Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ଓଡିଶା ବିଧାନସଭାର ବାଚସ୍ପତି

1/06/2019 at 11:30 AM

ଭୁବନେଶ୍ବର ୧|୬: ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ସର୍ବସମ୍ମତି କ୍ରମେ ସେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ୨୨ତମ ବାଚସ୍ପତି ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଧାୟକ । ବାଚନିକ ଭୋଟରେ ପ୍ରସ୍ତାବ ପାରିତ ହୋଇଛି ।

ମୁଖ୍ୟମନ୍ତ୍ରୀ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ନେଇ ପ୍ରସ୍ତାବ ଦେଇଥିଲେ । ଶୁକ୍ରବାର ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସୂର୍ଯ୍ୟ ପାତ୍ରଙ୍କ ନାମ ଉପରେ ବିକ୍ରମ କେଶରୀ ଆରୁଖ ଗୃହରେ ପ୍ରସ୍ତାବ ଆଣିବା ସହ ନିଜେ ସମର୍ଥନ ମଧ୍ୟ କରିଥିଲେ। ପରେ ଔପଚାରିକ ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ପାଖରେ ଆବେଦନ କରିଥିଲେ । ଏହି ଅବସରରେ ଗୃହରେ ଉପସ୍ଥିତ ଥିବା ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ଦିଆଯାଇ ନଥିବାରୁ ନିଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର ।

୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତା’ପରଠୁ ସେ କ୍ରମାଗତ ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ସୂର୍ଯ୍ୟ ପାତ୍ର ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ୨୦୦୦ ମସିହାରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ ୨୦୧୯ ମସିହାରେ ନିର୍ବାଚିତ ହେବାପରେ ତାଙ୍କୁ ବିଜେଡି ପକ୍ଷରୁ ବାଚସ୍ପତି ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେ ସ୍ବୀକାର କରିଥିଲେ ।

   Related Posts