ସୂର୍ଯ୍ୟକୁମାର, ଇଶାନ ଓ ତେଓ୍ଵତିୟାଙ୍କୁ ଚୂଡାନ୍ତ ଏକାଦଶରେ ମିଳିବନି ଜାଗା, ଏମିତି କାହିଁକି କହିଲେ ଭିଭିଏସ ଲକ୍ଷ୍ମଣ

Published By : Prameya-News7 Bureau | March 10, 2021 IST

ନୂଆଦିଲ୍ଲୀ ୧୦।୦୩: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମୁକାବିଲା ମାର୍ଚ୍ଚ ୧୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ଟେଷ୍ଟ ସିରିଜ୍‌ରେ ଇଂଲଣ୍ଡକୁ ୩-୧ରେ ପରାସ୍ତ କରିଛି। ଦଳର ମନୋବଳ ଉଚ୍ଚରେ  ରହିଛି। ଏହି ସିରିଜ୍‌ ପାଇଁ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ ରାହୁଲ ତେଓ୍ଵତିଆଙ୍କୁ ପ୍ରଥମ ଥର ଦଳରେ ସାମିଲ କରାଯାଇଛି। ମାତ୍ର ଭାରତର ପୂର୍ବତନ ବରିଷ୍ଠ ବ୍ୟାଟସମ୍ୟାନ ଭିଭିଏସ୍ ଲକ୍ଷ୍ମଣଙ୍କ ମତରେ ଏହି ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ଜାଗା ମିଳିବା ମୁସ୍କିଲ। ଲକ୍ଷ୍ଣଣଙ୍କ ଅନୁଯାୟୀ, ଏହି ସିରିଜ୍‌ରେ ହୋଇପାରେ ଏହି ଖେଳାଳିଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିବାର ସୁଯୋଗ ମିଳିପାରେ।

ଷ୍ଟାର ସ୍ପୋର୍ଟ୍ସ ସହ ଆଲୋଚନା  ବେଳେ ଲକ୍ଷ୍ମଣ କହିଛନ୍ତି, ମୋତେ ଲାଗୁନାହିଁ ଏହି ତିନି ଖେଳାଳିଙ୍କ ମଧ୍ୟରୁ କାହାକୁ ଚୂଡାନ୍ତ ଏକାଦଶରେ ଜାଗା ମିଳିବ। କାରଣ ଭାରତୀୟ ଦଳର ମଧ୍ୟକ୍ରମ ବହୁତ ସନ୍ତୁଳିତ ରହିଛି। ନମ୍ବର ୪ରେ ରହିଛନ୍ତି ଶ୍ରେୟର ଆୟର। ପୁଣି  ଋଷଭ ପନ୍ତ ଦଳକୁ ଫେରିଛନ୍ତି, ଯିଏ ନମ୍ବର ୫ରେ ବ୍ୟାଟିଂ କରି ପାରନ୍ତି। ନମ୍ବର ୬ରେ ଅଛନ୍ତି  ହାର୍ଦ୍ଦିକ ପାଣ୍ଡ୍ୟା। ତେଣୁ ସୂର୍ଯ୍ୟକୁମାର, ଇଶାନ କିମ୍ବା ତେଓ୍ଵତିଆଙ୍କୁ ଚୂଡାନ୍ତ ଏକାଦଶରେ ଜାଗା ମିଳିବାର ସମ୍ଭାବନା ଖୁବ୍ କମ ରହିଛି। କିନ୍ତୁ ମୁଁ ଆଶାବାଦୀ ଯେ, ଯେବେ ମଧ୍ୟ ଏହି ଖେଳାଳିଙ୍କୁ ସୁଯୋଗ ମିଳିବ ସେମାନେ ଦମଦାର ପ୍ରଦର୍ଶନ କରିବେ।

ଭାରତୀୟ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, କେଏଲ ରାହୁଲ, ଶିଖର ଧାଓ୍ଵନ, ଶ୍ରେୟର ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଇଶାନ କିଶନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ଵାଶିଂଟନ ସୁନ୍ଦର, ରାହୁଲ ତେଓ୍ଵତିଆ, ଟି ନଟରାଜନ, ଭୁବନେଶ୍ଵର କୁମାର, ଦୀପକ ଚହର, ନବଦୀପ ସାଇନି ଓ ଶାର୍ଦ୍ଦୁଳ ଠାକୁର।

ଇଂଲଣ୍ଡ ଦଳ

ଇଅନ ମୋର୍ଗାନ, ମୋଇନ ଅଲ୍ଲୀ, ଜୋଫ୍ରା ଆର୍ଚର, ଜୋନି ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଜୋସ୍ ବଟଲର, ସାମ କୁରନ, ଟମ କୁରନ, କ୍ରିସ ଜୋର୍ଡାନ, ଲିୟମ ଓ୍ଵିଲିଙ୍ଗନଷ୍ଟନ, ଡେଭିଡ୍ ମଲାନ, ଆଦିଲ ରଶିଦ, ଜାସନ ରୟ, ବେନ ଷ୍ଟୋକ୍ସ, ଟାପ୍ଲେ  ଓ ମାର୍କ ଉଡ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.