ଅମିତ ଶାହ କହିଲେ-‘‘ ଏହି କାର୍ଯ୍ୟାନୁଷ୍ଠାନ ନୂତନ ଭାରତର ଆଭିମୁଖ୍ୟ ଏବଂ ସଂକଳ୍ପକୁ ସ୍ପଷ୍ଟ କରିଛି

Published By : Prameya-News7 Bureau | February 26, 2019 IST

ନୂଆଦିଲ୍ଲୀ ୨୬/୨: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭାରତୀୟ ବାୟୁସେନାର ସର୍ଜିକାଲ ଷ୍ଟ୍ରାଇକକୁ ପ୍ରଶଂସା କରି କହିଛନ୍ତି ଯେ ‘‘ମୁଁ ଆମ ସଶସ୍ତ୍ର ବଳର ବାହାଦୁରି ଏବଂ ବୀରତା ପାଇଁ ଶୁଭେଚ୍ଛା ଏବଂ ସଲାମ୍ ଜଣାଉଅଛି। ଆଜିର ଏହି କାର୍ଯ୍ୟାନୁଷ୍ଠାନ ଦର୍ଶାଉଅଛି ଯେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଜବୁତ ଏବଂ ନିର୍ଣ୍ଣାୟକ ନେତୃତ୍ବରେ ଦେଶ ସୁରକ୍ଷିତ ରହିଛି।”

“ଆଜିର ଦୃଢ଼ କାର୍ଯ୍ୟାନୁଷ୍ଠାନ ନୂତନ ଭାରତର ଆଭିମୁଖ୍ୟ ଏବଂ ସଂକଳ୍ପକୁ ସ୍ପଷ୍ଟ କରୁଛି। ଆମ ନୂଆଁ ଭାରତ ଆତଙ୍କ ଏବଂ ଆତଙ୍କବାଦୀ ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନକାରୀଙ୍କୁ ଛାଡ଼ିବନାହିଁ। ଭାରତର ସୁଦକ୍ଷ ସେନାଙ୍କୁ ତାଙ୍କ ବାହାଦୁରୀ ଏବଂ ବୀରତା ପାଇଁ ଶୁଭେଚ୍ଛା ଦେଉଛି ଏବଂ ତାଙ୍କୁ ସଲାମ୍ କରୁଛି। ଆଜିର କାର୍ଯ୍ୟାନୁଷ୍ଠାନ ଏହା ପୁଣି ଥରେ ପ୍ରମାଣିତ କରିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଜବୁତ ଏବଂ ନିର୍ଣ୍ଣାୟକ ନେତୃତ୍ବରେ ଭାରତ ସୁରକ୍ଷିତ ରହିଛି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.