ଅକ୍ସିଜେନ୍ ସିଲିଣ୍ଡର୍ ପାଇଁ ସୋସିଆଲ ମିଡ଼ିଆରେ ଗୁହାରି କଲେ ସୁରେଶ ରାଇନା: ତୁରନ୍ତ ସାହାଯ୍ୟ କଲେ ବିପଦର ସାଥି ସୋନୁ ସୁଦ୍

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୦୬/୦୫ : କରୋନାର ଦ୍ୱିତୀୟ ଲହର ସ୍ଥିତି ଦେଶରେ ସଙ୍ଗୀନ ହୋଇଗଲାଣି। ଦେଶରେ ଲଗାତାର ସାଢେ ୩ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଷ୍ଟାର କ୍ରିକେଟର ସୁରେଶ ରାଇନା ମଧ୍ୟ କରୋନାକୁ ନେଇ ଚିନ୍ତିତ। ମେରଠରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ କରୋନାରେ ପୀଡିତ ଏବଂ ତାଙ୍କୁ ଅକ୍ସିଜେନ ଆବଶ୍ୟକ। ତାଙ୍କ ଅକ୍ସିଜେନ ଲେଭଲ ଲଗାତାର ହ୍ରାସ ପାଉଛି। ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ସୁରେଶ ରାଇନା ଅକ୍ସିଜେନ ପାଇଁ ସୋସିଆଲ ମିଡ଼ିଆରେ ସାହାଯ୍ୟ ମାଗିଥିଲେ।

ସୁରେଶ ରାଇନା ଟ୍ୱିଟ୍ କରି ଲୋକଙ୍କୁ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସାହାଯ୍ୟ ମାଗିଥିଲେ। ସେ ଲେଖିଥିଲେ, 'ମେରଠରେ ମୋ ଆଣ୍ଟିଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ। ତାଙ୍କ ବୟସ ୬୫ ବର୍ଷ ଓ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି। ସେ କରୋନାରେ ସଂକ୍ରମିତ। ଅକ୍ସିଜେନ ସିଲିଣ୍ଡର ବିନା ତାଙ୍କ ଅକ୍ସିଜେନ ଲେଭଲ ୭୦ ଅଛି। ଦୟାକରି ସାହାଯ୍ୟ କରନ୍ତୁ।' ଏହି ଟ୍ୱିଟରେ ସୁରେଶ ରାଇନା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟ୍ୟାଗ କରିଥିଲେ।

wp:embed {"url":"https://twitter.com/ImRaina/status/1390237702231007236","type":"rich","providerNameSlug":"twitter","responsive":true,"className":""}
https://twitter.com/ImRaina/status/1390237702231007236
/wp:embed

ସୋସିଆଲ ମିଡ଼ିଆ ଜରିଆରେ ସାହାଯ୍ୟ ମାଗିବା ପରେ ଅଭିନେତା ସୋନୁ ସୁଦ ସୁରେଶ ରାଇନାଙ୍କୁ ସାହାଯ୍ୟ କରିଛନ୍ତି। ସୋନୁ ସୁଦ୍ ସୁରେଶ ରାଇନାଙ୍କ ଟ୍ୱିଟରେ ଜବାବ ଦେଇଥିଲେ ଯେ, ୧୦ ମିନିଟରେ ଆପଣଙ୍କ ପାଖକୁ ଅକ୍ସିଜେନ ସିଲିଣ୍ଡର ପହଞ୍ଚିଯିବ। ସୋନୁ ସୁରେଶଙ୍କ ଆଣ୍ଟିଙ୍କୁ ଅକ୍ସିଜେନ ପଠାଇଲେ। ସୋନୁଙ୍କ ଏହି ସହାୟତା ପାଇଁ ସୁରେଶ ରାଇନା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି।

wp:embed {"url":"https://twitter.com/SonuSood/status/1390258560177631235","type":"rich","providerNameSlug":"twitter","responsive":true,"className":""}
https://twitter.com/SonuSood/status/1390258560177631235
/wp:embed

ଆଇପିଏଲ ୨୦୨୧ ସ୍ଥଗିତ ହେବାପରେ ସୁରେଶ ରାଇନା ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ। ସେ ଟ୍ୱିଟ୍ କରି କହିଥିଲେ, 'କରୋନା ମଜାକ ନୁହେଁ, ଅନେକ ଜୀବନ ବାଜିରେ ଲାଗିଛି। ଆଗରୁ କେବେ ଜୀବନରେ ଏତେ ଅସହାୟ ଅନୁଭୂତ ହୋଇନଥିଲା। ଆମ ପାଖରେ ସଂସାଧନ ସରିଗଲାଣି। ଦେଶର ପ୍ରତ୍ୟେକ ବ୍ୟକ୍ତି ଜୀବନ ବଞ୍ଚାଇବାକୁ ପରସ୍ପର ସହ ଛିଡା ହେବା ଦରକାର।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.