ଅଗଷ୍ଟ ୧୬ତାରିଖରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ : ଏହି ୪ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଶୁଭ ସମାଚାର

Published By : Prameya-News7 Bureau | August 13, 2020 IST

ରବିବାର ,୨୦୨୦ ଅଗଷ୍ଟ ୧୬ତାରିଖ ବିଳମ୍ବିତ ସନ୍ଧ୍ୟା ୭ଟା ବାଜି ୧୦ମିନିଟରେ ଗ୍ରହର ରାଜା ସୂର୍ଯ୍ୟ ନିଜ ମିତ୍ର ଚନ୍ଦ୍ରଙ୍କ ରାଶି କର୍କଟକୁ ଛାଡ଼ି ନିଜ ରାଶି ସିଂହରେ ପ୍ରବେଶ କରିବେ। ଆଜି ହିଁ ସୂର୍ଯ୍ୟ ଶନିଙ୍କ ପ୍ରଭାବରୁ ମୁକ୍ତ ହେବେ। ସିଂହରେ ମଘା,ପୂର୍ବା ଫାଲଗୁନି ଏବଂ ଉତ୍ତରାଫାଲଗୁନି ନକ୍ଷତ୍ର ରହିଛନ୍ତି। ମଘାଙ୍କ ସ୍ବାମୀ କେତୁ ଏବଂ ପୂର୍ବାଫାଲଗୁନିଙ୍କ ସ୍ବାମୀ ଶୁକ୍ର,ଦୁହେଁ ସୂର୍ଯ୍ୟଙ୍କ ବିରୋଧୀ କିନ୍ତୁ ଉତ୍ତରାଫାଲଗୁନି ନକ୍ଷତ୍ରର ସ୍ବାମୀ ସୂର୍ଯ୍ୟ। ସଂକ୍ରାନ୍ତିରେ ଦାନ-ସ୍ନାନର ବଡ଼ ମହତ୍ତ୍ବ ରହିଥାଏ।

ଆସନ୍ତୁ ଜାଣିବା ସିଂହରେ ସୂର୍ଯ୍ୟ ଯିବାରୁ ସମସ୍ତ ରାଶି ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ:

ମେଷ : ଭ୍ରମ କାରଣରୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ଛୋଟ ରୋଗକୁ ଭାବି ଭାବି ବଡ଼ କରିଦେବେ। ଉଚ୍ଚ ଶିକ୍ଷାରେ ହାନି।

ବୃଷ : ରୋଗ ଆଶଙ୍କାରେ ଡରିବେ। ସୁଖରେ ଅଭାବ ଅନୁଭବ କରିବେ। ସରକାରଙ୍କୁ ଦଣ୍ଡ ଯୋଗୁଁ ଡରିବେ। ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବେ।         

ମିଥୁନ : ଗୁରୁତ୍ବପୂର୍ଣ୍ଣ ପଦ ମିଳିପାରେ। ଧନ ମିଳିବ। ଶୁଭ ସମାଚାରରେ ମନ ପ୍ରସନ୍ନ ରହିବ। ଛୋଟ ଯାତ୍ରାରେ ଲାଭ। ଶତ୍ରୃଙ୍କୁ ପରାଜିତ କରିବେ।

କର୍କଟ : ଧନ ଭୁଲ୍ କାମରେ ଲାଗିବା ଯୋଗୁଁ କ୍ଷତି ହେବ। ଉଗ୍ର ବାଣୀ କାରଣରୁ କାର୍ଯ୍ୟାଳୟ ଏବଂ ଘରେ ଅଶାନ୍ତି ହେବ। ଅନାବଶ୍ୟକ ଜିଦରୁ ବର୍ତ୍ତିବେ।

ସିଂହ : ଅଧିକ ପରିଶ୍ରମ,ଲାଭ କମ୍। ହଠାତ୍ ରାଗିବା ଯୋଗୁଁ କାର୍ଯ୍ୟରେ ବାଧା ଉତ୍ପନ୍ନ ହେବ।

କନ୍ୟା : କଳହ-କ୍ଳେଶ ଯୋଗୁଁ ମାନସିକ ଚିନ୍ତା। ବନ୍ଧୁଙ୍କ ବିଶ୍ବାସଘାତକତା ଯୋଗୁଁ ଭାଙ୍ଗି ପଡ଼ିବେ। ଧନ ବୁଡ଼ିବାର ଆଶଙ୍କା।

ତୁଳା : ପୁରୁଣା ରୋଗରୁ ମୁକ୍ତି ମିଳିବ। ଧନଲାଭ ହେବ। ନୂଆ ଅନୁବନ୍ଧ ହେବ। ପୁରସ୍କାର ମିଳିବ। ସରକାର ଏବଂ ଅଧିକାରୀଙ୍କଠୁ ପ୍ରଶଂସା ମିଳିବ। ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ।

ବିଛା : ଅଟକିଥିବା କାର୍ଯ୍ୟ ପୂରା ହେବ। ଅଧିକାରୀଙ୍କ ସହ ସମ୍ପର୍କ ମଧୁର ହେବ। ନୂଆ ଦାୟିତ୍ବ ମିଳିବ।

ଧନୁ : ନିଜ ପ୍ରିୟଜନଙ୍କଠୁ ଅଲଗା ହୋଇପାରନ୍ତି। ସବୁ କାମରେ ବାଧାବିଘ୍ନ ଉତ୍ପନ୍ନ ହେବ। ହଠାତ୍ ଖରାପ ଖବର ମିଳିବ।

ମକର : ରୋଗ ବଢ଼ିବାରୁ ଚିନ୍ତିତ ରହିବେ। ସରକାର ଦଣ୍ଡ ଦେଇପାରନ୍ତି। ଅଧିକାରୀ ଅସନ୍ତୁଷ୍ଟ ହେବାରୁ ବ୍ୟବସାୟୀ ଘାଟାରେ ପଡ଼ିପାରନ୍ତି। ମାନସିକ ଭ୍ରମ ରହିବ।

କୁମ୍ଭ : ପେଟରେ ଯନ୍ତ୍ରଣା ହୋଇପାରେ। ଜୀବନସାଥୀଙ୍କ ସହ ବିବାଦ ରହିବ। ସମ୍ମାନ ହ୍ରାସ ପାଇବ। ବୁଝାମଣା ହୋଇନପାରେ।

ମୀନ : ରୋଗ ନାଶ ହେବ। ଶତ୍ରୃଙ୍କୁ ପରାସ୍ତ କରିବେ। ସମ୍ପର୍କୀୟ ଏବଂ ପ୍ରତିଷ୍ଠିତ ଲୋକଙ୍କଠୁ ପ୍ରଶଂସା ମିଳିବ। ଚାକିରୀରେ ପ୍ରତିଷ୍ଠିତ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.