Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଦଳରେ ସ୍ଥାନ ନମିଳିବା ପ୍ରସଙ୍ଗରେ ନୀରବତା ଭାଙ୍ଗିଲେ ସୂର୍ଯ୍ୟକୁମାର, କହିଲେ -‘ନିରାଶ ହୋଇଛି, ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା’

21/11/2020 at 12:12 PM

ମୁମ୍ବାଇ,୨୧/୧୧ :    ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । କିନ୍ତୁ ଏହି ଗସ୍ତରେ ଆଇପିଏଲରେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ସ୍ଥାନ ମିଳିନଥିଲା । ଯାହା ତାଙ୍କୁ ନିରାଶ କରିଛି । ଅନେକ କ୍ରିକେଟ ବିଶେଷଜ୍ଞ ମଧ୍ୟ ବିସିସିଆଇର ଏପରି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋଚ୍ ରବି ଶାସ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ ।

୩୦ ବର୍ଷୀୟ ସୂର୍ଯ୍ୟ କୁମାର ଯାଦବ ଆଇପିଏଲ-୨୦୨୦ରେ ୧୬ଟି ମ୍ୟାଚରେ ୪୦ ଆଭରେଜରେ ୪୮୦ ରନ୍ କରିଥିଲେ । ସେ ମୁମ୍ବାଇ ତରଫରୁ ଇଶାନ କିଷନ(୫୧୬) ଓ କ୍ୱିଣ୍ଟନ୍ ଡିକକ୍(୫୦୩)ଙ୍କ ପରେ ସର୍ବାଧିକ ରନ୍ କରିଥିଲେ ।

ଦଳରେ ସ୍ଥାନ ନମିଳିବା ନେଇ ସୂର୍ଯ୍ୟକୁମାର ନୀରବତା ଭାଙ୍ଗିଛନ୍ତି । ସେ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଘୋଷଣା ହେବା ପରେ ସେ ନିରାଶ ହୋଇଥିଲେ । ସେ ଦଳରେ ସ୍ଥାନ ପାଇବେ ବୋଲି ଆଶା ରଖିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ବ୍ୟାଟିଂ ମଧ୍ୟ କରିଥିଲେ । ସେ ଗତ ୨ ବର୍ଷ ଧରି କେବଳ ଆଇପିଏଲ ନୁହେଁ ହ୍ୱାଇଟ୍ ବଲ୍ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ସ୍ଥାନ ନମିଳିଲେ ମଧ୍ୟ ସେ ତାଙ୍କ ଯାତ୍ରା ଜାରି ରଖିବେ । ଏହାକୁ ନେଉ  ବେଶୀ ଚିନ୍ତା କରିବେ ନାହିଁ ।

ସେ ଆହୁରି କହିଛନ୍ତି, ଦଳ ଘୋଷଣା ସମୟରେ ସେ ଜିମରେ ଥିଲେ । ତାଙ୍କ ନାଁ ନଥିବାରୁ ନିରାଶ ହୋଇ ଜିମ୍ ଛାଡି ଚାଲି ଆସିଥିଲେ । କିନ୍ତୁ ଦଳ ଚୟନ ଦିନ ସେ ଏତେ ବିବ୍ରତ ନଥିଲେ ବୋଲି କହିଛନ୍ତି । କିନ୍ତୁ ସେହିଦିନ ରାତିରେ ଖାଇବାକୁ ଇଚ୍ଛା ହୋଇନଥିଲା ଓ ଚୁପ୍ ଚାପ୍ ରହିଥିଲେ ବୋଲି ମଧ୍ୟ କହିଛନ୍ତି ।

   Related Posts