ଆଗାମୀ ସୂର୍ଯ୍ୟ ପରାଗ ଚୀନ ପାଇଁ ହେବ ଭୟଙ୍କର ଓ ବିନାଶକାରୀ, ପିଓକେକୁ ବଡ କ୍ଷତି

Published By : Prameya-News7 Bureau | June 11, 2020 IST

ବାରଣାସୀ, ୧୧|୦୬:   ଆଗାମୀ ଦିନ ଚୀନ ଓ ପାକିସ୍ତାନ ପାଇଁ ବହୁତ ଖରାପ ହେବ । ପିଓକେ, ଚୀନ ଓ କାଶ୍ନୀରର ପାଇଁ ମଧ୍ୟ ବିନାଶକାରୀ ସାବ୍ୟସ୍ତ ହେବ ଆଗାମୀ ଦିନ । ଏପରି ଭବିଷ୍ୟବାଣୀ କରି ସମସ୍ତଙ୍କୁ ଚକିତ କରିଛନ୍ତି କାଶୀର ଜ୍ୟୋତିଷ । ଜ୍ୟେତିଷମାନେ ଦାବି କରିଛନ୍ତି ଯେ, ଜୁନ ୨୧ରେ ହେବାକୁ ଥିବା ସୂର୍ଯ୍ୟପରାଗ କାନ୍ଦାହାର, ପିଓକେ, କାଶ୍ମୀର ଓ ଚୀନ ପାଇଁ ବିନାଶକାରୀ ସାବ୍ୟସ୍ତ ହେବ ।

ଏହି ଦାବି ଯେଉଁ ଗ୍ରନ୍ଥ ଆଧାରରେ କୁହାଯାଉଛି ସେଥିରେ ଷଷ୍ଠ ଶତାବ୍ଦୀର ତ୍ରିକାଳଦର୍ଶୀ ଜ୍ୟୋତିଷ ଆଚାର୍ଯ୍ୟ ବରାହମିହିରଙ୍କ କଥା ଉଲ୍ଲେଖ ରହିଛି । ଯାହାର ନାମ ହେଉଛି ବୃହସଂହିତା । ଏହି ଗ୍ରନ୍ଥର ଏକ ଶ୍ଲୋକରେ ଲେଖାଯାଇଛି ଯେ, ଆଷାଢ ମାସରେ ହେବାକୁ ଥିବା ସୂର୍ଯ୍ୟ ପରାଗ ପୃଥିବୀର ଏହି ଭୂଭାଗକୁ ଅଧିକ କ୍ଷତି ପହଁଚାଇବ ।

ଆଚାର୍ଯ୍ୟ ବରାହମିହିର ଚନ୍ଦ୍ରଗୁପ୍ତଙ୍କ ନବରତ୍ନଙ୍କ ମଧ୍ୟରୁ ଅନ୍ୟତମ । ସେ କହିଥିବା ଜ୍ୟୋତିଷ ଶାସ୍ତ୍ର ଆଜି ମଧ୍ୟ ପ୍ରଚଳିତ । ଦେଶ ବିଦେଶର ଅନେକ ଜ୍ୟୋତିଷ ଏହାକୁ ପାଳନ କରିଥାନ୍ତି । ଏହି ତଥ୍ୟ ବୃହତସଂହିତାର ୭୭ ତମ ଶ୍ଲୋକରେ ଉଲ୍ଲେଖ ରହିଛି । କାଶୀର ଜ୍ୟୋତିଷ ପବନ ତ୍ରିପାଠୀ କହିଛନ୍ତି ଯେ, ଜୁନ ୨୧ରେ ମିଥୁନ ରାଶିରେ ଲାଗୁଥିବା ସୂର୍ଯ୍ୟ ପରାଗ ଏହି ସବୁ ସ୍ଥାନରୁ କ୍ଷତି ପହଁଚାଇବ । ଭାରତ ସୀମାର ଉତ୍ତର ଦିଗରେ ଥିବା ଦେଶରେ ବିଦ୍ରୋହ ସୃଷ୍ଟି ହେବ ।  ଏପରିକି ପ୍ରାକୃତିକ ବିପତ୍ତି, ଭୂମିକମ୍ପ, ସୈନ୍ୟ କାର୍ଯ୍ୟକଳାପ ବୃଦ୍ଧି ପାଇବ । ଏପରିକି ଚୀନ ଧ୍ୱଂଶ ହୋଇପାରେ ବୋଲି ଉଲ୍ଲେଖ ରହିଛି ।

{"id":284818,"width":688,"height":389,"sizeSlug":"large"}

ତେବେ ଭାରତ ଉପରେ ଏହାର କଣ ପ୍ରଭାବ ରହିଛି ସେନେଇ ମଧ୍ୟ ଏଥିରେ ଉଲ୍ଲେଖ ରହିଛି । ଭାରତର ମଧ୍ୟବର୍ତ୍ତୀ ଭୂଭାଗରେ ଏହାର କୁପ୍ରଭାବ ପଡିବ ଓ ଦେଶରେ ଅରାଜକତା ସୃଷ୍ଟି ହେବା ସହ ଅଗ୍ନିକାଣ୍ଡ ଘଟିପାରେ । ସେହିପରି ପ୍ରବଳ ଯୁଦ୍ଧର ସମ୍ଭାବନା ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.