Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନୀତିଶଙ୍କ ହାତ ଧରି ଏଥର ପାର୍‌ ହେବା କଷ୍ଟ, ବିହାରରେ ଏକା ଲଢିବାକୁ ବିଜେପିକୁ ପରାମର୍ଶ ଦେଲେ ସର୍ଭେ ସଂସ୍ଥା

2/09/2020 at 10:39 AM

ନୂଆଦିଲ୍ଲୀ ୦୨।୦୯: ବିହାର ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ରହିଛି । ଏହାପୂର୍ବରୁ ରାଜନୈତିକ ଗତିବିଧି ଆରମ୍ଭ ହୋଇଯାଇଛି । ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ବିଜେପି-ଜେଡିୟୁ ଓ ଲୋକ ଜନଶକ୍ତି ପାର୍ଟି ଏକାଠି ନିର୍ବାଚନ ଲଢିବା ନେଇ ସୂଚନା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତିନିଦଳ ମିଶି ନିର୍ବାଚନ ଲଢିବେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ମିଳିଥିବା ସୁତ୍ରନୁସାରେ ବିଜେପିର ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ବିହାରରେ ଦଳ ପକ୍ଷରୁ ସର୍ଭେ କରାଯାଇଛି । ଏକ ବିଶିଷ୍ଟ ଏଜେନ୍ସି ଦ୍ୱାରା ଏହି ସର୍ଭେ କରାଯାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସର୍ଭେ କରିଥିବା ଏଜେନ୍ସି ବିଜେପି ହାଇକମାଣ୍ଡଙ୍କୁ ଜଣାଇଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ କରୋନା ଓ ବନ୍ୟା ସ୍ଥିତିକୁ ଠିକ୍‌ ଭାବେ ମୁକାବିଲା କରିବାଲେ ଅସଫଳ ରହିଛନ୍ତି । ସାଧାଲୋକମାନଙ୍କ ଠାରୁ ନିଜର ବିଶ୍ୱାସ ହରାଇବସିଥିବାର ଦେଖିବାକୁ ମିଳିଛି । ଏପରିସ୍ଥିତିରେ ବିଜେପି ଏକା ନିର୍ବାଚନ ଲଢିବା ଉଚିତ୍‌ , ଏବଂ ଏହାସହିତ ବିଜେପିକୁ ରାଜ୍ୟରେ ଦଳକୁ ସୃଦୃଢ କରିବାରେ ଏକ ଭଲ ଉପାୟ ରହିଛି ।

ଏହି କାରଣ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସହିତ ବିହାରର ସାଂସଦମାନଙ୍କ ହୋଇଥିବା ବୈଠକରେ, ରାଜ୍ୟରେ ଅଧିକ ସିଟ୍‌ ମାନେ ଉଭୟ ଦଳ ସମାନ ସମାନ ସିଟ୍‌ରେ ନିର୍ବାଚନ ଲଢିବାକୁ ଦାବି କରିଥିଲେ । ଏହାର ଅର୍ଥ ହେଲା କି ବିଜେପି ଓ ଜେଡିୟୁ ରାଜ୍ୟରେ ୧୦୦-୧୦୦ ସିଟ୍‌ରେ ନିର୍ବାଚନ ଲଢିବେ । ବଳକା ୪୩ସିଟ୍‌ ଏଲ୍‌ଜେପି ସହିତ ଅନ୍ୟ ସହଯୋଗୀଙ୍କ ପାଇଁ ଛଡାଯିବ । କିନ୍ତୁ ସେପଟେ ନୀତିଶ କୁମାର ବିଜେପିରୁ ୧୦୦ସିଟ୍‌ ଦେବା ପାଇଁ ରାଜି ନୁହଁନ୍ତି । ସେ ୨୪୩ରୁ ୧୧୫ ସିଟ୍‌ରେ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ।

ନୀତିଶ କୁମାର ଜାଣିଛନ୍ତି ଯେ, ଯଦି ସେ ୧୧୫ରୁ କମ୍‌ ସିଟ୍‌ରେ ନିର୍ବାଚନ ଲଢିବେ , ତେବେ ସର୍ବଦା ବିଜେପିର ଚାପର ସମ୍ମୁଖୀନ ହେବାକୁ ପଡିବ । ସେହିପରି କଂଗ୍ରେସ-ଆର୍‌ଜେଡି ମେଣ୍ଟ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନି । ଏଭଳି ପରିସ୍ଥିତିରେ ବିଜେପି-ଜେଡିୟୁ-ଏଲ୍‌ଜେପି ମେଣ୍ଟ ଜିତିବାର ସମ୍ଭାବନା ରହିଛି । ଗତ ନିର୍ବାଚନରେ ନୀତିଶ କୁମାର ଓ ଲାଲୁ ପ୍ରସାଦ ଯାଦବଙ୍କ ମଧ୍ୟରେ ୧୦୦-୧୦୦ ସିଟ୍‌ ମଧ୍ୟରେ ନିର୍ବାଚନ ଲଢିଥିବା ବେଳେ ୪୩ସିଟ୍‌ ଅନ୍ୟ ସହଯୋଗୀ ଦଳଙ୍କ ପାଇଁ ଚଢାଯାଇଥିଲା । ଗତ ନିର୍ବାଚନରେ ଏହି ମେଣ୍ଚ ବିଜୟୀ ହୋଇଥିଲା , କିନ୍ତୁ ପରେ ନୀତିଶ ଲାଲୁଙ୍କ ପାର୍ଟିଙ୍କ ସହିତ ବିବାଦ ନେଇ ମେଣ୍ଟା ଛାଡିଦେଇଥିଲେ । ଏହାପରେ ନୀତିଶ ବିଜେପି ସହିତ ମିଶି ସରକାର ଗଢିଥିଲା ।

୨୦୧୯ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ନୀତିଶଙ୍କୁ ୧୭ଟି ଲୋକସଭା ସିଟ୍‌ ଦେଇଥିଲେ, କିନ୍ତୁ ଏଲ୍‌ଜେପିକୁ ୬ସିଟ୍‌ ଦିଆଯାଇଥିଲା । ବିଜେପିକୁ ବର୍ତ୍ତମାନ ସ୍ଥିତିରେ ଲାଗୁଛି ଯେ, ସମୟ ଆସିଯାଇଛି ବିହାରରେ ନିଜ ଦଳକୁ ସୁଦୃଢ କରିବା । ବର୍ତ୍ତମାନ ସମୟରେ ନୀତିଶ କୁମାରଙ୍କ ସ୍ଥିତି, ଆଗାମୀ ଦିନରେ ବିଜେପି ଏଥିରୁ ଲାଭ ନେଉଛି । ତାହା ଦେଖିବାକୁ ରହିଲା ।   

   Related Posts