ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଅନ୍ତଜାର୍ତୀୟ କ୍ରିକେଟ୍‌ରୁ ଅବସର ନେଲେ ସୁରେଶ ରୈନା

Published By : Prameya-News7 Bureau | August 15, 2020 IST

ନୂଆଦିଲ୍ଲୀ ୧୫।୦୮: ଏମଏସ ଧୋନୀଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର କେଇ ଘଣ୍ଟା ନଯାଉଣୁ ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ରୈନା ଇନଷ୍ଟାଗ୍ରାମରେ ପୋଷ୍ଟ କରି ନିଜର ଅବସରର ସୂଚନା ଦେଇଛନ୍ତି। ରୈନା ଲେଖିଛନ୍ତି ମାହି ଆପଣଙ୍କ ସହିତ ଖେଳିବା ବ୍ୟତୀତ ଆଉ କିଛି ନଥିଲା। ପୂରା ହୃଦୟରୁ ଗର୍ବର ସହିତ ମୁଁ ଏହି ଯାତ୍ରାରେ ଆପଣଙ୍କ ସହିତ ଜଡିତ ହେବାକୁ ଚାହୁଁଛି।

୨୦୦୫ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିବା ରୈନା ମଧ୍ୟ କ୍ରମରେ ଏକ ମ୍ୟାଚ୍ ବିଜେତା ଖେଳାଳି ଥିଲେ। ଏହା ସହିତ ସେ କାମଚଳା ସ୍ପିନିଂ ବୋଲିଂ କରିବା ସହିତ ନିଜର ଜବରଦସ୍ତ ଫିଲ୍ଡିଂ ପାଇଁ ଚର୍ଚ୍ଚାରେ ରହୁଥିଲେ। ରୈନା ଭାରତ ପାଇଁ ୧୮ ଟେଷ୍ଟ, ୨୨୬ ଦିନିକିଆ ଓ ୭୮ଟି ଟି-୨୦ ଅନ୍ତରାଷ୍ଟ୍ରୀ୍ୟ ମ୍ୟାଚ୍‌ ଖେଳିଛନ୍ତି। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ରୈନା ୭୦୦୦ରୁ ଅଧିକ ରନ କରିଛନ୍ତି।

ସୁରେଶ ରୈନା ଟେଷ୍ଟ କ୍ରିକେଟ୍‌ରେ ୭୬୮ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସାମିଲ। ଦିନିକିଆ କ୍ରିକେଟ୍‌ରେ ରୈନାଙ୍କ ନାମରେ ୫୬୧୫ ରନ ରହିଛି। ଏଥିରେ ୫ ଶତକ ଓ ୩୬ ଅର୍ଦ୍ଧଶତକ ସାମିଲ। ରୈନାଙ୍କ ଦିନିକିଆରେ ସର୍ବୋଚ୍ଚ ସ୍କୋର ୧୧୬ ରନ ରହିଛି। ଏହି ପରି ୭୮ଟି ଟି-୨୦ ମୁକାବିଲାରେ ମୋଟ୍ ୧୬୦୫ ରନ ରହିଛି। ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ।

wp:html
/wp:html

ସୁରେଶ ରୈନା ନିଜର ଅଫିସିଆଲ ଇନଷ୍ଟାଗ୍ରାମରେ କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ଅମ୍ବାତି ରାୟୁଡୁ, କର୍ଣ୍ଣ ଶର୍ମା ଓ ମୋନୁ ସିଂହଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଆପଣଙ୍କ ସହିତ ଖେଳିବା ବହୁତ ଚମତ୍କାର ଥିଲା। ପୂରା ହୃଦୟରୁ ଗର୍ବର ସହିତ ମୁଁ ଆପଣଙ୍କ ଯାତ୍ରାରେ ସାମିଲ ହେବାକୁ ଚାହୁଁଛି। ଧନ୍ୟବାଦ। ଜୟହିନ୍ଦ।

ଉଲ୍ଲେଖଯୋଗ୍ୟ ସୁରେଶ ରୈନା ଓ ମହେନ୍ଦ୍ର ସିଂହ ଧୋନୀ ସଂପ୍ରତି ଆଇପିଏଲ ୨୦୨୦ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶିକ୍ଷଣ ଶିବିର ପାଇଁ ଚେନ୍ନାଇରେ ଅଛନ୍ତି। ଏହି ଦୁଇ ଖେଳାଳି ସାମାଜିକ ଗଣମାଧ୍ୟମରେ ସ୍ଵାଧୀନତା ଦିବସ ଅବସରରେ ନିଜ ଅବସରର ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.