Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଚା’ସହିତ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ୍ ଶରୀରରେ ହୋଇଥାଏ ଅନେକ ସମସ୍ୟା

25/05/2021 at 5:28 PM

ନୂଆଦିଲ୍ଲୀ ୨୫/୦୫: ଅଧିକାଂଶ ଲୋକ ଚା ’ସହିତ ଦିନ ଆରମ୍ଭ କରିଥାନ୍ତି । ଚା’ର ସ୍ୱାଦ ବଢାଇବା ପାଇଁ ବିଭିନ୍ନ ଜିନିଷ ଖାଇଥାନ୍ତି । ଅନେକ ଲୋକଙ୍କୁ ଠିକ୍ ସମୟରେ ଚା’ ନମିଳିଲେ ମୁଣ୍ଡବିନ୍ଧାର ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଖାଲି ପେଟରେ ଚା’ ପିଇବା ଦ୍ୱାରା ଅମ୍ଳତା ଏବଂ ପେଟ ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ଅଧିକାଂଶ ଲୋକ ଚା ସହିତ ବିଭିନ୍ନ ଜିନିଷ ଖାଇଥାନ୍ତି । ଲୋକମାନେ ସାଧାରଣତଃ ଚା’ସହିତ ବିସ୍କୁଟ କିମ୍ବା ପକୁଡି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଚା’ସହିତ କେଉଁ ଜିନିଷ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ।

ବେସନରେ ପ୍ରସ୍ତୁତ ଜିନିଷ:

ବିଶେଷ କରି ବର୍ଷା ସମୟରେ ଲୋକମାନେ ଚା’ସହିତ ପକୁଡି ଖାଇବାକୁ ପସନ୍ଦ କରିଥାନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଆପଣ ଚା’ସହିତ ବେସନ ପକୁଡି ଏବଂ ଲୁଣ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ ଏବଂ ହଜମ ଜନିତ ସମସ୍ୟା ବଢିଯାଇଥାଏ ।

ଖଟା ଜିନିଷ:

ଅଧିକାଂଶ ଲୋକ ଚା’ସହିତ ଲେମ୍ବୁ ମିଶାଇ ପିଇବାକୁ ପସନ୍ଦ କରିଥାନ୍ତି । ଅଧିକ ପରିମାଣର ଲେମ୍ବୁ ଗ୍ୟାସ୍ ଏବଂ ଅମ୍ଳତା ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଲେମ୍ବୁ ଚା’ପସନ୍ଦ କରନ୍ତି, ତେବେ ଅଳ୍ପ ପରିମାଣର ଲେମ୍ବୁ ମିଶାନ୍ତୁ । ଚା’ସହିତ ଖଟା ଜିନିଷ ଖାଇବା ଉଚିତ୍ ନୁହେଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

ହଳଦୀ ଜନିତ ଜିନିଷ:

ଚା’ସହିତ ହଳଦୀ ଜନିତ ଜିନିଷ ଖାଆନ୍ତୁ ନାହିଁ । ଏହି ଦୁଇଟି ଜିନିଷ ପ୍ରତିକ୍ରିୟା କରେ, ଯେଉଁ କାରଣରୁ ହଜମ ପ୍ରକ୍ରିୟାରେ ଭାରି କ୍ଷତି ହୋଇଥାଏ । ଚା’’ପିଇବାର କିଛି ସମୟ ପରେ ଆପଣ ହଳଦୀ ଜିନିଷ ଖାଇପାରିବେ ।

କଞ୍ଚା ଜିନିଷ:

ଚା’ସହିତ କିମ୍ବା ପରେ କଞ୍ଚା ଜିନିଷ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ପେଟ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇପାରେ । ଚା’ସହିତ ସାଲାଡ୍, ଶସ୍ୟ ଏବଂ ସିଝା ଅଣ୍ଡା ଖାଇବା  ଅନୁଚିତ୍ ।

   Related Posts