ଭାରତର ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ : PoK ରେ ୧୦୦୦ କିଲୋ ବୋମା ପକାଇ ଜୈସ-ଏ-ମହମ୍ମଦ ଅଡ୍ଡା ଧ୍ବଂସ କଲା ଭାରତୀୟ ବାୟୁସେନା

Published By : Prameya-News7 Bureau | February 26, 2019 IST

କାଶ୍ମୀର ୨୬/୨ : ପୁଲୱାମା ହମଲାର ପ୍ରତିଶୋଧ ନେଇଛି ଭାରତ | ପୁଲୱାମା ଆତଙ୍କୀ ହମଲା ପରେ ଦେଶବାସୀ ଆକ୍ରୋଶର ଶିକାର ହୋଇ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ | ପାକିସ୍ତାନକୁ ଏହି ଆତଙ୍କୀ ହମଲାର କଡା ଜବାବ ଦେବା ପାଇଁ ଦେଶବାସୀ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ | ଭାରତୀୟ ସେନା ପାକିସ୍ତାନର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର ଅଡ୍ଡାକୁ ଧ୍ବଂସ କରିଛି | ଭାରତୀୟ ବାୟୁ ସେନାର ଆକ୍ରମଣରେ ଅନେକ ଆତଙ୍କୀ ଶିବିର ଧ୍ବଂସ ହୋଇଛି |

{"id":88796}


ଭାରତୀୟ ବାୟୁସେନା ଆଜି ଭୋର ସାଢେ ୩ଟା ବେଳେ ହମଲା କରିଥିଲା | ଭାରତୀୟ ବାୟୁ ସେନାର ମୀରାଜ-୨୦୦୦ ନିୟନ୍ତ୍ରଣ ରେଖାର ଗୁଲାମ କାଶ୍ମୀରର ଆତଙ୍କବାଦୀଙ୍କ ଅଡ୍ଡାକୁ ଟାର୍ଗେଟ କରି ସମ୍ପୂର୍ଣ ଭାବେ ଧ୍ବଂସ କରିଦେଇଛି | ବାୟୁ ସେନା ଅନୁଯାୟୀ, କାଶ୍ମୀରରେ ଆତଙ୍କବାଦୀଙ୍କ ଅଡ୍ଡା ଉପରେ ୧୦୦୦ କିଲୋ ବୋମା ପକାଯାଇଥିଲା | ଏହି ଷ୍ଟ୍ରାଇକରେ ୧୨ ମୀରାଜ ୨୦୦୦ ଜେଟ ଭାଗ ନେଇଥିଲା |

{"id":88797}


ଅପରପକ୍ଷରେ ପାକିସ୍ତାନ ଭାରତୀୟ ବାୟୁ ସେନା ଉପରେ ଏୟାର ସ୍ପେସ ନିୟମ ଉଲଂଘନ କରିଥିବା ଅଭିଯୋଗ କରିଛି | ଭାରତୀୟ ବିମାନ ମୁଜାଫରବାଦ ଅଂଚଳରେ ଜୋରଜବରଦସ୍ତ ପଶି ଧ୍ବଂସ କରିଛି କରିଛି ବୋଲି ପାକିସ୍ତାନ ଅଭିଯୋଗ କରିଛି | ଭାରତୀୟ ବିମାନ ଵାଲାକୋଟି ଉପରେ ବୋମା ମାଡ କରିଛି | ପାକିସ୍ତାନର କୌଣସି କ୍ଷତି ହୋଇଥିବା ସୂଚନା ଏବେ ଯାଏଁ ମିଳିନାହିଁ |

{"id":88798}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.