ସୁଶାନ୍ତଙ୍କ ନଥିଲା ଟଙ୍କାର ଅଭାବ : ଘର ଭଡ଼ା ମାସକୁ ସାଢ଼େ ୪ଲକ୍ଷ, ଗୋଟିଏ ଫିଲ୍ମ ପାଇଁ ପାଉଥିଲେ ୮କୋଟି ଏବଂ ୩ଟି କମ୍ପାନୀର ଥିଲେ ମାଲିକ,ତଥାପି ଥିଲେ ଉଦାସ!

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ,୨୦।୬: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଗୋଟିଏ ପଟେ ତାଙ୍କର ଫ୍ୟାନମାନେ ଶୋକରେ ବୁଡି ରହିଥିବାବେଳେ ପୋଲିସ ପ୍ରତିଟି କୋଣରୁ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ କରୁଛି। ପୋଲିସ ଲଗାତାର ବିଭିନ୍ନ ପ୍ରକାର କାଗଜପତ୍ର ଏକାଠି କରିବା ସହ ତାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ପଚରାଉଚୁରା କରୁଛି। ପୋଲିସ ରିଲେସନସିପରୁ ନେଇ ଆର୍ଥିକ ସ୍ଥିତିରୁ ମାମଲାର ଯାଞ୍ଚ କରୁଛି।

{"id":288959,"sizeSlug":"large"}

ସୁଶାନ୍ତ ଫିଲ୍ମ କ୍ୟାରିୟର ସହିତ ନିଜର ବିଜନେସ୍ ମଧ୍ୟ ଚଲାଇଥିଲେ। ସେ ତିନୋଟି କମ୍ପାନୀର ମାଲିକ ଥିଲେ, ଯାହା ଭିତରୁ ଗୋଟିଏରେ ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କର ମଧ୍ୟ କନେକସନ୍ ରହିଛି। ସୁଶାନ୍ତ ୨୦୧୮ରେ ଏକ କମ୍ପାନୀ ଖୋଲିଥିଲେ, ଯାହାକି ଆର୍ଟିଫିସିଆଲ, ଭର୍ଚୁଆଲ ରିଏଲିଟି ଓ ଆଗୁମେଟେଣ୍ଡ ରିଏଲିଟି ଉପରେ କାମ କରୁଥିଲା। ସୁଶାନ୍ତଙ୍କ ଦ୍ବିତୀୟ କମ୍ପାନୀର ନାମ ଥିଲା Rhealityx। ଏହି ନାମ ରିୟାଙ୍କ ନାମରେ ରଖିଥିଲେ। ଏହି କମ୍ପାନୀ ମିକ୍ସଡ ରିଏଲିଟି ଓ ଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିଲା। ସୁଶାନ୍ତଙ୍କ ତୃତୀୟ କମ୍ପାନୀ ସ୍ବାସ୍ଥ୍ୟ କଲ୍ୟାଣ ଓ ଏଜୁକେସନ୍ ରିସର୍ଚ୍ଚ, ଇଣ୍ଟେଲେକଚୁଆଲ ପ୍ରପଟି ଉପରେ କାମ କରୁଥିଲା।

