ୱାଇଲଡ୍ ଲାଇଫ୍ ପ୍ରୋଟେକ୍ସନ୍ ସୋସାଇଟି ଅଫ୍ ଇଣ୍ଡିଆର ସର୍ଭେ, କେଉଁଠି ରହିଛି କେତୋଟି ବାଘ?

Published By : Prameya-News7 Bureau | January 01, 2020 IST

ଭୁବନେଶ୍ବର୧/୧: ଦେଶରେ ବାଘ ସଂଖ୍ୟା ହ୍ରାସ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି ।୨୦୧୯ରେ ଦେଶରେ ୧୧୦ଟି ମହାବଳ ବାଘ ଓ ୪୯୧ଟି କଲରାପତରିଆ ବାଘ ପ୍ରାଣ ହରାଇଛନ୍ତି ।ଶିକାରୀ ଅନେକ ବାଘଙ୍କର ଜୀବନ ନେଉଛନ୍ତି।ଓଡ଼ିଶାରେ ମଧ୍ୟ ବାଘ ବଂଶର ସ୍ଥିତି ଉତ୍ସାହଜନକ ନୁହେଁ ।

ଦେଶରେଉଦବେଗଜନକ ଭାବେ କମୁଛି ବାଘ ସଂଖ୍ୟା ।୨୦୧୯ରେ ସାରା ଦେଶରେ ପ୍ରାଣ ହରାଇଛନ୍ତି ୧୧୦ଟି ମହାବଳ ବାଘ ଓ ୪୯୧ଟି କଲରାପତରିଆ ବାଘ ।ଶିକାରୀ ନେଉଛନ୍ତି ମହାବଳ ବାଘଙ୍କର ଜୀବନ ।ଆଉ କଲରାପତରିଆ ବାଘ ମଧ୍ୟ ବହୁ ସଂଖ୍ୟାରେ ପ୍ରାଣ ହରାଉଛନ୍ତି ।ଏହି ତଥ୍ୟ ଦେଇଛି ବାଘଙ୍କ ଉପରେ କାମ କରୁଥିବା ସଂସ୍ଥା ୱାଇଲଡ୍ ଲାଇଫ୍ ପ୍ରୋଟେକ୍ସନ୍ ସୋସାଇଟି ଅଫ ଇଣ୍ଡିଆ ।କେବଳ ଶିକାର ଯୋଗୁଁ ଗତ ବର୍ଷ ୩୮ଟି ମହାବଳ ବାଘର ମୃତ୍ୟୁ ଘଟିଥିବା ବେଳେ ୨୦୧୮ରେ ଶିକାରୀ ନେଇଥିଲେ ୩୪ଟି ମହାବଳ ବାଘର ଜୀବନ।

୨୦୧୮ରେ ୫ ଶହ କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ ରେ ୪୯୧ କଲରପତରିଆ ବାଘ ପ୍ରାଣ ହରାଇଛନ୍ତି । ଅଧିକାଂଶ କଲରାପତରିଆ ବାଘ ସଡ଼କ ଓ ରେଳ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ମଧ୍ୟ ପ୍ରଦେଶରେ ସର୍ବାଧିକ ୨୯, ମହାରାଷ୍ଟ୍ରରେ ୨୨, କର୍ଣ୍ଣାଟକରେ ୧୨ ଓ ଉତ୍ତରାଖଣ୍ଡରେ ୧୨, ଉତ୍ତର ପ୍ରଦେଶରେ ୬ଟି, ରାଜସ୍ଥାନରେ ୩ ଓ କେରଳରେ ୩ଟି ବାଘର ମୃତ୍ୟୁ ଘଟିଛି ।ଓଡ଼ିଶାରେ ମଧ୍ୟ ବାଘ ବଂଶ ସ୍ଥିତି ଉତ୍ସାହଜନକ ନାହିଁ । ୨୦୧୪ରେ ଓଡିଶାରେ ବାଘ ସଂଖ୍ୟା ୨୮ ଥିବାବେଳେ ୨୦୧୮ରେ ବି ସେଇ ୨୮ ଥିଲା।

ସାତକୋଶିଆରେ ଆରମ୍ଭ ହୋଇଥିବା ଟ୍ରାନସଲୋକେସନ୍‌ ପ୍ରକଳ୍ପକୁ ଝଟ୍‌କା ଲାଗିଛି ।ଏହି ପ୍ରକଳ୍ପରେ ଆସିଥିବା ଗୋଟିଏ ବାଘକୁ ଶିକାରୀ ମାରିଦେଇଥିବା ବେଳେ ଅନ୍ୟ ବାଘୁଣୀ ସୁନ୍ଦରୀ ଏବେ ଏନ୍‌କ୍ଲୋଜରରେ ବନ୍ଦ ରହିଛି । ଏହି ପ୍ରକଳ୍ପକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏନଟିସିଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.