ନୂଆଦିଲ୍ଲୀ ୦୬/୦୯: ସୁରେଶ ରୈନା ଓ ହରଭଜନ ସିଂହ ବ୍ୟକ୍ତିଗତ କାରଣ ପାଇଁ ଆଇପିଏଲରୁ ଓହରିଯିବା ଏବେ ସିଏସ୍କେ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ରୈନା ଓ ହରଭଜନଙ୍କ ଏଭଳି ନିଷ୍ପତ୍ତି ଖେଳପ୍ରେମୀଙ୍କୁ ଦୋହଲାଇ ଦେଇଛି । କିନ୍ତୁ ବହୁ ବିବାଦ ପରେ ରୈନାଙ୍କୁ ନେଇ ଏକ ଖୁସି ଖବର ଆସିଛି । ଭାରତର ପୂର୍ବତନ ଓ୍ବିକେଟ କିପର ତଥା ବ୍ୟାଟ୍ସମ୍ୟାନ ଦୀପ ଦାସଗୁପ୍ତା ରୈନାଙ୍କ ଫେରିବା ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ।
ଭାରତ ପାଇଁ ୮ ଟେଷ୍ଟ ଓ ୫ଟି ଓ୍ବାନଡେ ଖେଳିଥିବା ଦୀପ ସାସଗୁପ୍ତା ଦାମି କରିଛନ୍ତି, ରୈନା ପ୍ରଥମ କିଛି ମ୍ୟାଚ୍ ମିସ୍ କରିପାରନ୍ତି କିନ୍ତୁ ସେ ସିଏସ୍କେ ପାଇଁ ମ୍ୟାଚ୍ ଖେଳିବେ। ତେବେ କ୍ବାରେଣ୍ଟାଇନ୍ ନିୟମ ପାଇଁ ସେ କିଛି ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇପାରନ୍ତି। ଆଇପିଏଲରେ ସିଏସକେ ପାଇଁ ଅଧିକ ରନ୍ ସ୍କୋର କରିଥିବା ପ୍ଲେୟର ହେଉଛନ୍ତି ରୈନା । ଏହି କାରଣ ପାଇଁ ସୁରେଶ ରୈନାଙ୍କୁ ରିପ୍ଲେସ୍ମେଣ୍ଟ ପାଇଁ ଏଯାଏଁ ପ୍ରସ୍ତାବ ଦେଇନାହିଁ । ତେଣୁ ସିଏସକେ ପାଇଁ ରୈନା ଖେଳିବେ ବୋଲି ଦାସଗୁପ୍ତା ଆଶାପ୍ରକଟ କରିଛନ୍ତି ।
ଅନ୍ୟପଟେ ୟୁଏଇରେ ଆୟୋଜିତ ଆଇପିଏଲ ଖେଳିବାକୁ ପୁଣି ଫେରିବା ପ୍ରସଙ୍ଗକୁ ପ୍ରତ୍ୟାଖାନ କରିନାହାନ୍ତି ବ୍ୟାଟ୍ସମ୍ୟାନ୍ ସୁରେଶ ରୈନା । ଏହି କ୍ବାରେଣ୍ଟାଇନ୍ ପିରିୟଡ୍ରେ ପ୍ରାକ୍ଟିସ୍ ଜାରି ରଖିଛି କିଏ ଜାଣେ ଆପଣ, ମୁଁ ଆଇପିଏଲ ଖେଳୁଥିବାର ଦେଖିପାରନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କ୍ରିକେଟ ଖେଳାଳି ସୁରେଶ ରୈନା।