ମାଲକାନଗିରି ଏମଭି୭୨ରେ ଅଶ୍ଳୀଳ ରେକର୍ଡ ଡାନ୍ସ ପାରକଲା ସବୁ ସୀମା ସରହଦ, ଆଖିବୁଜି ଦେଇଛି ପୋଲିସ ଓ ପ୍ରଶାସନ

Published By : Prameya-News7 Bureau | November 01, 2019 IST

ମାଲକାନଗିରି ୧|୧୧: ମନୋରଂଜନ ନାମରେ ଏବେ ଅଶ୍ଲୀଳତା ବ୍ୟାପିବାରେ ଲାଗିଛି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରୁ ମନୋରଂଜନ ନାଁରେ ନଗ୍ନତା ଦେଖଗିବାକୁ ମିଳୁଛି। ପାର୍ବଣ ଆସିଲେ ସହରଠାରୁ ପୁରପଲ୍ଲୀ ଉତ୍ସବମୁଖର ହୋଇଉଠେ। ଦୁର୍ଗାପୂଜା ପରେ ଏବେ ମା କାଳୀଙ୍କ ପୂଜା ଆରମ୍ଭ ହୋଇଛି।

{"id":177857}

ମା ଙ୍କର ପୂଜା ମାଲକାନଗିରି ଜିଲ୍ଲାରେ ମଧ୍ୟ ପାଳନ କରାଯାଉଛି । ତେବେ ଏହି ପାର୍ବଣ ସମୟରେ ପୂଜା କମିଟି ମାନେ ମନୋରଂଜନ ନିମନ୍ତେ ଅନେକ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଏଥିରେ ଅନେକ ସ୍ଥାନରେ ମନୋରଂଜନ ନାମରେ ଅଶ୍ଲୀଳତା ନୃତ୍ୟ ପ୍ରଦର୍ଶନ ଚାଲିଛି।

{"id":177858}

ଦେଖନ୍ତୁ ମାଲକାନଗିରି ଜିଲ୍ଲା ଏ. ଭି-୭୮ଥାନା ଅନ୍ତର୍ଗତ ଏମଭି୭୨ ଗ୍ରାମରେ କିଭଳି ଭାବରେ ଏହି ଅଶ୍ଳୀଳ ରେକର୍ଡ ଡାନ୍ସ ପରିବେଷଣ କୋରା ଯାଉଛି। ସତେ ଯେମିତି ଶାଳୀନତାର ସୀମାସରହଦ ପର କରିଯାଇଛନ୍ତି। ପରିବାର କିମ୍ବା ଛୋଟ ପିଲାଙ୍କ ପ୍ରତି କୌଣସି ଧ୍ୟାନ ନାହିଁ।

{"id":177859}

ନଗ୍ନତା ଏତେ ମାତ୍ରାରେ ପରିବେଷଣ କରୁଛନ୍ତି ଯେ ଆମେ ସେ ଚିତ୍ର ଏଠାରେ ଦେଇ ହେବ ନାହିଁ। ଏହି ଅଶ୍ଲୀଳ ଡାନ୍ସ ନିମନ୍ତେ ପୂଜା କମିଟି ଓ ପ୍ରଶାସନଠାରୁ ପ୍ରଦର୍ଶନକାରୀମାନେ ଅନୁମତି ପାଇଛନ୍ତି । ଯଦି ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି ତେବେ କଣ ଏହିଭଳି ଅଶ୍ଳୀଳ ରେକର୍ଡ ଡାନ୍ସ ପାଇଁ ଅନୁମତି ମିଳିଛି କି ବୋଲି ପ୍ରଶ୍ନ ଉଠୁଛି ।

{"id":177861}

ତେବେ ଆମେ ପୂଜା କମିଟି ଏବଂ ପୋଲିସ ପ୍ରଶାସନକୁ ପଚାରିବାରୁ କୌଣସି ଉତ୍ତର ମିଳିନାହିଁ। ତେବେ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.