Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ରାଇନା କ’ଣ ସତରେ ଫେରିବେ ? ଦୁବାଇରୁ ଫେରିବା ପରେ ବଢିଲା ଚର୍ଚ୍ଚା, ହ୍ୱାଟସଆପ୍ ଗ୍ରୁପରୁ ଆଉଟ୍ କରିଦେଲେ ସିଏସକେ ଫ୍ରେଣ୍ଡସ୍

3/09/2020 at 5:17 PM

ନୂଆଦିଲ୍ଲୀ, ୦୩|୦୯ :  ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍ ସୁରେଶ ରାଇନା ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି । ସିଏସକେର ମାଲିକ ଏନ ଶ୍ରୀନିବାସନଙ୍କ ବିବାଦୀୟ ବୟାନ ପରେ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରାଇନାଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିବା ସ୍ପଷ୍ଟ ହୋଇଛି। ଏବେ ରାଇନାଙ୍କୁ ସିଏସକେର ହ୍ୱାଟସଆପ୍ ଗ୍ରୁପରୁ ବାହାର କରାଯାଇଛି ।

କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ସିଏସକେ ବୋଲର ଦୀପକ ଚହର ଓ ବ୍ୟାଟସମ୍ୟାନ୍ ଋତୁରାଜ ଗାୟକଓ୍ୱାଡ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ରାଇନା ଅଗଷ୍ଟ ୩୦ରେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଲ ଆରମ୍ଭ ହେବା ପୂର୍ବରୁ ଭାରତ ଫେରି ଆସିଥିଲେ । ହୋଟେଲରେ ନିଜ କୋଠରୀକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ଏବେ ସୂଚନା ମିଳୁଛି ଯେ, ରାଇନା ଯେଉଁଦିନ ଭାରତ ଫେରିଲେ ତାପର ଦିନ ତାଙ୍କୁ ଟିମ୍‌ର ହ୍ୱାଟସଆପ୍ ଗ୍ରୁପରୁ ବାହାର କରିଦିଆଯାଇଛି । ଏବେ ସେ ଟିମ୍ ମ୍ୟାନେଜମେଣ୍ଟ, ସିଇଓ ଓ କୋଚଙ୍କ ସହ ଆଲୋଚନା କରୁଛନ୍ତି ।

ଏବେସୁଦ୍ଧା ସିଏସକେ ରାଇନାଙ୍କ ବିକଳ୍ପ ଭାବେ କୌଣସି ଖେଳାଳିଙ୍କୁ ଡାକିନାହିଁ । ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ କୋଚ୍ ଫ୍ଲେମିଂ ଦଳକୁ ନେଇ ସନ୍ତୁଷ୍ଟ ଅଛନ୍ତି ତେଣୁ ଅନ୍ୟ କାହାକୁ ଡାକିନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି ।

   Related Posts