Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଚିତ୍ରା ନକ୍ଷତ୍ରରେ ପ୍ରବେଶ କଲେ ସୂର୍ଯ୍ୟ: ଅର୍ଘ୍ୟରେ ସିନ୍ଦୁର ସହ ଅର୍ପଣ କରନ୍ତୁ ମନ୍ଦାର ଫୁଲ, ଦୂର ହେବ ଗ୍ରହ ଦୋଷ

10/10/2020 at 11:37 AM

ଭୁବନେଶ୍ୱର ୧୦/୧୦ : ଶନିବାର, ଆଲ୍ଟୋବାର ୧୦ ତାରିଖରେ ସୂର୍ଯ୍ୟ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଅକ୍ଟୋବର ୨୪ ତାରିଖ ଯାଏଁ ସୂର୍ଯ୍ୟ ଚିତ୍ରା ନକ୍ଷତ୍ରରେ ରହିବେ। କିଛି ଜ୍ୟୋତିଷଙ୍କ କହିବାନୁଯାୟୀ ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ପର୍ଯାବରଣରେ ପରିବର୍ତ୍ତନ ଆଣିପାରେ। ସୂର୍ଯ୍ୟ ମଙ୍ଗଳ ଗ୍ରହର ନକ୍ଷତ୍ରରେ ପ୍ରବେଶ କରିବାରୁ ପାଣିପାଗରେ ବ୍ୟାପକ ପ୍ରଭାବ ପଡିବା ସହ ସୂର୍ଯ୍ୟ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବାରୁ ଅରଥଯ ବ୍ୟବସ୍ଥା ଓ ପ୍ରଶାସନିକ ପରିବର୍ତ୍ତନ ଆଣିବ ଯାହା ସମୟ ସହ ଦେଖିବାକୁ ମିଳିବ। ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ଭିନ୍ନ ଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପଡ଼ିବ।

ମିଡ଼ିଆ ରିପୋର୍ଟ ଅନୁସାରେ ସୂର୍ଯ୍ୟ ଚିତ୍ରା ନକ୍ଷତ୍ରରେ ପ୍ରବେଶ ମେଷ, ବୃଷ, କର୍କଟ, ବିଛା, ଧନୁ ଓ ମକର ରାଶି ବ୍ୟକ୍ତିଙ୍କ ପାଇଁ ଭଲ ସମୟ ଆସିବ। ସିଂହ, କନ୍ୟା, ମୀନ ରାଶି ବ୍ୟକ୍ତିଙ୍କ ପାଇଁ ଏହି ସମୟ ସାମାନ୍ୟ ରହିବ। ଅପରପକ୍ଷରେ ମିଥୁନ, ତୁଳା ଓ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଏହି ସମୟ ଟିକେ କଷ୍ଟକର ହୋଇପାରେ। କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସାବଧାନ ରହିବା ଆବଶ୍ୟକ। ଏହା ପୂର୍ବରୁ ସୂର୍ଯ୍ୟ ହସ୍ତ ନକ୍ଷତ୍ରରେ ଥିଲେ।

ଜାଣନ୍ତୁ ସୂର୍ଯ୍ୟଙ୍କ ପ୍ରଭାବରୁ ବଞ୍ଚିବା ଉପାୟ:

ସୂର୍ଯ୍ୟ ଆଜି ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଚିତ୍ରା ନକ୍ଷତ୍ରର ସ୍ୱାମୀ ମଙ୍ଗଳ ଗ୍ରହ। ସୂର୍ଯ୍ୟ ଏହି ନକ୍ଷତ୍ରରେ ପ୍ରବେଶ କରିବାରୁ ଅଶୁଭ ପ୍ରଭାବରୁ ମୁକ୍ତି ପାଇଁ ବ୍ୟକ୍ତିଙ୍କୁ ଅରଖ ଗଛ ଓ ଅଶ୍ୱଥ ଗଛରେ ପାଣି ଦେବା ଉଚିତ। ସୂର୍ଯ୍ୟଦୟରେ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ। ତମ୍ବା ଢାଳରେ ସ୍ୱଚ୍ଛ ଜଳ ଭରି ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ନୀଚ ସ୍ଥାନରେ ଅଛନ୍ତି ତାହେଲେ ଏହି ପ୍ରଭାବକୁ ସମାପ୍ତ କରିବାକୁ ସୂର୍ଯ୍ୟଙ୍କୁ ଲାଲ ମନ୍ଦାର ଅର୍ପଣ କରନ୍ତୁ। ଏହିସବୁ ଉପାୟ କଲେ ଦୋଷ କଟିଯାଇଥାଏ।

   Related Posts