ ଥିଲା।

ଏହା ସହ ସେ ଏହାର ତଦନ୍ତ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ କରିବା ନେଇ ଦାବି କରିଛନ୍ତି। ସେ ମୁମ୍ବାଇ ପୋଲିସ କମିଶନରଙ୍କୁ କହିଛନ୍ତି ସମ୍ପତି ପାଇଁ ଡ୍ରଗ୍ସ ଦିଆଯାଇଥିବା ମାମଲାରେ ତଦନ୍ତ କରାଯାଉ। ଏହା ଦ୍ବାରା ସୁଶାନ୍ତଙ୍କ ମୃତ୍ୟୁ ମାମଲର ସତ ସାମ୍ନାକୁ ଆସିଯିବ।

ତେବେ କିଛି ଦିନ ତଳେ ଶିବସେନା ସୁଶାନ୍ତଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇ ଥିଲେ। ଏହା ସହ ତାଙ୍କ ମୁଖପତ୍ର ‘ସାମନା’ରେ ସୁଶାନ୍ତ ମାଦକ ଦ୍ରବ୍ୟ ସେବନ କରୁଥିବା ତଥା ତାଙ୍କ ଚରିତ୍ରକୁ ହୀନ ବୋଲି ଦର୍ଶାଇ ଥିଲେ। ସେଥିରେ ଉଲ୍ଲେଖ କରାଯାଇଥିଲା ସୁଶାନ୍ତ ବିଫଳତା ଓ ନିରାଶା​‌ ଦେଇ ଗତି କରୁଥିଲେ। ଜୀବନର ଅସଫଳତା ସହ ନିଜକୁ ସମ୍ଭାଳି ନ ପାରି ନିଶା ସେବନ ଆରମ୍ଭ କଲେ ଓ ଶେଷରେ ଆତ୍ମହତ୍ୟା କଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.