Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଆତ୍ମହତ୍ୟା ପୂର୍ବରୁ ୩ଟି ଟ୍ୱିଟ କରି ହିଣ୍ଟ ଦେଇଥିଲେ କି ସୁଶାନ୍ତ ସିଂହ ରାଜପୁତ ? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସ୍କ୍ରିନସର୍ଟ

16/06/2020 at 7:25 PM

ମୁମ୍ବାଇ ୧୬/୦୬ : ରବିବାର ଜୁନ ୧୪ ତାରିଖରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି | ସୁଶାନ୍ତ ସିଂହଙ୍କ ନିଧନ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ନାନା ପ୍ରଶ୍ନ ଛିଡା ହୋଇଛି | ସୁଶାନ୍ତ ସିଂହଙ୍କ ନିଧନକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମାମଲା ସାମ୍ନାକୁ ଆସିଛି | କିଛି ଲୋକେ ସୁଶାନ୍ତଙ୍କ ଆତ୍ମହତ୍ୟା କାରଣ ଡିପ୍ରେସନ କହୁଥିବାବେଳେ ଆଉ କିଛି ଲୋକ ବଲିଉଡରେ ପରିବାରବାଦକୁ ଏହାର କାରଣ ବୋଲି ଦର୍ଶାଇଛନ୍ତି | ବଲିଉଡର କଳାକାରଙ୍କ ଠାରୁ ଆରମ୍ଭ କରି ବଡ ବଡ ରାଜନେତା ପର୍ଯ୍ୟନ୍ତ ସୁଶାନ୍ତ ସିଂହଙ୍କ ନିଧନରେ ପ୍ରତିକ୍ରିୟା ରଖିଛନ୍ତି ଏବଂ ତାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି | ବର୍ତ୍ତମାନ ସୋସିଆଲ ମିଡ଼ିଆରେ କିଛି ସ୍କ୍ରିନସର୍ଟ ଭାଇରାଲ ହୋଇଛି | ସ୍କ୍ରିନସର୍ଟକୁ ନେଇ ଦାବି କରାଯାଉଛି ଯେ ସୁଶାନ୍ତ ସିଂହ ଆତ୍ମହତ୍ୟା ପୂର୍ବରୁ ଏହି ଟ୍ୱିଟ କରିଥିଲେ |

ଏହି ଟ୍ୱିଟରେ ଲେଖାଯାଇଛି ଯେ,’ ଆମେ ପୁରୁଷଙ୍କୁ ମାନସିକ ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ, ବିଚାରଧାରାକୁ ନେଇ କିଛି ପ୍ରଶ୍ନ କରାଯାଇନଥାଏ | ମୁଁ ଏହିସବୁ ପଥ ଦେଇ ଗତି କରିସାରିଛି ଏବଂ ଏହିସବୁ ଚେଷ୍ଟା କରି କରି ଥକି ଗଲିଣି | ଆପଣମାନଙ୍କ ସହ ମୋର ରାସ୍ତା ବହୁତ ଲମ୍ବା | ମୁଁ ଜାଣିନି ମୁଁ ଏହି ଟ୍ୱିଟ କାହିଁକି କରୁଛି |’

ଆଉ ଏକ ଟ୍ୱିଟରେ ଲେଖିଥିଲେ, ‘ମୁଁ ଜୀବନର କଷ୍ଟ ସହ ସଂଗ୍ରାମ କରି କରି ଥକି ଗଲିଣି, କିଛି ସମୟ ପରେ ମୁଁ ଏହି ଟ୍ୱିଟ ଡିଲିଟ କରିଦେବି | ମୁଁ ଚାହୁଁଛି ଆପଣମାନେ ସମସ୍ତେ ଜାଣନ୍ତୁ ଯେ ମୁଁ ମେଡ଼ୟୋକର ସକ୍ସେସରୁ ଥକି ଗଲିଣି | ମୋତେ ଫେମ ଚାହୁଁନି, ଏହା ବହୁତ ଆରାମଦାୟକ ହୋଇଥିବା କିନ୍ତୁ ତାକୁ ମେଣ୍ଟେନ କରିବା ବହୁତ ମୁସକିଲ |’

ଶେଷ ଟ୍ୱିଟରେ ଲେଖିଥିଲେ, ‘ମୁଁ ଏବେ ଏହିସବୁ ଶେଷ କରିବାକୁ ଯାଉଛି, ଏକ ଭଲ ଅନ୍ତ ପାଇଁ | ମୁଁ ବର୍ତ୍ତମାନ ଦୁରକୁ ଯାଉଛି କିନ୍ତୁ ସବୁଦିନ ଆପଣମାନଙ୍କ ସହିତ ରହିବାକୁ | ମୋର ଏହି ଟ୍ୱିଟ ପରେ ଲୋକେ ନାନା ମନ୍ତବ୍ୟ ଦେଇପାରନ୍ତି କିନ୍ତୁ ନିଜ ବିଚାରଧାରାକୁ ନିଜ ମନ ଭିତରେ ରଖିବା ବନ୍ଦ କରିଦିଅନ୍ତୁ | ପୁଣି ଦେଖାହେବ, ଦୁନିଆର ଅନ୍ୟ ସାଇଡରେ, ଗୁଡବାଏ |’

India.com ୱେବସାଇଟ ଖବର ଅନୁଯାୟୀ, ଭାଇରାଲ ହେଉଥିବା ଏହି ଟ୍ୱିଟ ଫେକ | ସୁଶାନ୍ତ ସିଂହ ରାଜପୁତ ଏହିଭଳି ଟ୍ୱିଟ କରିନଥିଲେ | ସୁଶାନ୍ତ ସିଂହଙ୍କ ଟିମ କନଫର୍ମ କରିଛନ୍ତି ଯେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହିସବୁ ଟ୍ୱିଟ ଫେକ | ଟ୍ୱିଟ ସହ ସୋସିଆଲ ମିଡ଼ିଆ ୟୁଜର୍ସ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି | 

   Related Posts