ସର୍ଫ ଏକ୍ସେଲର ନୂଆ ବିଜ୍ଞାପନକୁ ନେଇ ସୃଷ୍ଟି ହେଲା ବିବାଦ

Published By : Prameya-News7 Bureau | March 12, 2019 IST

ଜୟପୁର ୧୨/୩: ସର୍ଫ ଏକ୍ସେଲର ନୂଆ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିଜ୍ଞାପନ ହୋଲି ପର୍ବକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଥିଲା। ଏଥିରେ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଏକତାର ସନ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେ ଏହାକୁ ସୋଶିଆଲ ମିଡିଆ ଏବଂ ଅନ୍ୟାନ୍ୟ ସ୍ଥାନରେ ବିବାଦ ସୃଷ୍ଟି ହୋଇଯାଇଛି। ଏଥିପାଇଁ ଏହା ଧର୍ମାନ୍ଧଙ୍କ ଟାର୍ଗେଟରେ ଆସିଛି।

ଏହି ବିଜ୍ଞାପନର ଟ୍ୟାଗଲାଇନ୍  ‘ୟେ ଦାଗ ଅଚ୍ଛେ ହେଁ’ । ଏହା ଆଗରୁ ମଧ୍ୟ ଥିଲା ।  ଏକ ମିନିଟର ଏହି ବିଜ୍ଞାପନରେ ଏହା କୁହାଯାଇଛି ଯେ ଜଣେ ବାଳିକା ତା ସାଙ୍ଗଙ୍କୁ ଚ୍ୟାଲେଞ୍ଜ ଦେଉଛି ଯେ ତା’ ଉପରେ ରଙ୍ଗ ପକାଇବାକୁ ଏବଂ ସେହି ସମୟରେ ତା’ ସାଙ୍ଗଙ୍କ ରଙ୍ଗ ସରିଯାଉଛି ଏବଂ ବାଳିକାଟି ତା ମୁସଲିମ୍ ସାଙ୍ଗକୁ ସାଇକେଲରେ ବସାଇ ମସଜିଦ ଛାଡ଼ି ଆସୁଛି। ମସଜିଦକୁ ଯିବା ସମୟରେ ମୁସଲିମ୍ ପୁଅଟି ତା ସାଙ୍ଗକୁ କହୁଛି ‘ମୁଁ ନମାଜ ପଢ଼ି ଆସୁଛି’। ଉତ୍ତରରେ ବାଳିକାଟି କହୁଛି ପରେ ରଙ୍ଗ ପଡ଼ିବ।

କିନ୍ତୁ ଏହି ବିଜ୍ଞାପନ ମୁସଲିମ୍ ଏବଂ ହିନ୍ଦୁଙ୍କ ଭାଇଚାରାକୁ ଦେଖାଉଥିଲେ ମଧ୍ୟ ଧର୍ମାନ୍ଧଙ୍କୁ ଏହା ପସନ୍ଦ ଆସୁନାହିଁ। ସେମାନଙ୍କ ବିଚାରରେ ଏହା ଭୁଲ୍ ଏବଂ ଭ୍ରମାତ୍ମକ ଅଟେ। ଏହି ବିଜ୍ଞାପନ ବିରୁଦ୍ଧରେ ଟ୍ବିଟରରେ ବୟକର୍ଟ ସର୍ଫ ଏକ୍ସେଲ୍ ନାମକ ବହିଷ୍କାର ଅଭିଯାନ ଆରମ୍ଭ କରାଯାଇଛି। କେତେକ ଲୋକ ଏହି ବିଜ୍ଞାପନର ବହିଷ୍କାର ପାଇଁ ସାମନାକୁ ଆସୁଛନ୍ତି ତ କେତେକ ଲୋକ ଏହାର ସମର୍ଥନରେ ଆସୁଛନ୍ତି। ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେ ଏହି ବିଜ୍ଞାପନକୁ ସମର୍ଥନ କରିଛନ୍ତି। ଏହି ବିଜ୍ଞାପନକୁ ୟୁଟ୍ୟୁବରେ ଏବେ ଯାଏଁ ୯୦୩୩୦୦୦ଜଣ ଦେଖି ସାରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.