Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସୂର୍ଯ୍ୟକିରଣ ବିମାନ ମଧ୍ୟରେ ଆକାଶରେ ଧକ୍କା ଘଟଣା : ଭାରତୀୟ ବାୟୁସେନା ପକ୍ଷରୁ କୋର୍ଟ ଅଫ ଇନକ୍ବାରୀ ଅର୍ଡର

19/02/2019 at 8:00 PM

ଆକାଶରେ ଏୟାର ଫୋର୍ସର ଦୁଇ ବିମାନ ମଧ୍ୟରେ ଟକ୍କର । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ୧୨ ତମ ଏରୋ ଇଣ୍ଡିଆ ସୋ ପାଇଁ ବେଙ୍ଗଳୁରରେ ଏୟାର ସୋ ରିହର୍ସାଲ ସମୟରେ ଦୁଇ ସୂର୍ଯ୍ୟକିରଣ ବିମାନ ମଧ୍ୟରେ ଧକ୍କା ହେବାରୁ ଦୁଇଟି ଯାକ ବିମାନ ତଳେ ପଡି ଜଳିଯାଇଛି । ଦିନ ୧୧ଟା ୫୦ମିନିଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ତଦନ୍ତ ଚାଲିଛି । ….

ଗୁଡି ଭଳି କଟି ଆକଶରୁ ତଳକୁ ଖସିଲା ଦୁଇଟି ବିମାନ ।…ଭାରତୀୟ ବାୟୁସେନା ସୂର୍ଯ୍ୟକିରଣ ଟିମ୍‌ର ଏହା ଦୁଇଟି ହକ୍‌ ବିମାନ । ବିମାନ ଦୁଇଟି ତଳେ ପଡିଲା ପରେ ଜଳିଯିବାରୁ ପରିବେଶ କଳାଧୁଆଁରେ ଭର୍ତ୍ତି ହୋଇଯାଇଥିଲା । ବେଙ୍ଗଳୁରୁ ୟେଲାହେଙ୍କା ଏୟାରବେସ୍‌ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଆସନ୍ତାକାଲିଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ୧୨ତମ ଏରୋ ଇଣ୍ଡିଆ ସୋ ପାଇଁ ଅଭ୍ୟାସ କରୁଥିବା ବେଳେ ଦୁଇଟି ସୂର୍ଯ୍ୟକିରଣ ବିମାନ ମଧ୍ୟରେ ଆକାଶରେ ଧକ୍କା ହୋଇଥିଲା । ଫଳରେ ଦୁଇଟି ଯାକ ବିମାନ ଜଳିଯାଇ ତଳକୁ ଖସିପଡିଥିଲା । ଏହା ପୂର୍ବରୁ ଗୋଟିଏ ବିମାନରେ ଥିବା ଦୁଇ ପାଇଲଟ୍‌ ପାରାଚୁଟ ଯୋଗେ ଓହ୍ଲାଇ ପଡିଥିଲେ ।

ହେଲେ ଅନ୍ୟ ବିମାନରେ ଥିବା ଜଣେ ପାଇଲଟ୍‌ ବାହାରି ପାରିନଥିଲେ ଫଲରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଆହତ ପାଇଲଟ୍‌ଙ୍କୁ କମାଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ବିମାନ ପଡିଥିବା ସ୍ଥାନରେ ଆଉକେତେ କଣ କ୍ଷତି ହୋଇଛି ତାହା ଆକଳନ କରାଯାଉଛି । ଭାରତୀୟ ବାୟୁସେନା ପକ୍ଷରୁ କୋର୍ଟ ଅଫ ଇନକ୍ବାରୀ ଅର୍ଡର ଦିଆଯାଇଛି

୪ ବର୍ଷ ତଳେ ଠିକ୍ ଆଜିର ଦିନରେ  ଫ୍ଲାଇଂ ବୁଲ୍‌ ଏରୋବେଟିକ୍ ଟିମ୍‌ର ଅଭ୍ୟାସ ବେଳେ ଏହିଠାରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଥିଲା । ହେଲେ ଦୁଇ ବିମାନର ପାଇଲଟ୍‌ ନିରାପଦରେ ଓହ୍ଲାଇଯାଇଥିଲେ । ୧୯୯୬ରେ ସୂର୍ଯ୍ୟକିରଣ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍‌ ଦେଶ ବିଦେଶରେ ୪ଶହରୁ ଅଧିକ ସୋ କରିସାରିଛି। ୨୦୧୧ରେ ସୂର୍ଯ୍ୟକିରଣକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ପରେ ୨୦୧୭ରେ ଏହାକୁ ପୁଣି ବାୟୁସେନାରେ ସାମିଲ କରାଯାଇଥିଲା।  ଏହା ଏବେ ବାୟୁସେନାର ୫୨ ସ୍କ୍ବାଡ୍ରନର ଅନ୍ତର୍ଭୁକ୍ତ ଅଛି ।

   Related Posts