Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ କିଭଳି ହେଲା ତମ୍ପ ସାପର ଅପରେସନ ଦେଖନ୍ତୁ…

20/10/2019 at 3:04 PM

ଭୁବନେଶ୍ବର ୨୦।୧୦: ତମ୍ପ ସାପର ସଫଳ ଅପରେସନ । ଭୁବନେଶ୍ବର ଓୟୁଏଟି ପ୍ରାଣୀ ଚିକିତ୍ସାଳୟରେ ସାପର ଅପରେସନ କରାଯାଇଛି । ମାଛ ଧରିବାକୁ ଥୋପ ଦିଆ ଯାଇଥିବା ବନଶୀ କଣ୍ଟା ଗିଳି ଦେଇ ହଟହଟା ହେଉଥିବା ସାପଟିର ଆଜି ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି ।

ବାଲେଶ୍ବର ଜିଲ୍ଲାରୁ ଧରାପଡ଼ିଥିବା ସାପଟିକୁ ଆଜି ଓୟୁଏଟିରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ସାପଟିର ଅଲଟ୍ରାସାଉଣ୍ଡ କରାଯାଇଥିଲା। କଣ୍ଟାଟି ପେଟ ପର୍ଯ୍ୟନ୍ତ ଚାଲିଯାଇଥିବା ଦେଖାଯାଇଥିଲା। ଏଠାରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସାପଟିର ଅପରେସନ ପାଇଁ ବ୍ୟବସ୍ଥା କରିଥିଲେ । ସାପଟିକୁ ଇଞ୍ଜେକସନ ଦିଆଯିବା ସହିତ ଲାଗିଥିବା ବନିଶୀ କଣ୍ଟାକୁ ବାହାର କରାଯିବା ପାଇଁ ୧ ଘଣ୍ଟା ଧରି ଅପରେସନ ଚାଲିଥିଲା । 

ନ୍ୟୁଜ ସେଭେନ ହାତରେ ଲାଗିଛି ସେହି ସମୟର ଭିଜୁଆଲ । ଏବେ ସାପଟି ସୁସ୍ଥ ଥିବା ଜଣାପଡିଛି । ୧୦ ଦିନ ସାପକୁ ଅବଜର୍ଭେସନରେ ରଖାଯିବ। ପରେ ଏହାକୁ ଛଡ଼ାଯିବ।

   Related Posts