Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ

15/10/2021 at 9:47 PM

ସୋନିପତ ୧୫।୧୦: ସିଙ୍ଘୁ ବର୍ଡରରେ ଯୁବକଙ୍କ ନିର୍ମମ ହତ୍ୟାର ୧୫ ଘଣ୍ଟା ପରେ ଜଣେ ନିହଙ୍ଗ ପୋଲିସ ସମ୍ମୁଖରେ ଆତ୍ମ ସମର୍ପଣ କରିଛନ୍ତି। ନିହଙ୍ଗ ସରବଜିତ ସିଂହ ଦାବି କରିଛନ୍ତି ଯେ, ସେ ହିଁ ଯୁବକଙ୍କ ହତ୍ୟା  କରିଛି। ପୋଲିସ ସରବଜିତଙ୍କୁ ଶନିବାର କୋର୍ଟରେ ହାଜର କରିବ। ଏହା ପୂର୍ବରୁ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ।

ଡିଏସପି ବୀରେନ୍ଦ୍ର ରାଓ କହିଛନ୍ତି, ପୋଲିସ ଦଳ ସହିତ ସରବଜିତ ସିଂହ ସନ୍ଧ୍ୟା ୬ଟା ୧୫ରେ ଡେରେରୁ ଗୁରୁ ଗ୍ରନ୍ଥ ସାହିବର ଦର୍ଶକ ପାଇଁ ବାହାରିଥିଲେ। ଏହି ସମୟରେ ଅନ୍ୟ ନିହଙ୍ଗମାନେ ଜୋ ବୋଲେ ସୋ ନିହାଲ ନାରା ଦେଇଥିଲେ। ଆତ୍ମ ସମର୍ପଣ ପରେ ସରବଜିତ କହିଛନ୍ତି, ଏହା କୃଷକ ଆନ୍ଦୋଳନ ନୁହେଁ  ବରଂ ଗୁରୁ ଗ୍ରନ୍ଥ ସାହିବଙ୍କ ଅବମାନନା ମାମଲା। ମୁଁ ହିଁ ଏହି ହତ୍ୟା କରିଛି। ଏହା ପୂର୍ବରୁ ନିହଙ୍ଗ ସମୁଦାୟ ଭିଡିଓ ଜାରି କରି ହତ୍ୟାକାଣ୍ଡ କରିଥିବା ସ୍ଵୀକାର କରିଥିଲେ।

ସୂଚନାଯୋଗ୍ୟ, ସିଙ୍ଘୁ ବର୍ଡର ସଂଲଗ୍ନ ହରିୟାଣାର ସୋନିପତ ଜିଲ୍ଲାର କୁଣ୍ଡଲିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ମୃତଦେହକୁ ବ୍ୟାରିକେଡ୍‌ରେ ଟାଙ୍ଗି ଦିଆଯାଇଥିଲା। ୩୫-୩୬ ବର୍ଷର ଏହି ଯୁବକଙ୍କ ନାମ ହେଉଛି ଲଖବୀର ସିଂହ। ତାଙ୍କୁ ନିହଙ୍ଗମାନେ ବିଭତ୍ସ ଭାବେ ହତ୍ୟା କରିଛନ୍ତି। ପ୍ରଥମେ ହାତ କାଟିଲେ, ପୁଣି ରଶିରେ ବାନ୍ଧି ୧୦୦ ମିଟର ଘୋଷାଡିଲେ।  ଧାରୁଆ ଅସ୍ତ୍ରରେ ବେକ ଉପରେ ଆକ୍ରମଣ କଲେ। ବ୍ୟକ୍ତିଙ୍କ ପ୍ରାଣ ବାୟୁ ଉଡିବା ପରେ ନିହଙ୍ଗମାନେ ମୃତଦେହକୁ କୃଷକ ଆନ୍ଦୋଳନ ମଞ୍ଚ ସାମ୍ନା ବ୍ୟାରିକେଡ୍‌ରେ ଟାଙ୍ଗି ଦେଇଥିଲେ।

   Related Posts