କିଣା ସରିଥିଲା ବାହା ମୁକୁଟ: ହରିୟାଣାରୁ ଆସିଲା ଏମିତି ଖବର, ସବୁ କିଛି କରିଦେଲା ଓଲଟପାଲଟ
8/06/2020 at 7:22 PM

ଉଦଳା୮/୬: ଘରେ ପହଞ୍ଚିଥିଲେ ପୁଅର ବାହାଘର ହୋଇଥାଆନ୍ତା ।କିଣା ସରିଥିଲା ବାହା ମୁକୁଟ। ଚାଲିଥିଲା ଜୋରଦାର ପ୍ରସ୍ତୁତି। କିନ୍ତୁ ହରିୟାଣାରୁ ଆସିଲା ଏମିତି ଏକ ଖବର ସବୁ କିଛି ଓଲଟପାଲଟ କରିଦେଲା। ଘରଲୋକଙ୍କ ମୁଣ୍ଡରେ ଯେମିତି ଚଡ଼କ ପଡ଼ିଲା। ଉଦଳାରେ ଏଭଳି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।
ବୁକୁ ଫଟାଇ କାନ୍ଦୁଛି ମାଆ । କାନ୍ଦି କାନ୍ଦି ବେହେ।ସ ହୋଇଯାଉଛି । ଚେତା ଫେରିଲେ କେବଳ ଗେ।ଟିଏ କଥା ମେ। ନୟନ ପିତୁଳାକୁ ମୋ ପୁଅକୁ ଆଣିଦିଅ । ବୁଢା ବାପାଙ୍କ ଅବସ୍ଥା ବି ସମାନ । କାହିଁକି ଠାକୁର ଏତେ ନିଷ୍ଠୁର ହେଲେ । କାନ୍ଦି କାନ୍ଦି କେ।ହ ସମ୍ଭାଳି ପାରୁନାହାନ୍ତି । ଉଦଳା ଥାନା ଡିହିରାକୁଳ ଗାଁରେ ଏବେ ଶେ।କାକୂଳ ପରିବେଶ । ଗେ।ପୀନାଥ ସେନାପତିଙ୍କ ପୁଅ ସୁଶାନ୍ତ ହରିୟାଣାରେ କାମ କରୁଥିଲେ । ଏପଟେ ଘରେ ଚାଲିଥିଲା ସୁଶାନ୍ତଙ୍କ ବାହାଘର ପାଇଁ ପ୍ରସ୍ତୁତି । ବାହା ମୁକୁଟ, ବିବାହ ପେ।ଷାକ ସବୁ କିଛି କିଣା ସରିଥିଲା । ହଠାତ ଆସିଲା ସୁଶାନ୍ତର ମୃତ୍ୟୁ ଖବର । ୮ ଦିନ ହେଲା ସୁଶାନ୍ତଙ୍କୁ ଜର ଲାଗି ରହୁଥିଲା । ସାଙ୍ଗସାଥୀ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସୁଶାନ୍ତଙ୍କୁ ବଞ୍ଚାଇ ପାରିଲେନି । କରୋନା ଯୋଗୁଁ ସୁଶାନ୍ତଙ୍କର ମୃତ୍ୟୁ ହୋଇଛି।
ସେପଟେ ପରିବାର ଲୋକେ ଆଶା ବାନ୍ଧି ବସିଥିଲେ ସୁଶାନ୍ତ କାମ କରୁଥିବା କମ୍ପାନୀ କର୍ତ୍ତୁପକ୍ଷ ମୃତଦେହକୁ ଘରକୁ ପଠାଇବେ । କିନ୍ତୁ ହରିୟାଣା ସରକାର ମୃତଦେହ ପଠାଇବାକୁ ମନା କରି ଦେଇଛନ୍ତି। କାରଣ ସୁଶାନ୍ତଙ୍କ ସ୍ବାବ୍ ନମୁନା କରେ।ନା ପଜିଟିଭ୍ ଆସିଛି । ତେଣୁ ସରକାରୀ ଗାଇଡଲାଇନ୍ ଅନୁସାରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବନି । ଏକଥା ଶୁଣିବା ପରେ ବୁଢା ବାପା ମା’ଙ୍କ ଆଖିର ଲୁହ ବେ।ଲ ମାନୁନି।ଗଲା ବେଳେ ଖୁବ୍ ଶୀଘ୍ର ଫେରିବେ ବେ।ଲି କଥା ଦେଇ ଯାଇଥିଲେ ସୁଶାନ୍ତ । କିନ୍ତୁ ନାଁ ସେ ଆସିଲେ ନା ମୃତ ଦେହ ଦେଖି ପାରିଲେ ପରିବାର ଲୋକେ ।