{"id":288962,"sizeSlug":"large"}

ଏହାକୁ ନେଇ ସୁଶାନ୍ତଙ୍କ ଜଣେ ଭଲ ବନ୍ଧୁ ତାଙ୍କ ଆର୍ଥିକ ସ୍ଥିତି ନେଇ କଥା ହୋଇଛନ୍ତି। ଏକ ଇଣ୍ଟରଭ୍ୟୁରେ ସୁଶାନ୍ତଙ୍କ ସାଙ୍ଗ କହିଛନ୍ତି, ଯେପରିକି କୁହାଯାଉଛି ଯେ ସୁଶାନ୍ତ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କ ପାଖରେ ଟଙ୍କା ଏବଂ ଫିଲ୍ମ ନଥିଲା ତାହା ଭୁଲ। ମୋତେ ଯେତିକି ଜଣା ଅଛି, ଆଗାମୀ ବର୍ଷ ପର୍ଯ୍ୟନ୍ତ  ସେ ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ ଥିଲେ। ଯଦି ସେ ଦୁଇଟି ଫିଲ୍ମ ସାଇନ୍ କରନ୍ତି ତେବେ ୨୦୨୦ ପର୍ଯ୍ୟନ୍ତ ତାଙ୍କ ପାଖରେ ୫ଟି ପ୍ରୋଜେକ୍ଟ ରହିଥାନ୍ତା। ସେ ପ୍ରତି ପ୍ରୋଜେକ୍ଟ ପାଇଁ ୮ କୋଟି ଟଙ୍କା ନେଉଥିଲେ।

{"id":288965,"sizeSlug":"large"}

ଏହା ସହିତ ସେ କହିଛନ୍ତି, ଦୁଇ ଜଣ ପ୍ରଡ୍ୟୁସର ତାଙ୍କୁ ଏହି ମାସରେ ଦେଖା କରିଥାନ୍ତେ। କାରଣ ସେ ତାଙ୍କ ଯୋଗାଯୋଗରେ ନଥିଲେ, ଏନେଇ ସେ ତାଙ୍କର ଜଣେ ବନ୍ଧୁଙ୍କ ସହ କଥା ହୋଇଥି​‌ଲେ ଓ କହିଥିଲେ ସେ ନିଜର ଫିଲ୍ମ ପାଇଁ ତାଙ୍କୁ କୋଟିଏରୁ ଅଧିକ ଟଙ୍କା ଦେବାକୁ ଚାହାନ୍ତି।’ ତାଙ୍କର ପରଲୋକ ଖବର ପରେ ବହୁ ରିପୋର୍ଟରେ କୁହାଯାଇଥିଲା, ସେ ପୂର୍ବରୁ ନିର୍ଦେଶକ ଆନନ୍ଦ ଗାନ୍ଧିଙ୍କ ସହିତ ଦୁଇଟି ଓ୍ବେବ୍ ପ୍ରୋଜେକ୍ଟ ପାଇଁ କଥା ହୋଇଥିଲେ। ଗୋଟିଏ ଫିଲ୍ମ ଓ ଏକ ଓ୍ବେବ୍ ସିରିଜ୍  ଥିଲା। କୁହାଯାଉଛି ଯେ, ସୁଶାନ୍ତ ରିୟା ଚକ୍ରବର୍ତ୍ତୀଙ୍କ ସହ ଏକ ଫିଲ୍ମରେ ନଜର ଆସିଥାନ୍ତେ।

{"id":288966,"width":592,"height":329,"sizeSlug":"large"}

ସୁଶାନ୍ତଙ୍କ ଭଉଣୀ ପୋଲିସକୁ କହିଛନ୍ତି, ତାଙ୍କ ଭାଇଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା କିମ୍ବା ତାଙ୍କର କାହା ପାଖରେ କିଛି ଋଣ ଥିଲା। ରିପୋର୍ଟ ଅନୁସାରେ, ପୋଲିସ ଅଭିନେତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରିବେ।ସୁଶାନ୍ତଙ୍କ ଲାପଟପ୍ ଓ ମୋବାଇଲର ମଧ୍ୟ ପୋଲିସ ଯାଞ୍ଚ କରିବା କଥା କହିଛି। ସୁଶାନ୍ତ ନିଜର ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ସହାୟତାରେ ଏକ ଓ୍ବେବସିରିଜ୍ ପାଇଁ ୧୪ କୋଟି ଟଙ୍କାର କନଟ୍ରାକ୍ଟ ପାଇବାକୁ ଯାଉଥିଲେ, ତେବେ ଦିଶା ଜୁନ୍ ୮ରେ ଆତ୍ମହତ୍ୟା କରିଥିଲେ।

{"id":288967,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.