Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସୂର୍ଯ୍ୟ ଏବଂ ବୁଧ ଗୋଟିଏ ରାଶିରେ କରିବେ ପ୍ରବେଶ: ବଦଳିବ ଏହି ରାଶିମାନଙ୍କର ଭାଗ୍ୟ, ହେବ ଧନ ଲାଭ

25/06/2021 at 8:43 AM

ନୂଆଦିଲ୍ଲୀ ୨୫/୦୬: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଏବଂ ବୁଧ ଗୋଟିଏ ରାଶିରେ ରହିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଯେତେବେଳେ ସୂର୍ଯ୍ୟ ଏବଂ ବୁଧ ଗୋଟିଏ ରାଶିରେ ରହିଥାନ୍ତି ସେତେବେଳେ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହୋଇଥାଏ । ଏହି ସମୟରେ ସୂର୍ଯ୍ୟ ମିଥୁନ ରାଶିରେ ଅଛନ୍ତି ଏବଂ ଆସନ୍ତା ମାସରେ ଜୁଲାଇ ୭ରେ ବୁଧ ମଧ୍ୟ ମିଥୁନରେ ପ୍ରବେଶ କରିବେ । ସୂର୍ଯ୍ୟ ଏବଂ ବୁଧ ଗୋଟିଏ ରାଶିରେ ରହିବା କିଛି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ଲାଭ ହୋଇପାରେ । ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ହେବାକୁ ଯାଉଛି ।

ମିଥୁନ ରାଶି:

ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଶୁଭ ଫଳ ପ୍ରାପ୍ତ ହେବ । ଧନ ଲାଭ ହେବ । ବିବାହିତ ଜୀବନରେ ସୁଖ ଅନୁଭବ କରିବେ । କାର୍ଯ୍ୟରେ ସଫଳତାର ସମ୍ଭାବନା ମଧ୍ୟ ରହିଛି । ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ ।

ତୁଳା ରାଶି:

ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ କୌଣସି ବରଦାନଠାରୁ କମ୍ ନୁହେଁ । କର୍ମକ୍ଷେତ୍ରରେ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ । କାରବାର ଏବଂ ବିନିଯୋଗ ପାଇଁ ସମୟ ଶୁଭ ରହିବ । ଆର୍ଥିକ ଦିଗ ଦୃଢ ହେବ।

ବିଛା ରାଶି:

ବିଛା ରାଶିର ବ୍ୟକ୍ତିମାନଙ୍କୁ ଧନଲାଭ ହୋଇପାରେ । କାରବାର ଏବଂ ବିନିଯୋଗ ଲାଭବାନ ହେବ । ଜୀବନସାଥୀ ସହିତ ସମୟ ବିତାଇବେ । ଏକ ନୂତନ ଯାନ କିମ୍ବା ଘର କିଣି ପାରିବେ । କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ମଧ୍ୟ ରହିଛି ।

ଧନୁ ରାଶି:

ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଶୁଭ ରହିବ । ଚାକିରି ଏବଂ ବ୍ୟବସାୟରେ ଅଗ୍ରଗତିର ସମ୍ଭାବନା ରହିଛି । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ।

କୁମ୍ଭ ରାଶି:

କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ଧନ ଲାଭ ହେବ । ମାନ- ସମ୍ମାନ ଏବଂ ପଦ-ପ୍ରତିଷ୍ଠାରେ ବୃଦ୍ଧି ହେବ । ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । ଚାକିରି ଏବଂ ବ୍ୟବସାୟ ପାଇଁ ସମୟ ଶୁଭ ରହିବ ।

   Related Posts