ଆତଙ୍କୀଙ୍କ ପରେ ଏବେ ବିଚ୍ଛିନ୍ନତାବାଦୀଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ , ଜମାତ-ଏ-ଇସଲାମୀ ଉପରେ ଭାରତ ଲଗାଗଲା ଆରୋପ

Published By : Prameya-News7 Bureau | March 01, 2019 IST

ନୂଆଦିଲ୍ଲୀ ୧/୩- ଆତଙ୍କୀ ହମଲାରେ ଆକ୍ସନମୁଡ଼କୁ ଆସିଗଲା ପରେ ଭାରତ କରିଥିଲା ସର୍ଜିକାଲ ଷ୍ଟ୍ରାଇକ । ଏହି ଘଟଣାରେ ଉଭୟଦେଶର ବାତାବରଣ ଗରମ ଥିବାବେଳେ ଦେଶରେ ବିଚ୍ଛିନ୍ନତାବାଦୀ ସଂଗଠନ ଓ ନେତାଙ୍କର ଆପତ୍ତିଜନକ ମନ୍ତବ୍ୟ ଆହୁରି ଥିଲା ଚିନ୍ତାଜନକ । ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିବାବେଳେ ଦେଶ ଭିତରେ ବି ରହି ବିଚ୍ଛିନ୍ନତାବାଦୀ ନେତା ନିଆଁରେ ଘିଅ ଢ଼ାଳିବାପରି କରିଚାଲିଛନ୍ତି ବୟାନବାଜି ।

{"id":89844}

ଏହିଘଟଣାରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କଲାପରି ବିଚ୍ଛିନ୍ନତାବାଦୀଙ୍କ ଉପରେ କେନ୍ଦ୍ର ଲଗାଇଛି ଆରୋପ । ଦେଶ ବିରୋଧି କାର୍ଯ୍ୟକଳାପ ଓ ଦେଶଦ୍ରୋହୀ ମନ୍ତବ୍ୟ ପାଇଁ ଜମାତ- ଏ-ଇସଲାମୀକୁ ଲଗାଇଛି ପ୍ରତିବନ୍ଧକ । ଏହି ସଂଗଠନ ସହ ଜଡ଼ିତ ଅବଦୁଲ ହମିଦ ଫୟାଜକୁ ଗିରଫ କରିବା ସହ ଆହୁରି କିଛି ବିଚ୍ଛିନ୍ନତାବାଦୀ ନେତାଙ୍କୁ କରାଯାଇଥିଲା ଗିରଫ ।

{"id":89845}

ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ସହ ଜଡ଼ିତଥିବା ଅଭିଯୋଗରେ ଜମାତ-ଏ-ଇସଲାମୀକୁ ଭାରତ ବ୍ୟାନ କରିବାସହ ଆହୁରି କିଛି ଆତଙ୍କୀ ସହିତ ଜଡ଼ିତ ସଂଗଠନକୁ ମଧ୍ୟ ବ୍ୟାନ କରିବାକୁ ଯାଉଛି । ହିଜବୁଲ ମୁଜାହିଦ୍ଦିନର ରାଜନୈତିକ ଶାଖାଭାବେ ଜମାତ –ଏ-ଇସଲାମୀ କାମ କରୁଥିଲା । ଦେଶର ଅନେକ ଆତଙ୍କୀ କାର୍ଯ୍ୟକଳାପ ସହ ଜଡ଼ିତଥିବାରୁ ବ୍ୟାନ କରାଯାଇଥିଲା । ୧୯୯୦ ମସିହାରେ ଜମାତର ଗୋଟିଏ ବଡ଼ କ୍ୟାଡ଼ର ହିଜବୁଲ ସହିତ ଯୋଡ଼ି ଯାଇଥିଲା । ହିଜବୁଲର ସମସ୍ତ ଦେଶ ବିରୋଧି କାର୍ଯ୍ୟ ଜମାତ ସଂଗଠନ ମାଧ୍ୟମରେ ଚାଲୁଥିଲା ।

ମିଶନ କାଶ୍ମୀର ପାଇଁ ନିଜର ଷଡ଼ଯନ୍ତ୍ର ଚଳାଇଆସୁଥିବା ବିଚ୍ଛିନ୍ନତାବାଦୀ ନେତାମାନେ ଦେଶ ବିରୋଧରେ ଯେଉଁ ବିଷୋଦଗାର କରୁଛନ୍ତି, ଏବେ ସେମାନଙ୍କୁ ପଡ଼ିବ ମହଙ୍ଗା । ଭାରତ ଗୋଟେ ପରେ ଗୋଟେ ସେମାନଙ୍କ ସଂଗଠନକୁ ରୋକ୍ ଲଗାଇବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଉଛି ପଦକ୍ଷେପ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.