ସନ୍ୟାସ ନେବା ପରେ ପୁଣି କ୍ରିକେଟକୁ ଫେରିବେ ସୁରେଶ ରୈନା, ହେବେ ଏହି ଟିମର ଅଧିନାୟକ

Published By : Prameya-News7 Bureau | December 10, 2020 IST

ନୂଆଦିଲ୍ଲୀ ୧୦/୧୨ : କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ନେଇସାରିଛନ୍ତି ସୁରେଶ ରୈନା । ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା ପରେ ପରେ ରୈନା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ସେ ଚଳିତ ବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲ ମଧ୍ୟ ଖେଳି ନଥିଲେ । ପାରିବାରିକ ବସୁବିଧା କାରଣ ଦର୍ଶାଇ ସୁରେଶ ରୈନା ଭାରତ ଫେରି ଆସିଥିଲେ । ତେବେ ସେ ପୁଣି ଥରେ କ୍ରିକେଟ ମଇଦାନକୁ ଫେରିବାକୁ ଯାଉଛନ୍ତି ।

Lockdown days: Suresh Raina reveals he's washing vegetables more than his  hair in self-isolation - myKhel

ସୁରେଶ ରୈନା ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ଶନିବାର ଦିନ କାନପୁରରେ ପହଞ୍ଚିଛନ୍ତି ଏବଂ ଏହା ପରେ ଉତ୍ତର ପ୍ରଦେଶ କ୍ରିକେଟ୍ କ୍ୟାମ୍ପରେ ଯୋଗ ଦେଇଛନ୍ତି । ରୈନା କହିଛନ୍ତି ସେ ଏହି ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ବେଣ୍ଟି ଟ୍ରଫି ଖେଳିବେ । ତେବେ ସେ ଉତ୍ତର ପ୍ରଦେଶ ଟିମର ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇବେ । ଏଥି ପାଇଁ ବହୁତ ପରିଶ୍ରମ କରୁଥିବା ରୈନା ସାକ୍ଷାତକାରରେ କହିଛନ୍ତି ।

Suresh Raina, an 'underrated' man for all seasons

ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ପୂରା ଫୋକସ୍ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ଉପରେ ରହିଛି । ଶେ​‌ଷ ଥର ପାଇଁ ୨୦୧୮ରେ ଫାଷ୍ଟ୍ କ୍ଲାସ୍ କ୍ରିକେଟ ଖେଳିଥିଲେ । ରୈନା କହିଛନ୍ତି ଭାରତୀୟ ଟିମରେ ପାର୍ଟ ଟାଇମ ବୋଲରଙ୍କ ଯୋଗଦାନ ମଧ୍ୟ ମହତ୍ବପୁର୍ଣ୍ଣ ହୋଇଥାଏ । ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ବେଳେ ବେଳେ ବୋଲିଂ କରିବା ପାଇଁ ପଡେ କାରଣ ଏହା ଟିମ ପାଇଁ ଉପଯୋଗୀ ହୋଇଥାଏ । ସଚିନ, ସେହଓ୍ବାଗ ଏବଂ ଯୁବରାଜଙ୍କ ଭଳି ବ୍ୟାଟ୍ସମ୍ୟାନ୍ ମଧ୍ୟ ଭାରତୀୟ ଟିମ ପାଇଁ ଅନେକ ଥର ବୋଲିଂ କରିଥିବା ନଜିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.