ତୁଳା ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ: ବୃଷ, ସିଂହ, ଧନୁ, ମକର ରାଶି ବ୍ୟକ୍ତିଙ୍କ ପାଇଁ ଖୁସିଖବର

Published By : Prameya-News7 Bureau | October 14, 2020 IST

ଭୁବନେଶ୍ୱର ୧୪/୧୦ : ଅକ୍ଟୋବର ୧୭ ତାରିଖ, ଶନିବାର ଦିନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ସକାଳ ୭ଟା ୨ ମିନିଟରେ ନିଜର ନୀଚ ରାଶି ତୁଳାରେ ପ୍ରବେଶ କରିବେ। ଶୁକ୍ରଙ୍କ ରାଶି ତୁଳାରେ ସୂର୍ଯ୍ୟଙ୍କ ସ୍ଥିତି ବହୁତ ଦୁର୍ବଳ ଥାଏ। ତୁଳା ରାଶିରେ ଚିତ୍ରା, ଶ୍ୱାତୀ ଓ ବିଶାଖା ନକ୍ଷତ୍ର ରହିଥାଏ। ଚିତ୍ରାଙ୍କ ସ୍ୱାମୀ ମଙ୍ଗଳ ଓ ବିଶାଖାଙ୍କ ସ୍ୱାମୀ ବୃହସ୍ପତି ସୂର୍ଯ୍ୟଙ୍କ ମିତ୍ର। ଶ୍ୱାତୀଙ୍କ ସ୍ୱାମୀ ରାହୁ ସହ ସୂର୍ଯ୍ୟଙ୍କର ପଡେନାହିଁ। ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ତୁଳା ରାଶିର, ସେମାନଙ୍କୁ ଆଦିତ୍ୟହୃଦୟ ସ୍ତୋତ୍ର ସକାଳୁ ଲଗାତାର ତିନିଥର ପାଠ କରିବା ଉଚିତ। ନାଲି କିମ୍ବା ହଳଦିଆ ବସ୍ତ୍ର ପିନ୍ଧି ସ୍ତୋତ୍ର ପାଠ କରିବା ଉଚିତ। ଯଦି ପ୍ରତିଦିନ ସମ୍ଭବ ନ ହୁଏ ତାହେଲେ ସପ୍ତମୀ ଓ ରବିବାର ଦିନ ଅବଶ୍ୟ ପାଠ କରିବା ଉଚିତ।

ସଂକ୍ରାନ୍ତିରେ ସ୍ନାନ ଆଦି ସାରି ଦାନ ସହ ପିତୃ ଶ୍ରାଦ୍ଧ ମଧ୍ୟ କରିବା ଉଚିତ। ଯଦି ସମ୍ଭବ ହୁଏ ତାହେଲେ ଆମ୍ବ, ପିଜୁଳି, ଅଶୋକ, ବରଗଛ, ଜାମୁକୋଳି କିମ୍ବା ବେଲ ଗଛ ଲଗାଇବା ଉଚିତ। ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାକୁ କେଉଁ ରାଶିରେ କଣ ପ୍ରଭାବ ପଡିବ ଜାଣନ୍ତୁ :

ମେଷ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ମେଷ ରାଶି ବ୍ୟକ୍ତିଙ୍କୁ ଯାତ୍ରାରେ କଷ୍ଟ ହୋଇପାରେ। ଆୟ ଓ ପ୍ରତିଷ୍ଠା ପ୍ରଭାବିତ ହୋଇପାରେ।

ବୃଷ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ବୃଷ ରାଶି ବ୍ୟକ୍ତିଙ୍କୁ ରୋଗରୁ ମୁକ୍ତି ମିଳିପାରେ। ଶତ୍ରୁ ପରାଜିତ ହୋଇପାରନ୍ତି। ନିଜ ପ୍ରିୟଜନଙ୍କ ସହ ସାକ୍ଷାତ ହୋଇପାରେ। ପ୍ରତିଯୋଗୀ ପରୀକ୍ଷାରେ ସଫଳ ହୋଇପାରନ୍ତି।

