ଯାଜପୁର୩୦/୪: ଯାଜପୁରରେ କରୋନା ସଂକ୍ରମଣ ସଂଖ୍ୟାରେ ଲାଗୁ ନାହିଁ ବ୍ରେକ। ଗୋଟିଏ ଦିନରେ ୧୭ ପଜିଟିଭ ଚିହ୍ନଟ। ମୋଟ୍ ସଂଖ୍ୟା ୩୬ ଛୁଇଁଲାଣି। ଏପରି ସ୍ଥିତିରେ ସରକାର ଯାଜପୁରରେ କରୋନା ନିୟନ୍ତ୍ରଣ ଲାଗି ନେଇଛନ୍ତି ବଡ଼ ପଦକ୍ଷେପ। ଯାଜପୁର ଯାଇଛି ରାପିଡ୍ ରେସ୍ପନ୍ସ ଟିମ୍।ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ଏହି ରାପିଡ୍ ରେସ୍ପନ୍ସ ଟିମ୍ ସେଠାକୁ ଯାଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଏକ ଟ୍ବିଟ ମାଧ୍ୟମରେ ସୂଚନା ଜାରି କରାଯାଇଛି।
{"id":262774,"sizeSlug":"large"}ରାଜ୍ୟ ସର୍ଭେଲାନ୍ସ ଅଫିସର ଏବଂ ରାଜ୍ୟ ରାପିଡ ରେସ୍ପନ୍ସ ଟିମ୍କୁ ଯାଜପୁର ପଠାଯାଇଛି। ସେମାନେ ସେଠାରେ ସର୍ଭେଲାନ୍ସ ପଦକ୍ଷେପକୁ ଅଧିକ ମଜବୁତ ଏବଂ ଦୃଢ଼ କରିବାକୁ କାର୍ଯ୍ୟ କରିବେ। ଏହାସହ ଯାଜପୁରରେ କଣ୍ଟେନମେଣ୍ଟ ଜୋନ୍ର କଡ଼ାକଡ଼ି କାର୍ଯ୍ୟକାରିତା ଉପରେ ନଜର ରଖିବେ। ଏଥିସହିତ ରାପିଡ୍ ରେସ୍ପନ୍ସ ଟିମ୍କୁ ମଧ୍ୟ ଯାଜପୁର ପଠାଯାଇଛି।
ସୂଚନାଯୋଗ୍ୟ ଯେ, ଗୋଟିଏ ଦିନରେ ଯାଜପୁର ବ୍ଲକର ଦଶରଥପୁର ଅଞ୍ଚଳରୁ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଅଞ୍ଚଳରୁ ଏହି ସଂକ୍ରମିତମାନେ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ କଟିକଟା ଅଞ୍ଚଳର ବୋଲି ଜଣାପଡିଛି। ଯାଜପୁର ଜିଲ୍ଲାରେ ୩୬ ଛୁଇଁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ସୂଚନା ଦିଆଯାଇଛି।