Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

‘କାଶ୍ମୀର ଭାରତର ଥିଲା, ଅଛି ଓ ରହିବ,’ ଆଫ୍ରିଦିଙ୍କ ଉପରେ ବର୍ଷିଲେ ଧାଓ୍ୱନ ଓ ରାଇନା

18/05/2020 at 3:48 PM

ନୂଆଦିଲ୍ଲୀ, ୧୮|୦୫: ନିକଟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପିଓକେ ଗସ୍ତ କରି କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ । ତେବେ ଭାରତୀୟ କ୍ରିକେଟରମାନେ ଏହାର ମୁହଁତୋଡ ଜବାବ ଦେଇଛନ୍ତି ।  ଗୌତମ ଗମ୍ଭୀର, ହରଭଜନ ସିଂଙ୍କ ପରେ ଏବେ ଶିଖର ଧାଓ୍ୱନ ଆଫ୍ରିଦିଙ୍କୁ କଡା ସମାଲୋଚନା କରିଛନ୍ତି ।  

ସାହିଦ ଆଫ୍ରିଦି କ୍ରିକେଟ ବୋର୍ଡକୁ ଅପିଲ କରି କହିଥିଲେ ଯେ, କାଶ୍ମୀର ନାଁରେ ଆଉ ଏକ କ୍ରିକେଟ ଟିମ୍ ଗଠନ କରାଯାଉ । ଏପରି କରି କାଶ୍ମୀରକୁ ସାହାଯ୍ୟ କରାଯାଉ । ଭାରତୀୟ କ୍ରିକେଟରମାନେ ଆଫ୍ରିଦିଙ୍କ ଏହି ଟ୍ୱିଟକୁ କାଉଣ୍ଟର କରିଛନ୍ତି ।

ଭାରତୀୟ ଓପନର ଶିଖର ଧାଓ୍ୱନ କହିଛନ୍ତି ଯେ, ଏବେ ସାରା ବିଶ୍ୱ କରୋନା ଭାଇରସର ମୁକାବିଲା କରୁଛି । ଏହି ସମୟରେ ମଧ୍ୟ ପାକିସ୍ତାନୀମାନେ କାଶ୍ମୀର କଥା ଉଠାଉଛନ୍ତି । କାଶ୍ମୀର ଭାରତର ଥିଲା, ଅଛି ଓ ରହିବ । ପାକିସ୍ତାନରେ ୨୨ କୋଟି ଲୋକ ଥିଲେ ମଧ୍ୟ ଜଣେ ଭାରତୀୟ ଲକ୍ଷେ ଲୋକଙ୍କ ସହ ବରାବର ବୋଲି ସେ କହିଛନ୍ତି ।

ଧାଓ୍ୱନଙ୍କ ପରେ ସୁରେଶ ରାଇନା ମଧ୍ୟ ଆଫ୍ରିଦିଙ୍କୁ ଟାର୍ଗେଟ୍ କରିଛନ୍ତି । ରାଇନା କହିଛନ୍ତି ଯେ, ଚର୍ଚ୍ଚାରେ ରହିବା ପାଇଁ ଲୋକ କଣ କଣ କହୁଛନ୍ତି । ଗୋଟିଏ ଦେଶ କଣ କରିବା ଉଚିତ ଯିଏ ଭିକମାଗି ଚଳୁଛି । ଦେଶର ବିକାଶ ଚିନ୍ତା କରି କାଶ୍ମୀରକୁ ଭୁଲି ଯାଅ ବୋଲି ରାଇନା କହିଛନ୍ତି । ଏହାସହ କାଶ୍ମୀର ସର୍ବଦା ଭାରତର ଏଚ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ବୋଲି ରାଇନା କହିଛନ୍ତି ।

   Related Posts