Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ଜୁନ୍ ୨୯ର ଓ୍ବାର୍କ ପ୍ଲାନ୍ କରିସାରିଥିଲେ ସୁଶାନ୍ତ ସିଂହ ରାଜପୁତ : ଭଉଣୀ ସେୟାର କଲେ ଫଟୋ

1/08/2020 at 4:34 PM

ମୁମ୍ବାଇ ୧/୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଅଲବିଦା କହିବାର ମାସେରୁ ଅଧିକ ଦିନ ବିତିଗଲାଣି କିନ୍ତୁ ତାଙ୍କ ବଡ଼ ସ୍ବପ୍ନ ସମସ୍ତଙ୍କ ହୃଦୟରେ ଜୀବିତ ରହିଛି। ସୁଶାନ୍ତ କେତେ ପରିଶ୍ରମୀ ଥିଲେ,କେତେ ବଡ଼ ସ୍ବପ୍ନ ଦେଖୁଥିଲେ,ଏକଥା ସୁଶାନ୍ତଙ୍କ ଭଉଣୀ ଶ୍ବେତାଙ୍କ ନୂଆ ପୋଷ୍ଟ ଜରିଆରେ ବୁଝାଯାଇପାରିବ। ଶ୍ବେତା ସୋସିଆଲ୍ ମିଡିଆରେ ସୁଶାନ୍ତଙ୍କ ହ୍ବାଇଟବୋର୍ଡ଼ର ଏକ ଫଟୋ ସେୟାର କରିଛନ୍ତି।

ସେହି ଫଟୋ ଜରିଆରେ ଶ୍ବେତା କହିଛନ୍ତି ଯେ ସୁଶାନ୍ତ ପୂର୍ବରୁ ପ୍ରସ୍ତୁତି କରି ରଖିଥିଲେ ଯେ ସେ ଜୁନ୍ ୨୯ତାରିଖରେ କିପରି ନିଜ ଜୀବନରେ ବଡ଼ ବଡ଼ ପରିବର୍ତ୍ତନ କରିବାକୁ ଚାହୁଁଥିଲେ। ସୁଶାନ୍ତ ନିଜ ଓ୍ବାର୍କଆଉଟ ଉପରେ ଫୋକସ୍ କରିବାକୁ ଚାହୁଁଥିଲେ। ସୁଶାନ୍ତଙ୍କ ଭଉଣୀ ପୋଷ୍ଟରେ ଲେଖିଛନ୍ତି ଯେ –ଏହା ଭାଇର ହ୍ବାଇଟବୋର୍ଡ଼। ସେ ଜୁନ୍ ୨୯ତାରିଖରୁ ଓ୍ବାର୍କଆଉଟ୍ ଏବଂ ଧ୍ୟାନ କରିବା ବିଷୟରେ ଚିନ୍ତା କରିଥିଲା। ସେ ଆଗର ପ୍ରସ୍ତୁତି କରିଥିଲା। ଏହି ପୋଷ୍ଟ ଜରିଆରେ ଶ୍ବେତା ପୁଣି ଥରେ ସୁଶାନ୍ତଙ୍କ ପାଇଁ ନ୍ୟାୟର ନିବେଦନ କରିଛନ୍ତି।

ଯଦି ସୁଶାନ୍ତ ଡିପ୍ରେସନରେ ଥିଲେ ତାହେଲେ ସେ ଆଗର ପ୍ରସ୍ତୁତି କାହିଁକି କରିଥିଲେ। ସେ କାହିଁକି ମେଡିଟେସନ ଏବଂ ଓ୍ବାର୍କଆଉଟ୍ ବିଷୟରେ ଚିନ୍ତା କରିଥିଲେ। ସୁଶାନ୍ତଙ୍କ ହ୍ବାଇଟବୋର୍ଡ଼କୁ ଦେଖି ସୋସିଆଲ୍ ମିଡିଆରେ ଏପରି ପ୍ରଶ୍ନ କରାଯାଉଛି।

ସୁଶାନ୍ତଙ୍କ ମାମଲାରେ ଜୋରସୋରରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ଯେବେଠାରୁ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ସେବେଠାରୁ ମାମଲାରେ ଏକ ନୂଆ ମୋଡ଼ ଆସିଛି।

   Related Posts