IPL 2020: ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ରୈନା, ସିଏସ୍‌କେକୁ କରିପାରନ୍ତି ପ୍ରତ୍ୟାବର୍ତ୍ତନ

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍‌)ର ୧୩ ତମ ସଂସ୍କରଣ ୧୯ ସେପ୍ଟେମ୍ବରରୁ ୟୁଏଇରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମଧ୍ୟରେ ଖେଳାଯିବ । ଆଇପିଏଲ୍‌ ଖେଳସୂଚୀ ଆସିସାରିଥିବା ବେଳେ ସିଏସକେ ପାଇଁ ଆହ୍ବାନ ବୃଦ୍ଧି ପାଇଛି । ପ୍ରଥମେ ଦଳର ଦୁଇ ଖେଳାଳି ଓ ୧୩ ସପୋର୍ଟ ଷ୍ଟାଫ୍‌ କରୋନା ପଜିଟିଭ୍‌ ହେବ ପରେ ପରବର୍ତ୍ତୀ ସମୟରେ ଟିମ୍‌ ଦୁଇ ସିନିୟର୍‌ ଖେଳାଳି ସୁରେଶ ରୈନା ଓ ହରଭଜନ ସିଂହ ଓହରିଯିବା ଦଳର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

କିନ୍ତୁ ପୁଣିଥରେ ଦୁବାଇ ଫେରିବେ ବୋଲି ରୈନା ଇଶାରା ଦେଇଛନ୍ତି । ଏନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଦୁବାଇରୁ ଫେରିବା ପରେ ରୈନା ଅଭ୍ୟାସ ଜୋରଦାର ଜାରି ରଖିଛନ୍ତି ।

wp:html
/wp:html

ସୋସିଆଲ ମିଡିଆରେ ନିଜର ଟ୍ରେନିଂ ଭିଡିଓ ସେୟାର କରିଛନ୍ତି ରୈନା । ତେବେ ଏହି ଭିଡିଓ ଫ୍ୟାନ୍ସ ପସନ୍ଦ କରିଥିବା ବେଳେ ସିଏସ୍‌କେ ପାଇଁ ଖେଳିବାକୁ ରୈନାଙ୍କୁ ଅନୁରୋଧ କରିଛନ୍ତି । ​ନିକଟରେ ଟିମ୍‌ର ମାଲିକ ଶ୍ରୀନିବାସନ ଓ ରୈନାଙ୍କ ମଧ୍ୟରେ ମତଭେଦ ହୋଇଥିଲା । ପରେ ରୈନା ଭାରତ ଫେରିଆସିଥିଲେ । ଏନେଇ ଦୁଇ ଜଣ ସଫେଇ ମଧ୍ୟ ଦେଇଥିଲେ। ଟିମ୍‌ ମ୍ୟାନେଜ୍‌ମେଣ୍ଟ ଓ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି, ରୈନା ସିଏସ୍‌କେ ପାଇଁ ଖେଳିବେ କି ନାହିଁ ନିଷ୍ପତ୍ତି ନେବେ ବୋଲି କହିଥିଲେ ଶ୍ରୀନିବାସନ ।

ଅଭ୍ୟାସ ଜାରି ରଖିଛନ୍ତି, ପରିସ୍ଥିତ ଠିକ୍ ହେଲେ ଫେରିପାରନ୍ତି ବୋଲି ନିଜେ ରୈନା କହିଥିଲେ । ଯଦି ରୈନା ଦୁବାଇ ଫେରନ୍ତି ତେବେ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । କିନ୍ତୁ ତାପୂର୍ବରୁ ଦେଖିବାକୁ ପଡ଼ିବ ଯେ ତାଙ୍କୁ ଟିମ୍ ସାମିଲ୍ ପାଇଁ ଆମନ୍ତ୍ରଣ କରୁଛି କି ନାହିଁ

 ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.