ମିଥୁନ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ମିଥୁନ ରାଶି ବ୍ୟକ୍ତିଙ୍କ ଅବସାଦ ବୃଦ୍ଧି ପାଇପାରେ। କୌଣସି ରୋଗରେ ପୀଡିତ ହୋଇପାରନ୍ତି କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ପ୍ରିୟଜନ ସହ ମତଭେଦ ହୋଇପାରେ।

{"id":344251,"sizeSlug":"large"}

କର୍କଟ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ କର୍କଟ ରାଶି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। କାର୍ଯ୍ୟରେ ସଫଳତା ନ ମିଳିବାରୁ ଅବସାଦଗ୍ରସ୍ତ ହୋଇପାରନ୍ତି। ବାହନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।

ସିଂହ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ସିଂହ ରାଶି ବ୍ୟକ୍ତିଙ୍କୁ ଅଟକି ରହିଥିବା ଧନ ମିଳିବାର ସମ୍ଭାବନା ରହିଛି। ଶତ୍ରୁ ଉପରେ ବିଜୟ ପାଇପାରନ୍ତି। ପରିବାରରେ କୌଣସି କାରଣରୁ ଉତ୍ସବ ପାଳନ ହୋଇପାରେ। ପଦୋନ୍ନତି ସମ୍ଭାବନା ରହିଛି। 

କନ୍ୟା - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ କନ୍ୟା ରାଶି ବ୍ୟକ୍ତିଙ୍କର ଅନାବଶ୍ୟକ ଜିଦରୁ ହାନି ପହଞ୍ଚିପାରେ। ଠକେଇର ଶିକାର ହେବାର ସମ୍ଭାବନା ରହିଛି। ଅଯଥା କାମରେ ଧନ ଖର୍ଚ୍ଚ କରିପାରନ୍ତି। ସୁଖସମୃଦ୍ଧି ହ୍ରାସ ପାଇପାରେ।

ତୁଳା - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ତୁଳା ରାଶି ବ୍ୟକ୍ତିଙ୍କର ଅଯଥା କାର୍ଯ୍ୟରେ ଧନ ଖର୍ଚ୍ଚ ହୋଇପାରେ। ଅଧିକ କ୍ରୋଧ ଯୋଗୁଁ କର୍ମକ୍ଷେତ୍ର ଓ ପରିବାରରେ ସମସ୍ୟା ହୋଇପାରେ। ଶାରୀରିକ ଶ୍ରମ କରିବାକୁ ପଡିପାରେ।

ବିଛା - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ବିଛା ରାଶି ବ୍ୟକ୍ତିଙ୍କର ମାନସିକ ଭ୍ରମ ଯୋଗୁଁ ଅବସାଦଗ୍ରସ୍ତ ହୋଇପାରନ୍ତି। ରୋଗ ଯୋଗୁଁ ଚିନ୍ତା ବଢିପାରେ। ମିତ୍ରଙ୍କ ଠାରୁ ସତର୍କ ରୁହନ୍ତୁ। ଅଯଥା କାର୍ଯ୍ୟରେ ଧନ ହାନି ହୋଇପାରେ।

ଧନୁ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ଧନୁ ରାଶି ବ୍ୟକ୍ତିଙ୍କ ଆୟରେ ବୃଦ୍ଧି ହୋଇପାରେ। ରୋଗରୁ ମୁକ୍ତି ମିଳିବ।

ମକର - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ମକର ରାଶି ବ୍ୟକ୍ତିଙ୍କର ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ପୁରା ହେବ। ନୂଆ କାମ ଆରମ୍ଭ କରିପାରନ୍ତି। ପ୍ରତିଷ୍ଠା-ଆୟ ବୃଦ୍ଧି ହୋଇପାରେ। ଉପହାର ମିଳିପାରେ।

କୁମ୍ଭ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ କୁମ୍ଭ ରାଶି ବ୍ୟକ୍ତି ଅବସାଦଗ୍ରସ୍ତ ହୋଇପାରନ୍ତି। କାର୍ଯ୍ୟରେ ବାଧା ଉପୁଜିପାରେ।

ମୀନ - ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବାରୁ ମୀନ ରାଶି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ। ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସମ୍ପତ୍ତି ବିବାଦ ଉପୁଜିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.