Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

‘ଏହି ଖେଳାଳି ଥିଲେ ଧୋନୀଙ୍କ ଫେଭରେଟ୍, ତେଣୁ ମିଳିଥିଲା ସୁଯୋଗ’, ଗୁମର ଖୋଲିଲେ ଯୁବରାଜ

20/04/2020 at 11:26 AM

ନୂଆଦିଲ୍ଲୀ, ୨୦|୦୪:  ପ୍ରତି ଅଧିନାୟକଙ୍କର ଜଣେ ମନ ପସନ୍ଦର ଖେଳାଳି ରହିଛନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୁରେଶ ରାଇନାଙ୍କୁ ବେଶୀ ପସନ୍ଦ କରୁଥିଲେ ବୋଲି କହିଛନ୍ତି ଯୁବରାଜ ସିଂ । ରାଇନା ଧୋନୀଙ୍କଠୁ ଅଧିକ ସମର୍ଥନ ପାଇଛନ୍ତି ବୋଲି ଯୁବରାଜ କହିଛନ୍ତି ।

ବାମହାତୀ ବ୍ୟାଟସମ୍ୟାନ ଯୁବରାଜ ସ୍ପୋର୍ଟସ୍ ତକକୁ କହିଛନ୍ତି ଯେ, ୨୦୧୧ ବିଶ୍ୱକପ ସମୟରେ ଦଳ ଚୟନକୁ ନେଇ ଧୋନୀ ଚିନ୍ତାରେ ରହିଥିଲେ । ସେ ପ୍ଲେଇଂ ଇଲେଭେନରେ ୟୁସୁଫ ପଠାନ କିମ୍ବା ସୁରେଶ ରାଇନା କାହାକୁ ସାମିଲ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥିଲେ । ସେହି ସମୟରେ ମାହି ରାଇନାଙ୍କୁ ସମର୍ଥନ କରିଥିଲେ । ଯେହେତୁ ତାଙ୍କର କେହି ବିକଳ୍ପ ନଥିଲେ ତେବେ ତାଙ୍କୁ ସାମିଲ କରାଯାଇଥିଲା । କିନ୍ତୁ ପଠାନଙ୍କ ସ୍ଥାନରେ ରାଇନା ସୁଯୋଗ ପାଇଥିଲେ ।ସେହି ସମୟରେ ୟୁସୁଫ ପଠାନ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲେ ।କିନ୍ତୁ ରାଇନା ଭଲ ଫର୍ମରେ ନଥିଲେ ।

ସେ ଆହୁରି କହିଛନ୍ତି ଯେ, ୨୦୦୭ ଟି୨୦ ବିଶ୍ୱକପରେ ସେ ଯେତେବେଳେ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ଲଗାଇଥିଲେ ତାକୁ ନେଇ କେହି ସନ୍ଦେହ କରିଥିଲେ । ମ୍ୟାଚ ରେଫରୀ ତାଙ୍କ ବ୍ୟାଟର ଯାଂଚ କରିଥିଲେ । ସେହିପରି ଆଷ୍ଟ୍ରେଲିଆ କୋଚ ତାଙ୍କ ପାଖକୁ ଆସି ବ୍ୟାଟ ପଛରେ ଫାଇବର ଲାଗିଥିବା ଓ ଏହା ବୈଧ ନ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଏହାସହ ଆଦାମ ଗିଲଖ୍ରୀଷ୍ଟ ମଧ୍ୟ ବ୍ୟାଟ୍ କିଏ ତିଆରି କରୁଛି ବୋଲି ପଚାରିଥିଲେ । ଏହି ବ୍ୟାଟ ସ୍ୱତନ୍ତ୍ର ଥିଲା । ସେହିପରି ୨୦୧୧ ବ୍ୟାଟ ମଧ୍ୟ ସ୍ୱତନ୍ତ୍ର ଥିଲା ।

   Related Posts