ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି ବୋଲି କହିଲେ ସୂର୍ଯ୍ୟ ପାତ୍ର

Published By : Prameya-News7 Bureau | May 17, 2019 IST

ଭୁବନେଶ୍ବର ୧୭|୫: ନିର୍ବାଚନ ଫଳ ବାହରିବାକୁ ଆହୁରି ୫ ଦିନ ବାକି ରହିଛି । କିନ୍ତୁ ପ୍ରଧାନମନ୍ତ୍ରୀ ରେସରେ ବିଜେଡି ନେତାଏ ନବୀନଙ୍କ ନାଁ ପୁରାଇ ଦେଲେଣି। ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଭାରତବର୍ଷରେ ଅତ୍ୟନ୍ତ ଯୋଗ୍ୟ ବ୍ୟକ୍ତି ବୋଲି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଏହା ପାଇଁ ଯେତିକି ଆବଶ୍ୟକତା ରହିଛି କଂଗ୍ରେସ ସମର୍ଥନରେ ହେବା ଅନୁଚିତ୍ ବୋଲି ସେ କହିଛନ୍ତି । କାରଣ କଂଗ୍ରେସର ଇତିହାସ ରହିଛି ଆଗରୁ ଯେତେ ଜଣଙ୍କୁ ପ୍ରଧାନମନ୍ତ୍ରୀ କରିଛି ତାଙ୍କ ଗୋଡ ଝିଙ୍କିଦେଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପରବର୍ତ୍ତୀ ପଦକ୍ଷେପ ନେଇ ଆଗରୁ ପ୍ରତିକ୍ରିୟା ଦେଇସାରିଛନ୍ତି । ବିଜେଡିର କଂଗ୍ରେସ ଏବଂ ବିଜେପି ମଧ୍ୟରେ ସମ ଦୂରତ୍ବ ରହିଛି । ଓଡିଶାର ସ୍ବାର୍ଥକୁ ଯିଏ ରକ୍ଷା କରିବ, ଓଡିଶାର ସ୍ବାର୍ଥ ପାଇଁ ଯିଏ କାମ କରିବ, ଓଡିଶାକୁ ପ୍ରତି କଥାରେ ଯିଏ ସାହାଯ୍ୟ କରିବ, ଓଡିଶା ଦାବିକୁ ଯିଏ ସମର୍ଥନ କରିବ ତା ପ୍ରତି ଆମର ସମର୍ଥନ ରହିବ ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.