ଚେନ୍ନାଇ ସୁପର କିଙ୍ଗ୍ସ‌କୁ ଆଉ ଫେରିବେନି ସୁରେଶ ରାଇନା: ଟିମ୍‌ରୁ ହଟିଲା ନାଁ

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯/୦୯ : ଚଳିତ ଆଇପିଏଲରେ ପ୍ରଶଂସକ ମିସ୍ଟର୍ ଆଇପିଏଲଙ୍କୁ ବହୁତ ମିସ କରୁଛନ୍ତି । ଆଇପିଏଲର କିଙ୍ଗ ବୋଲାଉଥିବା ସୁରେଶ ରାଇନା ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଫେରି ଆସିଥିଲେ । ରାଇନା ଫେରି ଆସିବା ପରେ ସେ ଟିମକୁ ପୁଣି ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ସୁରେଶ ରାଇନା ନିଜେ କହିଥିଲେ ଯେ ସେ ଯେକୌଣସି ମୁହୂର୍ତ୍ତରେ ଫେରି ପାରନ୍ତି । ତେବେ ଟିମକୁ ସେ ପୁଣି ଫେରିବା ଭଳି ଜଣାପଡ଼ୁନାହିଁ ।

{"id":335996,"sizeSlug":"large"}

ଚେନ୍ନାଇ ସୁପର କିଙ୍ଗ୍ସ ୱେବସାଇଟରୁ ସୁରେଶ ରାଇନାଙ୍କ ନାଁ ହଟାଇ ଦିଆଯାଇଛି । ଟିମର ସେକ୍ସନ ସମସ୍ତ ଖେଳାଳିଙ୍କ ନାଁ ଅଛି କିନ୍ତୁ ସୁରେଶ ରାଇନାଙ୍କ ନାଁ ନାହିଁ । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଇନା ଏହି ସିଜନରେ ଆଉ ଖେଳିବେ ନାହିଁ । ଶୁକ୍ରବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ଦ୍ୱିତୀୟ ପରାଜୟ ପରେ ସୋସିଆଲ୍ ମିଡ଼ିଆରେ ପ୍ରଶଂସକ ରାଇନାଙ୍କୁ ଟିମରେ ସାମିଲ କରିବାକୁ ଦାବି କରିଥିଲେ ।

{"id":335998,"sizeSlug":"large"}

ଏହା ପୂର୍ବରୁ ରାଇନା ଚେନ୍ନାଇ ସୁପର କିଙ୍ଗ୍ସକୁ ମାଇକ୍ରୋ-ବ୍ଲଗିଂଗ୍ ସାଇଟ୍ ଟ୍ୱିଟରରେ ଅନ୍‌ଫଲୋ କରିଛନ୍ତି । ସୂଚନା ଅନୁଯାୟୀ, ରାଇନା ଶନିବାର ଠାରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଫଲୋ କରିବା ବନ୍ଦ କରିଦେଇଛନ୍ତି । ରାଇନା ଶନିବାର ଦିନ ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ସେ ବୈଷ୍ଣୋ ଦେବୀ ମନ୍ଦିରରେ ନଜର ଆସିଥିଲେ । ଗତ କିଛି ଦିନ ହେଲା ରାଇନା ଲଗାତାର କାଶ୍ମୀରରେ ଟ୍ରେନିଂ କରୁଥିବା ନଜର ଆସିଛନ୍ତି । ବହୁ ଦିନ ହେଲା କାଶ୍ମୀରରେ ସମୟ କାଟୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.