ରୈନାଙ୍କ ବିବୃତ୍ତି ପରେ ଦୁଇ ଫାଳ ସୋସିଆଲ ମିଡିଆ, ଟ୍ୱିଟରରେ ଟ୍ରେଣ୍ଡ କରୁଛି 'ମେଁ ଭି ବ୍ରାହ୍ମଣ'

Published By : Prameya-News7 Bureau | July 23, 2021 IST

ନୂଆଦିଲ୍ଲୀ ୨୩/୦୭: ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ବିବୃତ୍ତି ପରେ ଦୁଇଫାଳ ହେଲା ସୋସିଆଲ ମିଡିଆ । ଟ୍ୱିଟରରେ ଏବେ ଅନେକ ଲୋକ ତାଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି । 'ମେଁ ଭି ବ୍ରାହ୍ମଣ' ମନ୍ତବ୍ୟ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ନିକଟରେ ତାମିଲନାଡୁ ପ୍ରିମିୟର ଲିଗର ପଞ୍ଚମ ସିଜିନର ଉଦଘାଟନୀ ମ୍ୟାଚରେ ରୈନା ଦେଇଥିଲେ ଏହି ବିବାଦୀୟ ମନ୍ତବ୍ୟ ।

ଯାହା ପରେ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଖରାପ କରି ଟ୍ରୋଲ କରିଥିଲେ । ଏବେ ଅନେକ ଲୋକ ରୈନାଙ୍କ ଏହି ବିବୃତ୍ତିକୁ ସମର୍ଥନ କରିବା ସହ ତାଙ୍କ ସପକ୍ଷରେ ବାହାରିଛନ୍ତି । ଟ୍ୱିଟରରେ ଏହି ବିଷୟରେ ମନ୍ତବ୍ୟ ଦେଉଥିବା ଅନେକ ଉପଭୋକ୍ତା କହିଛନ୍ତି ଯେ ରାଇନା ନିଜକୁ ବ୍ରାହ୍ମଣ ବୋଲି କହି କିଛି ଭୁଲ କରିନାହାଁନ୍ତି । ଏହି ପ୍ରସଙ୍ଗରେ ତାଙ୍କର ସମାଲୋଚନା କରିବା ସମ୍ପୂର୍ଣ୍ଣ ଭୁଲ୍ । ତାଙ୍କ ବିବୃତ୍ତିରେ କେହି ଖରାପ କରି ଅନୁଭବ କରିବା ଉଚିତ୍ ନୁହେଁ ।

ସୂଚନା ଥାଉକି, ତାମିଲନାଡୁ ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚରେ ସୁରେଶ ରୈନା କମେଣ୍ଟ୍ରି କରିବା ସମୟରେ କହିଥିଲେ କି ମୁଁ ବି ବ୍ରାହ୍ମଣ । ଏହି ସମୟରେ ଜଣେ ସମୀକ୍ଷକ ଦକ୍ଷିଣ ଭାରତର ସଂସ୍କୃତି ଗ୍ରହଣ କରିବା ବିଷୟରେ ସୁରେଶ ରାଇନାଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ରୈନା କହିଛନ୍ତି ଯେ ଜଣେ ବ୍ରାହ୍ମଣ ହେବା ତାଙ୍କୁ ଚେନ୍ନାଇର ସଂସ୍କୃତି ଗ୍ରହଣ କରିବାକୁ ଅତି ସହଜ କରିଥିଲା ।

wp:html /wp:html

ସୁରେଶ ରାଇନା କହିଥିଲେ, ମୁଁ ଭାବୁଛି ମୁଁ ମଧ୍ୟ ଜଣେ ବ୍ରାହ୍ମଣ । ୨୦୦୪ ମସିହାରୁ ମୁଁ ଚେନ୍ନାଇରେ କ୍ରିକେଟ୍ ଖେଳୁଛି । ମୁଁ ଦକ୍ଷିଣ ଭାରତର ସଂସ୍କୃତିକୁ ଭଲ ପାଏ । ମୁଁ ଅନିରୁଦ୍ଧ ଶ୍ରୀକାନ୍ତ, ସୁବ୍ରମଣ୍ୟମ୍ ବଦ୍ରିନାଥ ଏବଂ ଏଲ୍ ବାଲାଜୀଙ୍କ ସହ କ୍ରିକେଟ୍ ଖେଳିଛି । ମୁଁ ୨୦୦୮ ଠାରୁ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଏକ ଅଂଶ ହୋଇଆସୁଛି ।

wp:html /wp:html

ବର୍ତ୍ତମାନ ଟ୍ୱିଟରରେ ଅନେକ ଉପଭୋକ୍ତା ସୁରେଶ ରାଇନାଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି । ଦିବ୍ୟଶ ଶର୍ମା ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି, "ନିଜର ଜାତି ପାଇଁ ଗର୍ବ ଅନୁଭବ କରିବାର କ’ଣ କ୍ଷତି ? ସର୍ବଶେଷରେ, ନିଜକୁ ବ୍ରାହ୍ମଣ ବୋଲି କହିବା ପାଇଁ ସୁରେଶ ରାଇନାଙ୍କୁ କାହିଁକି ଟ୍ରୋଲ କରାଯାଉଛି ? ମୁଁ ତାଙ୍କ ବିବୃତ୍ତିକୁ ସମର୍ଥନ କରେ । ମୁଁ ମଧ୍ୟ ଜଣେ ବ୍ରାହ୍ମଣ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.