ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡରେ ଅନୁଗୋଳ ଜିଲ୍ଲାପାଳ : ବିଭିନ୍ନ ଅଞ୍ଚଳକୁ ସରପ୍ରାଇଜ୍ ଭିଜିଟ୍, ଉନ୍ନୟନମୂଳକ କାମର କଲେ ସମୀକ୍ଷା

Published By : Prameya-News7 Bureau | September 17, 2020 IST

ଅନୁଗୋଳ, ୧୭ ।୦୯:  ଚେୟାରରେ ବସୁବସୁ ଆକ୍ସନ ମୋଡ଼ରେ ଅନୁଗୋଳର ନୂଆ ଜିଲ୍ଲାପାଳ ।  କଣିହାଁ ଏବଂ ତାଳଚେର ପୌରାଞ୍ଚଳକୁ କଲେ ସରପ୍ରାଇଜ ଭିଜିଟ୍। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ମଧ୍ୟ ବୁଲି ଦେଖିଲେ। ଭଲ କାର୍ଯ୍ୟ ସହ, ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଦେଲେ ଚେତାବନୀ। ସରପ୍ରାଇଜ ଭିଜିଟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।

ଦାୟିତ୍ୱ ଗ୍ରହଣ କରିବା ପରେ ଆକ୍ସନ ମୋଡ଼ରେ ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଚେୟାରରେ ମାତ୍ର ୨ ଦିନ ବସିବା ପରେ ସରପ୍ରାଇଜ ଭିଜିଟରେ କଣିହାଁ ବ୍ଲକ ଆଉ ତାଳଚେର ମ୍ୟୁନିସିପାଲଟିର ବିଭିନ୍ନ ଉନ୍ନୟନମୂଳକ କାମ ବୁଲି ଦେଖିଛନ୍ତି ଜିଲ୍ଲାପାଳ। କଣିହାଁ ବ୍ଲକର ପରାବିଲ ପଞ୍ଚାୟତର ରାସ୍ତା ନିର୍ମାଣ, ପୋଖରୀ ଖନନ,ଏବଂ ଗୃହ ନିର୍ମାଣ ବୁଲି ଦେଖିଛନ୍ତି।

ଠିକ୍ ସେହିପରି ତାଳଚେର ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ସମସ୍ତଙ୍କୁ ଭଲ କାର୍ଯ୍ୟ ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ତାଗିଦ ମଧ୍ୟ କରିଛନ୍ତି। କିଭଳି ଭାବେ ସାଧାରଣ ଲୋକେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ଲାଭ ଉଠାଇ ପାରିବେ,  ଆମ ଗାଁ ଆମ ବିକାଶ ଯୋଜନାର ସଫଳ ରୂପାୟନ ହୋଇପାରିବ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ହିତାଧିକାରୀଙ୍କ ପାଖରେ ପହଁଚି ପାରିବ ତାର ସମୀକ୍ଷା ମଧ୍ୟ ଜିଲ୍ଲାପାଳ କରିଥିଲେ।

କଣିହାଁ ସରପ୍ରାଇଜ୍ ଭିଜିଟ୍ ସମୟରେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ଜେନା ଏବଂ ଅନ୍ୟାନ୍ୟ ଯନ୍ତ୍ରୀ ଉପସ୍ଥିତ ରହିବା ସହ ତାଳଚେର ମ୍ୟୁନିସିପାଲଟି ସରପ୍ରାଇଜ ଭିଜିଟ ସମୟରେ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଏବଂ ତାଳଚେର ପୌରପାଳିକା ଅଧିକାରିଣୀ ଅତସୀ ପରିଡା ଉପସ୍ଥିତ ଥିଲେ। ଜିଲ୍ଳାପାଳଙ୍କ ଏପରି ସରପ୍ରାଇଜ୍ ଭିଜିଟକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.