Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଆସନ୍ତାକାଲିଠାରୁ ଫୋନିରେ ଭାଙ୍ଗିଥିବା ଘରର ସର୍ଭେ, ନିୟୋଜିତ ହେବେ ୨୫ଟି ଟିମ୍

14/05/2019 at 12:01 PM

ଭୁବନେଶ୍ବର ୧୪|୫: ଆସନ୍ତାକାଲିଠାରୁ ଘରଭଙ୍ଗା ସର୍ଭେ । ସର୍ଭେ ପାଇଁ ନିୟୋଜିତ ହେବେ ୨୫ଟି ଟିମ୍  । ଫୋନି ମାଡରେ ଯେଉଁମାନଙ୍କ ଘର ଭାଙ୍ଗି ଯାଇଛି ସେମାନଙ୍କୁ ନୂଆ ଘର ମିଳିବ । ବିପନ୍ନ ମାନଙ୍କୁ ବାସଗୃହ ଯୋଗାଇଦେବା ପାଇଁ ତ୍ବରିତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

କେନ୍ଦ୍ରକୁ ପକ୍କା ଘର ଅନୁଦାନ ପାଇଁ ରାଜ୍ୟ ସରକାର ଅନୁରୋଧ କରିବା ସହ ମୌସୁମୀ ପୂର୍ବରୁ ଅନୁଦାନ ରାଶି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଲକ୍ଷ ଘର ଭାଙ୍ଗିଥିବା ପ୍ରାଥମିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ।

ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାରମ୍ଭିକ ଭାବେ ୫ ଲକ୍ଷ ସ୍ୱତନ୍ତ୍ର ଘର ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। ବାତ୍ୟାରେ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାଥମିକ ସର୍ଭେରୁ ୫ ଲକ୍ଷ ଘର ଭାଙ୍ଗିଥିବା ଜଣାପଡିଛି । ମୌସୁମୀ ଆସିବା ଆଗରୁ ଆର୍ଥିକ ସହାୟତା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ନବୀନ ।

   Related Posts