ଆସନ୍ତାକାଲି ରାଶି ପରିବର୍ତ୍ତନ କରିବେ ରବି : ମିଥୁନ ରାଶି ସହ ଏହି ସବୁ ରାଶି ଉପରେ ପଡିବ ପ୍ରଭାବ

Published By : Prameya-News7 Bureau | June 14, 2019 IST

ଭୁବନେଶ୍ୱର ୧୪/୬ : ଶନିବାର, ଜୁନ ୧୫ ତାରିଖରେ ଗ୍ରହମାନଙ୍କ ରାଜା ରବି ରାଶି ପରିବର୍ତ୍ତନ କରିବେ । ଏହି ଗ୍ରହ ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରି ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରହିବେ । ଏହାପରେ ରବି କର୍କଟ ରାଶିରେ ପ୍ରବେଶ କରିବେ । ଉଜ୍ଜେନର ଜ୍ୟୋତିଷ ପଣ୍ଡିତ ମନୀଷ ଶର୍ମାଙ୍କ ଅନୁଯାୟୀ, ରବି ରାଶି ପରିବର୍ତ୍ତନ କରିବା ଯୋଗୁଁ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ । କିଛି ରାଶି ପାଇଁ ଶୁଭ ଖବର ଦେବାବେଳେ ଆଉ କିଛି ରାଶି ପାଇଁ ରବି ଅଶୁଭ ଫଳ ପ୍ରଦାନ କରିବେ । ଆସନ୍ତୁ ଜାଣିବା କେଉଁ ରାଶିରେ କଣ ପ୍ରଭାବ ପଡିବ  

ମେଷ - ରବି ବୃଷ ରାଶି ପରିବର୍ତ୍ତନ କରି ମୁଥୁନ ରାଶିରେ ପ୍ରବେଶ କରିବା ଯୋଗୁଁ ମିଥୁନ ରାଶିରେ ସୁଖ ଶାନ୍ତି ରହିବ । ଧନ ଲାଭ ହେବାର ଯୋଗ ରହିଛି । ଅଳ୍ପ ପରିଶ୍ରମ କରି ଅଧିକ ଲାଭ ମିଳିପାରେ ।

ବୃଷ - ରବି ବୃଷ ରାଶି ଛାଡିବା ଯୋଗୁଁ ଅଚାନକ ଧନ ଲାଭ ହେବାର ସମ୍ଭାବନା ରହିଛି । ସନ୍ତାନ ତରଫରୁ ସହଯୋଗ ପ୍ରାପ୍ତି ହେବ ।

{"id":122796,"width":579,"height":324}

ମିଥୁନ - ରବି ମିଥୁନ ରାଶିରେ ପ୍ରବେଶ କରିବା ଯୋଗୁଁ ଶାସକୀୟ କାର୍ଯ୍ୟରେ ଲାଭ ହୋଇପାରେ । ଶତ୍ରୁକୁ ପରାଜିତ କରିବାରେ ସଫଳତା ମିଳିବ । ବେକାର ଯୁବକ ଯୁବତୀଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି ।

କର୍କଟ - କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ଜମିଜମା ସମ୍ବନ୍ଧୀୟ ଲାଭ ମିଳିପାରେ । କୋର୍ଟ କଚେରୀ ମାମଲାରେ ଚିନ୍ତା ବଢିପାରେ । କିନ୍ତୁ କିଛି ସମୟ ପରେ ସମସ୍ୟା ସମାଧାନ ହୋଇଯିବ ।

ସିଂହ - ଏହି ରାଶି ପାଇଁ ଏହି ସମୟ ସାମାନ୍ୟ ଫଳ ଦେବ । ପରିଶ୍ରମ ଅନୁଯାୟୀ ଫଳ ପାଇବେ । ମନୋରଞ୍ଜନରେ ସମୟ ଅତିବାହିତ କରିବେ ।

କନ୍ୟା - କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପରାକ୍ରମ ଶ୍ରେଷ୍ଠ ରହିବ । କାର୍ଯ୍ୟରେ ସଫଳତା ମିଳିବ, ମନ ପ୍ରସନ୍ନ ରହିବ । ଶତ୍ରୁଙ୍କୁ ପରାଜିତ କରିବାରେ ସଫଳତା ମିଳିବ । ଏହାସହ ଧନ ଲାଭ ହେବାର ସମ୍ଭାବନା ରହିଛି ।

{"id":122797}

ତୁଳା - ପୁରୁଣା ପରମ୍ପରା ଛାଡି ଆଧୁନିକତା ଆଡକୁ ଗତି କରିବେ । ସଂଯମ ରକ୍ଷା କରିବାକୁ ପରାମର୍ଶ । ନଚେତ ଅଯଥା କାମରେ ସମୟ ନଷ୍ଟ ହେବା ସହ କାମ ବିଗିଡ଼ିବାର ସମ୍ଭାବନା ରହିଛି । ଧର୍ଯ୍ୟର ସହ କାମ କଲେ ସଫଳତା ମିଳିବ । 

ବିଛା - ଏହି ସମୟ ଆପଣଙ୍କ ପାଇଁ ସତର୍କ ରହିବାର ସମୟ । ଅତି ଉତ୍ସାହ ହୋଇ କୌଣସି କାମ କରନ୍ତୁ ନାହିଁ ବା କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କୌଣସି ଜାଗାରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ । ବିଶେଷଜ୍ଞଙ୍କ ମତ ନେଇ ଆଗକୁ ବଢିବେ ।

ଧନୁ - ଏହି ରାଶି ପାଇଁ ଅନାବଶ୍ୟକ ଚିନ୍ତା ବଢିବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି । ଏହି ସମୟରେ ଟିକିଏ ସତର୍କ ରହିବାକୁ ହେବ ।

ମକର  - ବିଗିଡି ଯାଇଥିବା କାମ ସୁଧୁରି ଯିବ । ନୂଆ ଯୋଜନା ଉପରେ ବିଚାର କରିବାର ସମୟ । ଭବିଷ୍ୟତରେ କୌଣସି ବଡ ଉପଲବ୍ଧି ମିଳିବାର ସମ୍ଭାବନା ରହିଛି ।

{"id":122798,"width":573,"height":429}

କୁମ୍ଭ - ନୂଆ ଯାନବାହାନ ପ୍ରାପ୍ତି ହୋଇପାରେ । କାରବାରରେ ଟିକିଏ ସାବଧାନ ହେବାକୁ ପଡିବ, ନଚେତ କ୍ଷୟ କ୍ଷତି ସହିବାକୁ ପଡିପାରେ । ଆଗକୁ ଯଦି କୌଣସି ଯୋଜନା ରଖିଛନ୍ତି ତାହେଲେ ସଫଳ ହେବେ ।

ମୀନ - ଆଶା ଅନୁରୂପ କାମ ହୋଇପାରିବ ନାହିଁ । ଅଜଣା ଭୟ ଲାଗି ରହିବ । ଭବିଷ୍ୟତକୁ ନେଇ ଚିନ୍ତା ବଢିବ । କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ନାହିଁ । ଧର୍ଯ୍ୟର ସହ କାମ କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.