Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଫସଲ ବୀମା ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ପତ୍ର ଲେଖିଲେ ସୁରେଶ ପୂଜାରୀ

27/07/2020 at 6:49 PM

ବରଗଡ଼ ୨୭|୦୭ : ପ୍ରଧାନମନ୍ତ୍ରୀ ଫସଲ ବୀମାର ଅବଧି ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ସାଂସଦ ସୁରେଶ ପୂଜାରୀ । ସରକାର ଧାର୍ଯ୍ୟ କରିଥିବା ସମୟ ସୀମା ମଧ୍ୟରେ ପ୍ରିମିୟମ ଦାଖଲ କରିବା ସମ୍ଭବପର ନୁହେଁ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।   

ସୂଚନାନୁସାରେ,  ଚଳିତ ବର୍ଷ ଖରିଫ ଚାଷର ଫସଲ ବୀମା ପାଇଁ ଗତ ୨୨ ତାରିଖରେ ରାଜ୍ୟସରକାର ବିଜ୍ଞପ୍ତି ଜାରି କରିଥିଲେ । ଉକ୍ତ ବିଜ୍ଞପ୍ତିକୁ ଜିଲ୍ଲାପାଳମାନେ ୨୩ ତାରିଖରେ ନିଜ ନିଜ ଜିଲ୍ଲାରେ ପ୍ରକାଶିତ କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଚଳିତ ମାସ ଅର୍ଥାତ ଜୁଲାଇ ୩୧ ତାରିଖ ସୁଦ୍ଧା ଫସଲ ବୀମାର ପ୍ରିମିୟମ ଜମା କରିବାକୁ ଉଲ୍ଲେଖ ରହିଛି । କିନ୍ତୁ ବର୍ତ୍ତମାନ ସମ୍ବଲପୁର, ବରଗଡ଼, ଝାରସୁଗୁଡା ସମେତ ଅନେକ ଜିଲ୍ଲା ସଟଡାଉନ ଅଛି । କୋଭିଡ-୧୯ କଟକଣା ଯୋଗୁଁ ବ୍ୟାଙ୍କ ଗୁଡିକ ମଧ୍ୟ ୩୦% କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ଏତେ କମ ସମୟ ଭିତରେ ଫସଲ ବୀମାର ପ୍ରିମିୟମ ଦାଖଲ କରିବା ସମ୍ଭବପର ନୁହେଁ । ତେଣୁ ପ୍ରିମିୟମ ଦାଖଲର ଶେଷ ତାରିଖକୁ ଅଗଷ୍ଟ ୧୫ ଯାଏଁ ବୃଦ୍ଧି କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।

ସାଂସଦ ତାଙ୍କ ପତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯୌଥ ପରିବାରର ଏକଜମାଲି ପଟ୍ଟାରେ ଅନେକ ଜମି ରହିଛି । ଏହାକୁ ଫସଲ ବୀମା ଜମି ମାଲିକାନା ସତ୍ୱରେ ଥିବା ଅନ୍ୟ ସହଭାଗୀଙ୍କର ଅନୁମତି ନେଇ କିଭଳି  ଫସଲ ବୀମା ଓ କୃଷି ଋଣରେ ଅନ୍ତର୍ଭୁକ୍ତ ହୋଇ ପାରିବ ସେଥି ପ୍ରତି ଦୃଷ୍ଟି ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସାଂସଦ ଦାବି କରିଛନ୍ତି ।

   Related Posts