୨୦୨୧ ବର୍ଷର ଶେଷ ସୂର୍ଯ୍ୟ ପରାଗ , ଗର୍ଭବତୀ ମହିଳାମାନେ କରନ୍ତୁ ନାହିଁ ଏହି କାମ...

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪।୧୨  : ଆଜି ୨୦୨୧ ବର୍ଷର ଶେଷ ସୂର୍ଯ୍ୟ ପରାଗ । ଏହି ଦିନ, ସୂର୍ଯ୍ୟ ପରାଗ ସକାଳ ୧୦.୫୯ରୁ ଆର୍ମ୍ଭ ହୋଇ ଅପରାହ୍ନ ୩.୦୭ରେ ଶେଷ ହେବ । ଏହି ସୂର୍ଯ୍ୟଗ୍ରହଣ ସମୟରେ ମନ୍ଦିର ଦ୍ବାରା ବନ୍ଦ ହୋଇଯାଇଥାଏ ।  ଏହ ସହ ଶୁଭ କାର୍ଯ୍ୟ କରିବା ଉପରେ ନିଷେଧାଦେଶ ରହିଛି ।  କିନ୍ତୁ ଏହାକୁ ପୂଜାପାଠ ଏବଂ ଭଜନ କୀର୍ତ୍ତନ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ସମୟରେ ଭଗବାନ ସୂର୍ଯ୍ୟଙ୍କ ଉପରେ ରାହୁ ଏବଂ କେତୁଙ୍କର ଗ୍ରହଣ ଲାଗି ରହିଥାଏ । ଏଥିପାଇଁ ବିଶେଷ କରି ପୂଜାପାଠ କରାଯାଏ । ହେଲେ ଗର୍ଭବତୀ ମହିଳାମାନଙ୍କୁ ସୂର୍ଯ୍ୟ ପରାଗ ସମୟରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏହାକୁ ନେଇ ଲୋକମାନଙ୍କର ବିଶ୍ୱାସ ରହିଛି ଯେ ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳାଙ୍କ ଗର୍ଭରେ ଥିବା ଶିଶୁ ଉପରେ ଖରାପ ପ୍ରଭାବ ପଡିପାରେ, ତେଣୁ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ କ’ଣ କରିବା ଉଚିତ୍ ଏବଂ କେଉଁ କାର୍ଯ୍ୟ ନକରିବା ଉଚିତ୍।

୧- ଧାର୍ମିକ ମାନ୍ୟତା ତଥା ଧାର୍ମିକ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟ ପରାଗ ସମୟରେ ଗର୍ଭବତୀ ମହିଳାମାନଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । କୁହାଯାଏ ଯେ ଏପରି ସମୟରେ ଘରୁ ବାହାରିବା ସୂର୍ଯ୍ୟଙ୍କ ହାନିକାରକ କିରଣ ହେତୁ ମା ଏବଂ ଶିଶୁର ଚର୍ମ ଉପରେ ପ୍ରଭାବ ପକାଇପାରେ। ଏଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ସୂର୍ଯ୍ୟ ସୂର୍ଯ୍ୟର ଛାଇ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ ।

୨-ଗ୍ରହଣର ଖରାପ ପ୍ରଭାବକୁ ଏଡାଇବା ପାଇଁ ଗର୍ଭବତୀ ମହିଳାମାନେ ଏହି ପରାଗ ଶେଷ ହେବା ପରେ ଗାଧୋଇବାକୁ ପରାମର୍ଶ ଦିଆଯାଏ ।

୩- ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଖାଇବା ନିଷେଧ ଅଟେ । ଏହି ପରିସ୍ଥିତିରେ, ଗର୍ଭବତୀ ମହିଳାମାନଙ୍କୁ ଫଳ ଖାଇବାକୁ ଅନୁମତି ଦିଆଯାଏ କାରଣ ଶିଶୁର ସ୍ୱାସ୍ଥ୍ୟ ଏବଂ ମାର ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବା ଉଚିତ୍‌।

୪- ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ତୀକ୍ଷ୍ଣ ଜିନିଷ ବ୍ୟବହାର ନକରିବା ଉଚିତ୍। ଲୋକଙ୍କ ବିଶ୍ଵାସ ଅନୁଯାୟୀ ଗ୍ରହଣ ସମୟରେ ଛୁରୀ, ବ୍ଲେଡ୍, କଇଞ୍ଚି, ପିନ ଏବଂ ଛୁଞ୍ଚି ଭଳି ଜିନିଷ ବ୍ୟବହାର କରିବା ଉପରେ ବାରଣ ରହିଚି କାରଣ ଏହା କରିବା ଦ୍ବାରା ଗର୍ଭରେ ବଢୁଥିବା ଶିଶୁ ଉପରେ ଖରାପ ପ୍ରଭାବ ପକାଇପାରେ ।

୫- ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟଙ୍କୁ ଦେଖିବା ନିଷେଧ ଅଟେ । କାରଣ ଏହାର ଦୂଷିତ କିରଣ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ ।

୬- ସୂର୍ଯ୍ୟ ପରାଗ ସମୟରେ ଆପଣ ଭଗବାନ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରିପାରିବେ କିମ୍ବା ଆପଣ ଆପଣଙ୍କର ଇଷ୍ଟ ଦେବାଦେବୀଙ୍କୁ ପୂଜା କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.