ହୋଟେଲ୍ ରୁମ୍ ପାଲଟିଲା ଜିମ୍, ଆଇପିଏଲ ପାଇଁ କଠିନ ପରିଶ୍ରମ କରୁଛନ୍ତି ରାଇନା, ସେୟାର କଲେ ଭିଡିଓ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ, ୨୫|୦୮:  ଆଇପିଏଲ ୨୦୨୦ ପାଇଁ ଏବେ ସମସ୍ତ ଦଳ ୟୁଏଇରେ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହି ଲିଗ୍ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ । ନଭେମ୍ବର ୧୦ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

କ୍ୱାରେଣ୍ଟାଇନରେ ରହି ମଧ୍ୟ ଖେଳାଳିମାନେ କଠିନ ପରିଶ୍ରମ କରୁଛନ୍ତି। ଫିଟ୍ ରହିବା ପାଇଁ ଅନେକ କିଛି ଟ୍ରେନିଂ କରୁଛନ୍ତି । ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାଟସମ୍ୟାନ୍ ସୁରେଶ ରାଇନା ଇନଷ୍ଟାଗ୍ରାମରେ ନିଜ ଓ୍ୱର୍କଆଉଟର ଭିଡିଓ ସେୟାର କରିଛନ୍ତି ।

wp:html
/wp:html

ରାଇନା ନିଜ ହୋଟେଲ ରୁମ୍‌କୁ ଜିମ୍ କରି ଦେଇଛନ୍ତି । ରୁମରେ ହିଁ ସେ ଅଭ୍ୟାସ ଓ ବ୍ୟାୟାମ କରୁଛନ୍ତି । ଏହାସହ ତାଙ୍କ ରୁମ୍‌ରେ ଅନେକ ଗୁଡିଏ ଟୋପି ରହିଛି । ଏହାକୁ ନେଇ ତାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ ଟ୍ୱିଟ୍ କରିବା ସହ ଭଲ କଲେକ୍ସନ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂ ଧୋନୀ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । ଧୋନୀଙ୍କ ପରେ ରାଇନା ମଧ୍ୟ କ୍ରିକେଟରୁ ବାଏ ବାଏ କରିଥିଲେ । କେବେ ଉଭୟ ଖେଳାଳି ଆଇପିଏଲ ଖେଳିବେ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.